ସୋର(ନିରଞ୍ଜନ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଉତ୍ତରଶ୍ୱର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଗତକାଲି ପ୍ରାୟ ଲକ୍ଷାଧୀକ ଟଙ୍କା ଲୁଟ୍ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୨ ଜଣ ଲୁଟେରା ପମ୍ପରେ ପଶିଥିଲେ। ଏହା ପରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷେରୁ ଅଧିକ ଟଙ୍କା ଓ ୨ଟି ମୋବାଇଲ ଲୁଟି ନେଇଛନ୍ତି । ଲୁଟେରାଦ୍ୱୟ ଲୁଟ୍ କରି ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କ ସନ୍ଧାନ ଜାରି ରଖିଛି।
ପେଟ୍ରୋଲ ପମ୍ପ କର୍ମଚାରୀ ଅକ୍ଷୟ କୁମାର ଘଡେଇ ଓ ପୁରୁଷୋତ୍ତମ ଦାସଙ୍କ କହିବାନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ପରେ ୨ ଯୁବକ ରାସ୍ତା ଉପରେ ବାଇକ୍ ରଖି ଚାଲି ଚାଲି ପମ୍ପକୁ ଆସିଥିଲେ। ଏହାପରେ କାଉଣ୍ଟର ପାଖକୁ ଯାଇ ତାହାକୁ ଖୋଲିବାକୁ ଚେଷ୍ଟା କରିଥିଲେ। ଏହାଦେଖି ପଚାରିବାରୁ ସେମାନେ ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ମାଗିଥିଲେ। ଏହାପରେ କ୍ୟାସ୍ କାଉଣ୍ଟରକୁ ଭାଙ୍ଗି ସେଠାରେ ଥିବା ସମସ୍ତ ଟଙ୍କା ଓ କର୍ମଚାରୀଙ୍କ ନିକଟରେ ଥିବା ଟଙ୍କା ଓ ମୋବାଇଲ ଧରି ଫେରାର ହୋଇଯାଇଥିଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି l ଡକାୟତ ମାନେ ପାଖାପାଖି ୧ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅନୁମାନ କରାଯାଉଛି l ବାରମ୍ବାର ସୋର ସୋର ଅଞ୍ଚଳରେ ଡକାୟତି ବଢ଼ି ଚାଲୁଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି l
The post ମୁଣ୍ଡରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ appeared first on Odisha Reporter.
from Odisha Reporter https://ift.tt/31R763L
No comments:
Post a Comment