ଆସିଲା ଦୁର୍ବ୍ୟବହାର ଅଭିଯୋଗ, ବାବା କହିଲେ- ଗିରଫ କଲେ ଗଳା କାଟିଦେବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 1, 2021

ଆସିଲା ଦୁର୍ବ୍ୟବହାର ଅଭିଯୋଗ, ବାବା କହିଲେ- ଗିରଫ କଲେ ଗଳା କାଟିଦେବି

ଲକ୍ଷ୍ନୌ: ପଦାରେ ପଡିଛି ପୁଣି ଜଣେ ବାବାଙ୍କ କଳା କାରନାମା। ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଆସିଛି ଅଭିଯୋଗ। ଏହି ଅଭିଯୋଗ ଆସିବା ପରେ ସନ୍ଥ ଜଣକ ପୁଲିସକୁ ଦେଇଛନ୍ତି ଧମକ। ଗିରଫ କଲେ ନିଜ ଗଳା କାଟିଦେବି ବୋଲି କହିଛନ୍ତି ଏହି ବାବା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ମଥୁରାରୁ।

ଏଠାକାର ସନ୍ଥ ଦେବ ମୁରାରୀ ବାପୁଙ୍କ ନାଁରେ ଜଣେ ମହିଳା ଦୁର୍ବ୍ୟବହାର ଓ ହତ୍ୟା ଧମକ ଭଳି ଅଭିଯୋଗ ଆଣିଛନ୍ତି। ଏନେଇ ପୁଲିସରେ ସେ ମଙ୍ଗଳବାର ଦିନ ମାମଲା ରୁଜୁ କରିଛନ୍ତି। ପୁଲିସ ଉକ୍ତ ବାବାଙ୍କୁ ଗିରଫ କରିଛି। ତେବେ ଗିରଫ ପୂର୍ବରୁ ବାବା ଜଣକ ଭିଡିଓ ଜାରି କରି ଗିରଫ କଲେ ନିଜ ଗଳା କାଟି ଦେବାକୁ ଧମକ ଦେଇଥିଲେ।

ଅଭିଯୋଗ ମୁତାବକ, ଗତ ଅକ୍ଟୋବର ୩ ତାରିଖରେ ପୀଡିତା ମହିଳା ଜଣକ ସ୍କୁଟ ଯୋଗେ ନିଜ ଘରକୁ ଯାଉଥିଲେ। ଏତିକି ବେଳେ ସେ ଦେବ ମୁରାରୀ ବାପୁଙ୍କ ଘର ସାମ୍ନାରେ ଥିବା ବ୍ରେକର୍‌ ଉପରେ ପଡି ଯାଇଥିଲେ। ଏହାପରେ ଦେବ ମୁରାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଭୁଲ୍ ରୂପେ ଧକ୍କା ଦେଇଥିଲେ।

ପୀଡିତା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, କିଶୋରପୁରାରେ ରହୁଥିବା ସୌରଭ ଗୌତମ ଏବଂ ଗୌରବ ଗୌତମ ତାଙ୍କଠାରୁ ୩୫ ଲକ୍ଷ ଟଙ୍କା ଋଣ କରିଛନ୍ତି। ଏ ସମ୍ପର୍କରେ କୋର୍ଟରେ ମାମଲା ଚାଲିଛି। କିଛି ଦିନ ପୂର୍ବରୁ ଦେବ ମୁରାରୀ ବାପୁ ଓ ସୌରଭ, ଗୌରବ, ଅନ୍ୟ ଦୁଇ ଜଣଙ୍କ ସହ ତାଙ୍କ ଘରେ ପହଞ୍ଚିଥିଲେ। ଅସ୍ତ୍ରଶସ୍ତ୍ର ଦେଖାଇ ଧମକ ଦେଇ ମାମଲା ପ୍ରତ୍ୟାହାର କରିବାକୁ କହିଥିଲେ ଏବଂ ୧୦ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ।

କେବଳ ସେତିକି ନୁହେଁ ୩ ଦିନ ପୂର୍ବେ ଅଭିଯୁକ୍ତମାନେ ତାଙ୍କ ପିଛା କରିଥିଲେ। ଏମାନେ ପୀଡିତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହି ମାମଲାରେ ସେ ସନ୍ଥ ଦେବ ମୁରାରୀ ବାପୁ, ଗୌରବ, ସୌରଭ ଏବଂ ଅନ୍ୟ ଦୁଇ ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ପୁଲିସ ତଦନ୍ତ ଜାରି ରଖିଛି।

ସେପଟେ ବୁଧବାର ଦିନ ଦେବ ମୁରାରୀ ବାପୁ ଏକ ଭିଡିଓ ଜାରି କରି କହିଛନ୍ତି ଯେ ମହିଳାଙ୍କ ସହ ତାଙ୍କର କୌଣସି ବିତର୍କ ନାହିଁ। ମହିଳାଙ୍କ ସହ କୌଣସି ଟଙ୍କା କାରବାର ମଧ୍ୟ ନାହିଁ। ସେ ତାଙ୍କୁ ଧମକ ଦେଇନାହାଁନ୍ତି କିମ୍ବା ଦୁର୍ବ୍ୟବହାର କରିନାହାଁନ୍ତି। ସେମାନେ ହିନ୍ଦୁତ୍ୱ ପାଇଁ କାମ କରୁଛନ୍ତି। କିଛି ଲୋକ ସେମାନଙ୍କୁ ଅଟକାଇବାକୁ ଚାହାଁନ୍ତି।

ଏଥିସହ ସେ ପୁଲିସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୬ ତାରିଖ ଦିନ ଶ୍ରୀକୃଷ୍ଣ ଜନମଭୂମି ସ୍ଥାନର ରାଜକୀୟ ଇଦ୍‌ଗାହ ​​ପାଇଁ ଆୟୋଜିତ ପଦଯାତ୍ରାକୁ ପୁଲିସ ଦୁର୍ବଳ କରିବାକୁ ଚାହୁଁଛି, ଏହା ମୋ ବିରୋଧରେ ଏକ ବଡ଼ ଷଡଯନ୍ତ୍ର। ଏଥିସହ ବୁଧବାର ଅପରାହ୍ନ ୨ଟାରେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ଏହାପୂର୍ବରୁ ପୁଲିସ ତାଙ୍କୁ ଗିରଫ କରିନେଇଛି।

The post ଆସିଲା ଦୁର୍ବ୍ୟବହାର ଅଭିଯୋଗ, ବାବା କହିଲେ- ଗିରଫ କଲେ ଗଳା କାଟିଦେବି appeared first on Odisha Reporter.



from Odisha Reporter https://ift.tt/3of5B88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages