କ’ଣ ଚାଲିଛି ତପସ୍ୱିନୀଙ୍କ ମୁଣ୍ଡରେ, କାହିଁକି କହିଲେ ଏମିତି କଥା; ଭାଇରାଲ୍‌ ହେଉଛି ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 25, 2021

କ’ଣ ଚାଲିଛି ତପସ୍ୱିନୀଙ୍କ ମୁଣ୍ଡରେ, କାହିଁକି କହିଲେ ଏମିତି କଥା; ଭାଇରାଲ୍‌ ହେଉଛି ଭିଡିଓ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ଓରଫ ଡିମ୍ପଲ ଦାଶଙ୍କ ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ତିନି ଦିନ ତଳେ ଏସ୍‌ଡିଜେଏମ୍ କୋର୍ଟ ତପସ୍ୱିନୀଙ୍କୁ ଶ୍ୱଶୁରଙ୍କ ଘରେ ରହିବାକୁ ଅନୁମତି ଦେଇ ନଥିବା ବେଳେ ସେ ଏହା ବିରୋଧରେ ଉପର କୋର୍ଟକୁ ଯାଇଛନ୍ତି। ସୁମିତ ମଧ୍ୟ ଉପର କୋର୍ଟକୁ ଯାଇଛନ୍ତି। ଉଭୟ ପକ୍ଷର ଶୁଣାଣି ଆସନ୍ତାକାଲି ଥିବା ବେଳେ ତା’ପୂର୍ବରୁ ଭାଇରାଲ୍ ହୋଇଛି ତପସ୍ୱିନୀଙ୍କ ଏକ ଭିଡିଓ। ଏହାକୁ ସେ ନିଜେ କରି ଛାଡ଼ିଛନ୍ତି। ଏଥିରେ ସେ ସ୍ୱାମୀ ସୁମିତଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିବା ବେଳେ ସାଧାରଣ ଲୋକ ଓ ତାଙ୍କ ଶ୍ୱଶୂରଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି କଥା କହିଛନ୍ତି।

ଏଥିରେ ତପସ୍ୱିନୀ କହିଛନ୍ତି, ଆପଣମାନେ ମୋତେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ମୁଁ ସୁମିତଙ୍କୁ ଯେତେବେଳେ ବାହା ହୋଇଥିଲି ସେତେବେଳେ ମୋର ବିଶ୍ୱାସ ଥିଲେ ଯେ ଆମେ ଦୁଇ ଜଣ ବହୁତ ଖୁସିରେ ରହିବୁ। କିନ୍ତୁ ସେମିତି କିଛି ବି ହେଲାନି। ଆଜି ସବୁ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସେ ହିଁ ମୋତେ ବରବାଦ କରିବାକୁ ଚାହୁଁଛନ୍ତି। କାହାକୁ ମୋ କାନ୍ଦ ଆକ୍ଟିଂ ଲାଗୁଛି ତ କାହାକୁ ସତ ଲାଗୁଛି। କିନ୍ତୁ ମୁଁ ଜାଣିଛି ମୋତେ କେତେ କଷ୍ଟ ହେଉଛି।

ସେ କହିଛନ୍ତି, ମୁଁ ବି ଗୋଟେ ସାଦାସିଧା ଝିଅ ଥିଲି। ବିଶ୍ୱାସ କରିବାଟା କ’ଣ ଭୁଲ୍‌? ଯଦି ବିଶ୍ୱାସ କରିବାଟା ଭୁଲ୍‌, ତା’ହେଲେ ଜଣେ ମଣିଷ ଆଉ ଜଣେ ମଣିଷକୁ ଆଉ ବିଶ୍ୱାସ କରିବନି। ଆଜି ମୋତେ ସମସ୍ତେ ଏ ବାରଣ୍ଡାରୁ ଉଠାଇ ଦେବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ୍ କରୁଛନ୍ତି। କିଏ ମାରିବାକୁ ଧମକ ଦେଉଛି ତ କିଏ କେସ୍ କରୁଛି। ଯେଉଁମାନେ ମୋ ସପକ୍ଷରେ ଅଛନ୍ତି ସେମାନଙ୍କୁ ଧନ୍ୟବାଦ। ଯେଉଁମାନେ ମୋ ବିପକ୍ଷରେ କହୁଛନ୍ତି ଦୟାକରି ସେମାନେ ମୋ ବିଷୟରେ ଟିକେ ଭାବନ୍ତୁ।

ତପସ୍ୱିନୀ କହିଛନ୍ତି, ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି। ମୁଁ ଚାହୁଁଛି ସୁମିତ ଫେରି ଆସନ୍ତୁ। ଡିମ୍ପଲର କିଛି ବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇ ଯାଅ। କିଏ ଜାଣେ କାଲି ମୋ ମୁଣ୍ଡକୁ ମରିବା କଥା ଆସିବ। ମୋତେ ବହୁତ କଷ୍ଟ ହୋଇଛି।

ସେ ଆହୁରି କହିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ଲାଗି ଏମିତି କରୁଛି, ସେସବୁ ମିଛ। ମୁଁ ପଇସା ପାଇଁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁନି। ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ।
ଏହି ଭିଡିଓରେ ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ବି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ୍ କରିଛି ଛୋଟ ଝିଅ ଭାବି କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଦେଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରି ନିଅନ୍ତୁ।

ସୂଚନାଯୋଗ୍ୟ, ଏବେବି ବ୍ରହ୍ମପୁରର ବ୍ରହ୍ମାନଗର ସ୍ଥିତ ଶ୍ୱଶୁର ଘର ବରଣ୍ଡାରେ ରହୁଛନ୍ତି ତପସ୍ୱିନୀ। କାଲି ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ତାଙ୍କ ଆବେଦନ ଉପରେ ଶୁଣାଣି ହେବ। ଅନ୍ୟପକ୍ଷରେ ପୁଣି ଛୁଟିରେ ଯାଇଥିବା ଡାକ୍ତର ସୁମିତ କେଉଁଠି ଅଛନ୍ତି, ତାହା ଜଣାପଡ଼ିନାହିଁ।

The post କ’ଣ ଚାଲିଛି ତପସ୍ୱିନୀଙ୍କ ମୁଣ୍ଡରେ, କାହିଁକି କହିଲେ ଏମିତି କଥା; ଭାଇରାଲ୍‌ ହେଉଛି ଭିଡିଓ appeared first on Odisha Reporter.



from Odisha Reporter https://ift.tt/3pqP6pW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages