ଆବଶ୍ୟକ ସାମଗ୍ରୀ: ରୋହି ମାଛ, ଜିରା,ଧନିଆ ରସୁଣ, ଅଦା ଓ ସୋରିଷର ପେଷ୍ଟ, ହଳଦୀ ଗୁଣ୍ଡ, ଲୁଣ, ବସା ଦହି, ଲଙ୍କା ଗୁଣ୍ଡ, ରିଫାଇନ ତେଲ, ଶାଳ ପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ଗୋଟା ରୋହି ମାଛକୁ ଆଣି ତା’ ଦେହରୁ କାତି ଛଡ଼ାଇ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ମାଛର ଦୁଇ ପଟକୁ ଛୁରୀରେ ଅଳ୍ପ କାଟି ଦିଅନ୍ତୁ। ପରେ ଜିରା,ଧନିଆ ରସୁଣ, ଅଦା ଓ ସୋରିଷର ପେଷ୍ଟ, ହଳଦୀ ଗୁଣ୍ଡ ,ସ୍ୱାଦ ଅନୁସାରେ ଲୁଣ, ବସା ଦହି, ଲଙ୍କା ଗୁଣ୍ଡ, ରିଫାଇନ ତେଲକୁ କଟା ମାଛ ଭିତରେ ପୁରାଇ ଦିଅନ୍ତୁ। ଆଉ କିଛି ମସଲାକୁ ମାଛ ଦେହରେ ଭଲ ଭାବରେ ବୋଳି ଦିଅନ୍ତୁ।
ପରେ ଶାଳ ପତ୍ରରେ ମସଲା ବୋଳା ମାଛକୁ ଗୋଡ଼ାଇ ବାନ୍ଧି ଦିଅନ୍ତୁ। ପରେ ଏକ ମାଟି ପାତ୍ର ଆଣି ନିଆଁ ଅଙ୍ଗାର ଦେଇ ମାଛଟିକୁ ପୋଡି ଦିଅନ୍ତୁ। ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ମାଛଟିକୁ ନିଆଁ ଅଙ୍ଗାର ଭିତରେ ରଖନ୍ତୁ। ପରେ ତାଙ୍କୁ ବାହାରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମାଛ ପୁର୍ଗା।
The post ମାଛ ପୁର୍ଗା appeared first on Odisha Reporter.
from Odisha Reporter https://ift.tt/3DBy6kI
No comments:
Post a Comment