ଢ଼େଙ୍କାନାଳ (ରାଜଶ୍ରୀ ସତପଥୀ): ଧରଣାରେ ବସିଲେ ଆଉ ଜଣେ ସ୍ତ୍ରୀ। ନ୍ୟାୟ ପାଇଁ ଶୀତ କାକରରେ ସ୍ୱାମୀଙ୍କ ଘର ଆଗରେ ନିଜ ୨୫ ବର୍ଷର ପୁଅକୁ ଧରି ଧାରଣାରେ ବସିଛନ୍ତି ମହିଳା। ବ୍ରହ୍ମପୁର ପରେ ଢ଼େଙ୍କାନାଳରୁ ଆସିଛି ଏଭଳି ଚିତ୍ର। ଢେଙ୍କାନାଳ ଜିଲ୍ଲା ମହ୍ଲାରସାହିରେ ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା।
ମାଧବୀଙ୍କ ଅଭିଯୋଗ ମୁତାବକ ସେ ୧୯୯୫ ମସିହାରେ ମହେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ। ପରେ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ବିବାହର ଦୁଇବର୍ଷ ପରେ ସ୍ୱାମୀ ମହେନ୍ଦ୍ର ତାଙ୍କୁ ଛାଡି କୁଆଡେ ଚାଲିଯାଇଥିଲେ। ତାଙ୍କୁ ମାଡମାରି ଘରୁ ତଡି ଦେଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ୱଶୁର ଘରେ ରହିଥିଲେ। ପରେ ମାଧବୀଙ୍କୁ ତାଙ୍କ ନଣନ୍ଦ ଦିଅର ଓ ଶ୍ୱଶୁର ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗିର ପଳାଇଥିଲେ।
ମାଧବୀ ବଲାଙ୍ଗିରରେ ରହୁଥିବା ଅବସ୍ଥାରେ ମହେନ୍ଦ୍ର ତାଙ୍କ ସହ ଫୋନ ମାଧ୍ୟମରେ ତ ଆଉ କେତେବେଳେ ବଲାଙ୍ଗୀର ଯାଇ ଯୋଗାଯୋଗ ରଖୁଥିଲେ। ମହେନ୍ଦ୍ରଙ୍କ ବାପାଙ୍କ ଦେହାନ୍ତ ପରେ ସେ ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ମାତ୍ର ଏଥିରେ ବିଳମ୍ବ ହେବାରୁ ମାଧବୀ ଢେଙ୍କାନାଳ ସ୍ଥିତ ସ୍ୱାମୀଙ୍କ ଘରକୁ ଆସିଥିଲେ କିନ୍ତୁ ତାଙ୍କୁ ସେ ଘରେ ପୁରାଇ ଦେଇନଥିଲେ ବୋଲି ସେ ଅଭିଯୋଗ ଆଣି ସେ ନିଜ ଶ୍ୱଶୂର ଘର ଆଗରେ ନିଜର ହକ ପାଇଁ ଧାରଣାରେ ବସିଥିଲେ।
ସ୍ୱାମୀଙ୍କ ସହ ରହିବାକୁ ଦାବି କରି ଧାରଣାରେ ବସିଥିଲେ ମାଧବୀ। ଢେଙ୍କାନାଳ ଟାଉନଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଧବୀ ବୁଝାସୁଝା କରିବା ସହ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଥିଲେ।
The post ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଲେ ଆଉ ଜଣେ ସ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3miKzUL
No comments:
Post a Comment