ମୁମ୍ବାଇ:’ ବଲିଉଡର ଡ୍ରିମଗାର୍ଲ ହେମା ମାଲିନି ଗାଲ ଭଳି ତିଆରି ହୋଇଛି ସଡକ।’ ଏଭଳି ବୟାନ ଦେଇ ଫସିଛନ୍ତି ଜଣେ ମନ୍ତ୍ରୀ। ମହାରାଷ୍ଟ୍ରର ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଗୁଲାବରାଓ ପାଟିଲଙ୍କୁ ନିଜ ବିଧାନସଭା କ୍ଷେତ୍ର ଜଲଗାଓଁରେ ତିଆରି ହୋଇଥିବା ନୂଆ ସଡକର ତୁଳନା ହେମା ମାଲିନିଙ୍କ ଗାଲ ସହ କରିବା ମହଙ୍ଗା ପଡିଛି। ଏହାକୁ ନେଇ ଏବେ ବିବାଦ ଉପୁଜିଛି। ତେବେ ରାଜ୍ୟ ମହିଳା ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ମନ୍ତ୍ରୀ ତାଙ୍କ ବୟାନ ପାଇଁ କ୍ଷମା ମାଗିଛନ୍ତି। ପାଟିଲ କହିଛନ୍ତି, ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନଥିଲା। ମୋର ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗୁଛି।
ସୂଚନା ମୁତାବକ, ନିକଟରେ ଜିଲ୍ଲାର ବୋଧୱାଡ ପଞ୍ଚାୟତ ନିର୍ବାଚନ ବେଳେ ଏକ ରାଲିକୁ ସମ୍ବୋଧନ କରିଥିଲେ ମନ୍ତ୍ରୀ। ଏହି ସମୟରେ ଭାଷଣ ଦେବା ବେଳେ ପାଟିଲ ତାଙ୍କ ବିରୋଧୀଙ୍କୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବାକୁ ଏବଂ ସେଠାରେ ଭଲ ଗୁଣାତ୍ମକ ସଡକ ଦେଖିବାକୁ କହିଥିଲେ। ବହୁ ବର୍ଷ ଧରି ଜାଲଗାଓଁ ଆସନରୁ ବିଧାୟକ ଥିବା ପୂର୍ବତନ ବିଜେପି ନେତା ଏକନାଥ ଖଡସେଙ୍କ ଉପରେ ଟାର୍ଗେଟ କରି ରାଜ୍ୟ ଜଳ ଯୋଗାଣ ମନ୍ତ୍ରୀ ପାଟିଲ କହିଥିଲେ, ‘ଯେଉଁମାନେ ୩୦ ବର୍ଷ ଧରି ବିଧାୟକ ଥିଲେ ସେମାନେ ମୋ ବିଧାନସଭା ନିର୍ବାଚନମଣ୍ଡଳୀକୁ ଆସି ରାସ୍ତା ଦେଖିବା ଉଚିତ୍। ଯଦି ଏହି ସଡକ ହେମା ମାଲିନିଙ୍କ ଗାଲ ଭଳି ସମାନ ହୋଇନଥିବ ତେବେ ମୁଁ ଇସ୍ତଫା ଦେବି।’
ଏହାପରେ ପାଟିଲଙ୍କ ଏଭଳି ମନ୍ତବ୍ୟର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରୂପାଲି ମନ୍ତ୍ରୀଙ୍କୁ ଏଭଳି ବିବାଦୀୟ ମନ୍ତବ୍ୟ ପାଇଁ କ୍ଷମା ମାଗି ନ ଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହାପରେ ମନ୍ତ୍ରୀ ଆଜି କ୍ଷମା ମାଗିଛନ୍ତି।
The post ହେମା ମାଲିନିଙ୍କ ଗାଲ ସହ ସଡ଼କର ତୁଳନା କରି ଫସିଲେ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3sl2JsA
No comments:
Post a Comment