ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଗଲେ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 26, 2021

ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଗଲେ ଡାକ୍ତର

ପାଟନା: ପବିତ୍ର ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଯାଇଛନ୍ତି ଜଣେ ଡାକ୍ତର। ସେ ଖ୍ରୀଷ୍ଟମାସ ଛୁଟି କାଟିବାକୁ ଝାରଖଣ୍ଡରୁ ବିହାର ଆସିଥିଲେ। ଏହି ସମୟରେ ସେ ପାଟନାରେ ମଦ ପିଇ ଧରାପଡ଼ିଛି। ଏଥିପାଇଁ ତାଙ୍କୁ ପୁଲିସ୍‌ ଜେଲ ହାଜତକୁ ପଠାଇ ଦେଇଛି। କାରଣ ବିହାରରେ ମଦ ସଂପୂର୍ଣ୍ଣ ଭାବେ ବ୍ୟାନ।

ମଦ ବିକ୍ରି ଓ ପିଇବା କାମରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆଧାର କରି ପୁଲିସ୍‌ ଉକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଦ ପିଇ ଜେଲ ଯାଇଥିବା ଡାକ୍ତର ଜଣଙ୍କ ହେଲେ ଅଭିଷେକ ମୁଣ୍ଡୁ। ସେ ଝାରଖଣ୍ଡର ଜାମସେଦପୁରରେ ଡାକ୍ତର ଭାବେ କାମ କରନ୍ତି।

ପୁଲିସ୍‌ ଅଧିକାରୀ ଅରୁଣ କୁମାର କହିଛନ୍ତି, “ବ୍ୟାନ ସତ୍ତ୍ୱେ ମଦ ପିଉଥିବା ଏଭଳି ଲୋକମାନେ ଆମ ରାଡାରରେ ଅଛନ୍ତି। ଆମେ ସେମାନଙ୍କ ବିରୋଧରେ ନିୟମିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଗୋଟିଏ ଚର୍ଚ୍ଚ ପରିସରରେ ଅଭିଷେକ ମୁଣ୍ଡୁ ନାମକ ଜଣେ ଡାକ୍ତର ମଦ ପିଉଥିବା ଖବର ଆମକୁ ମିଳିଥିଲା।

ଆମେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗୋଟିଏ ମଦ ବୋତଲ ସହ ଡାକ୍ତର ଅଭିଷେକ ଧରା ପଡ଼ିଥିଲେ। ଆମେ ଟେଷ୍ଟ କରିବା ପରେ ସେ ମଦ ପିଇଥିବା ସ୍ପଷ୍ଟ ହୋଇଥିଲା। ସେ ଜାମସେଦପୁରର ଇଏସ୍ଆଇ ହସ୍ପିଟାଲରେ କାମ କରନ୍ତି ଓ ଖ୍ରୀଷ୍ଟମାସ ଛୁଟି କାଟିବାକୁ ଏଠାକୁ ଆସିଥିବା କହିଛନ୍ତି। ଆମେ ତାଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛୁ। ଏଥିସହ ଡାକ୍ତର ଜଣଙ୍କ କେଉଁଠୁ ମଦ ବୋତଲ ପାଇଲେ, ତା’ର ମଧ୍ୟ ତଦନ୍ତ ହେଉଛି।”

ଚଳିତ ବର୍ଷ ନଭେମ୍ବର ୨୬ରେ ବିହାରରେ ସମସ୍ତ ପୁଲିସ୍‌ ଅଧିକାରୀ ମଦ ବିରୋଧରେ ଶପଥ ନେଇଥିଲେ। ଦୀର୍ଘବର୍ଷ ହେଲା ବିହାରରେ ମଦ ବ୍ୟାନ ହୋଇଥିଲେ ମଧ୍ୟ ଅନେକ ସମୟରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଦ ପିଇବା ଓ ବ୍ୟବହାର ବିରୋଧରେ ସମସ୍ତଙ୍କୁ ମହାଶପଥ କରାଇଛନ୍ତି।

The post ଖ୍ରୀଷ୍ଟମାସରେ ମଦ ପିଇ ଜେଲ ଗଲେ ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3szRMUf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages