ଚୌଦ୍ୱାର (ଓଡ଼ିଶା ରିପୋର୍ଟର): ଗାଁ ପଡ଼ିଆରେ ଚାଲିଥିଲା ଗଞ୍ଜା ଲଢ଼େଇ ସହ ଜୁଆଖେଳ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଗଲା। ସେଠାରେ ଚଢ଼ାଉ କରି ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ୧୦ଟି ଗଞ୍ଜା, ଗୋଟେ କାର୍, ଦୁଇଟି ବାଇକ୍ ଓ ୩୩ହଜାର ୫୮୦ଟଙ୍କା ଜବତ କରିଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ୍ ଦୁଧିଆନାଳି ଗାଁ। ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ମଧ୍ୟରେ ତିନି ଜଣଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ହୋଇଥିବାବେଳେ ତିନି ଜଣଙ୍କ ଘର କଟକରେ ବୋଲି ଜଣାପଡ଼ିଛି। ଆଉ ଜଣଙ୍କ ଘର ବରମପୁର ଗାଁର ବୋଲି ଜଣାଯାଇଛି।
ମିଳିଥିବାସୂଚନା ଅନୁସାରେ, ଗତ କିଛି ଦିନ ହେବ ଦୁଧିଆନାଳି ଗାଁ ନିକଟ ପଡ଼ିଆରେ କଟକ ଓ ଭୁବନେଶ୍ୱର ଅଞ୍ଚଳରୁ କିଛି ଯୁବକମାନେ ଆସି ଏହି ଅଞ୍ଚଳର କିଛି ଲୋକଙ୍କ ସହଯୋଗରେ ଜୁଆ ଖେଳୁଥିଲେ। ଏହାସହ ଗଞ୍ଜା ଲଢ଼େଉ ହେଉଥିଲ। ଗତକାଲି ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦୁଧିଆନାଳି ଗାଁ ନିକଟ ପଡ଼ିଆରେ ଚଢ଼ାଉ କରିଥିଲା। ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
The post ଗାଁ ପଡ଼ିଆରେ ଚାଲିଥିଲା ଗଞ୍ଜା ଲଢ଼େଇ ସହ ଜୁଆ ଖେଳ, ଆଉ ତା’ ପରେ… appeared first on Odisha Reporter.
from Odisha Reporter https://ift.tt/32d2UeB
No comments:
Post a Comment