ବିଜୟ ଯାତ୍ରା ସହ ଘରକୁ ବାହୁଡ଼ିଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ବିଜୟ ଯାତ୍ରା ସହ ଘରକୁ ବାହୁଡ଼ିଲେ ଚାଷୀ

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ସହ ନିଜର ହକ ପାଇଁ ଲଢ଼େଇ କରୁଥିବା ଚାଷୀମାନେ ଆଜି ଶେଷରେ ଘରକୁ ବାହୁଡ଼ିଛନ୍ତି। ସରକାର ସେମାନଙ୍କୁ ଦାବି ମାନିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ସେମାନେ ଆଜି ବିଜୟ ଦିବସ ପାଳନ କରିବା ସହ ଘର ମୁହାଁ ହୋଇଛନ୍ତି।

ବିଜୟ ଯାତ୍ରାରେ ସାମିଲ ହୋଇ ଚାଷୀମାନେ ନାଚଗୀତ କରୁଥିବା ବେଳେ ନିଜ ନିଜ ଗାଁକୁ ଦୀର୍ଘ ଗୋଟିଏ ବର୍ଷ ପରେ ଫେରୁଥିବାରୁ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। କିଛି ଚାଷୀ ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ସିଙ୍ଘୁର, ଟିକରି ଓ ଗାଜିପୁର ସୀମାନ୍ତରୁ ଗୋଟିଏ ସମୟରେ ଚାଷୀଙ୍କ ବିଜୟ ଯାତ୍ରା ବାହାରିଛି।

ପ୍ରକୃତରେ ଶୁକ୍ରବାର ଚାଷୀମାନେ ବିଜୟ ଯାତ୍ରା ପାଳିବାର ଥିଲା। କିନ୍ତୁ ତାମିଲନାଡୁ ହେଲିକପ୍ଟର କ୍ରାଶରେ ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣ ପ୍ରାଣ ହରାଇଥିବାରୁ ଏହି ବିଜୟ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା। ଚାଷୀମାନେ ମଧ୍ୟ ଜେନାରାଲ ରାୱତ ଓ ଅନ୍ୟମାନଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ।

ଆଜି ସକାଳୁ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଥିବା ନିଜର ଟେଣ୍ଟକୁ ଖୋଲିବା ସହ ଗାଁ ଅଭିମୁଖେ ବିଜୟ ଯାତ୍ରା ଆରମ୍ଭ କରିଛନ୍ତି। ଚାଷୀଙ୍କ ବିଜୟ ଯାତ୍ରା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ରାସ୍ତାର ଉଭୟ କଡ଼ରେ କରାଯାଇଛି। ଦିଲ୍ଲୀ ସୀମାରୁ ଚାଷୀମାନେ ହରିଆଣା, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଥିବା ନିଜ ନିଜ ଘରକୁ ଫେରିବେ। ସେମାନଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟବସ୍ଥା ହୋଇଛି। ସେମାନେ ବିଭିନ୍ନ ଗାଡ଼ି ଓ ଟ୍ରାକ୍ଟର୍‌ରେ ନିଜ ନିଜ ଗାଁକୁ ଫେରୁଛନ୍ତି।

କୃଷି ଆଇନ ଉଚ୍ଛେଦ ଦାବିରେ ଶତାଧିକ ଚାଷୀ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ବିକ୍ଷୋଭ ଆରମ୍ଭ କରିଥିଲେ। ଆନ୍ଦୋଳନ ସମୟରେ ଚାଷୀଙ୍କୁ ଆତଙ୍କବାଦୀ, ଖାଲିସ୍ତାନୀ ଓ ଗୁଣ୍ଡା ଭାବେ ବିବେଚନା କରାଯାଇଥିଲା। ଖରା, ବର୍ଷା ଓ ଶୀତକୁ ବେଖାତିର କରି ଚାଷୀମାନେ ନିଜର ହକ ପାଇଁ ସୀମାରେ ବସି ରହିଥିଲେ। ଦୀର୍ଘ ବର୍ଷକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିବା ସହ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ।

ଏହାପରେ ଲୋକସଭା ଓ ରାଜ୍ୟସଭାରେ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। ତେବେ ଚାଷୀମାନେ ଏମଏସ୍‌ପିର ଗ୍ୟାରେଣ୍ଟି, ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ଦିନକୁ ଦିନ ଚାପ ବଢ଼ିବାରୁ କେନ୍ଦ୍ର ସରକାର ଚାଷୀଙ୍କ ସବୁ ଦାବି ମାନିବେ ବୋଲି ମଙ୍ଗଳବାର ଲଖିତ ପ୍ରତିଶ୍ରୁତି ଦେଇଥିଲେ।

ଏହା ଉପରେ ମୋର୍ଚ୍ଚା ପକ୍ଷରୁ ଦୁଇ ଦିନ କାଳ ସିଙ୍ଘୁ ସୀମାରେ ବୈଠକ ବସିଥିଲା। ଶେଷରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରି ଡିସେମ୍ବର ୯ରେ ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।


ଆଜି ସେମାନେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି। ଘରକୁ ଫେରିବାର ୨ ଦିନ ପରେ ଚାଷୀମାନେ ସ୍ୱର୍ଣ୍ଣ ମନ୍ଦିର ଯିବେ। ଡିସେମ୍ବର ୧୫ ସୁଦ୍ଧା ଚାଷୀ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ଶେଷ ହେବ ବୋଲି ଚାଷୀ ନେତା ଦର୍ଶନପାଲ ସିଂହ ସୂଚନା ଦେଇଛନ୍ତି।


ଚାଷୀ ଓ ସରକାରଙ୍କ ବୁଝାମଣା ଅନୁଯାୟୀ, ଏମଏସ୍‌ପି ଧାର୍ଯ୍ୟ ଓ ଏହାକୁ ଆଇନଗତ ମାନ୍ୟତା ଦେବାକୁ କମିଟି ଗଠନ ହେବ। ଏହି କମିଟିରେ କେନ୍ଦ୍ର, ରାଜ୍ୟର ସଦସ୍ୟ, କୃଷି ବିଶେଷଜ୍ଞ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ରହିବେ। ଦିଲ୍ଲୀ, ହରିଆଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଆନ୍ଦୋଳନ ବେଳେ ଚାଷୀଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଏହାକୁ ତତ୍କାଳ ଭାବେ ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

The post ବିଜୟ ଯାତ୍ରା ସହ ଘରକୁ ବାହୁଡ଼ିଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/3oJwh0K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages