ଲଣ୍ଡନ: ଓମିକ୍ରନ ଜନିତ ସଂକ୍ରମଣ ବ୍ରିଟେନରେ ଦିନକୁ ଦିନ ସାଂଘିତିକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଓମିକ୍ରନ ଯୋଗୁ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଗତ ୨୪ ଘଣ୍ଟାରେ ବ୍ରିଟେନରେ ୯୩,୦୪୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।
କ୍ରମାଗତ ୩ୟ ଦିନ ପାଇଁ ଦୈନିକ ସଂକ୍ରମଣ ଏପରି ରେକର୍ଡ ପରେ ରେକର୍ଡ କରିଚାଲିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ବ୍ରିଟେନରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧.୧ ମିଲିୟନ ପାର କରିଛି। ସେହିପରି ୨୪ ଘଣ୍ଟାରେ କରୋନା ଆଉ ୧୧୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୪୭,୦୦୦ରେ ପହଞ୍ଚି ଯାଇଛି।
ସ୍କଟଲ୍ୟାଣ୍ଡର ପ୍ରଥମ ମନ୍ତ୍ରୀ ନିକୋଲା ଷ୍ଟୁରଜେଓନ କହିଛନ୍ତି, “ବର୍ତ୍ତମାନ ଦେଶରେ କରୋନାର ଓମିକ୍ରନ ସବୁ ପୁରୁଣା ଭାରିଏଣ୍ଟକୁ ପଛରେ ପକାଇ ଦେଇଛି। ଓମିକ୍ରନ ଦେଶର ଡୋମିନାଣ୍ଟ କରୋନା ଭାଇରସ ଷ୍ଟ୍ରେନର ରୂପ ନେଇଛି। ଏହାର ଅର୍ଥ ଓମିକ୍ରନ ଦ୍ୱାରା ହିଁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ସପ୍ତାହକ ତଳେ ଯେଉଁ କରୋନା ସୁନାମି କଥା ମୁଁ କହିଥିଲି, ଏବେ ତା’ହା ମାଡ଼ ହେବା ଆରମ୍ଭ ହୋଇଛି।”
ଓମିକ୍ରନ ପାଇଁ ନାଇଟ କ୍ଲବକୁ ବନ୍ଦ ଘୋଷଣା କରାଯାଇଛି। ଡିସେମ୍ବର ୨୬ ପରେ ଏହା ଲାଗୁ ହେବ। ଡିସେମ୍ବର ୨୫ରେ ଲୋକମାନେ ଖ୍ରୀଷ୍ଟମାସ ପାଳନ କରିବେ। ଏହି ସମୟରେ ସଂକ୍ରମଣ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ଲୋକମାନଙ୍କୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି।
ଅନ୍ୟପକ୍ଷରେ ବ୍ରିଟେନରେ ଓମିକ୍ରନକୁ ମାତ ଦେବାକୁ ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଉଛି। ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜେ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ନେବାକୁ ଅନୁରୋଧ କରିଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଲଗାଇଛନ୍ତି।
The post ଓମିକ୍ରନ ପାଇଁ ବ୍ରିଟେନ ସ୍ଥିତି ବେହାଲ, ଦିନକରେ ୯୩ ହଜାର ଆକ୍ରାନ୍ତ ଚିହ୍ନଟ appeared first on Odisha Reporter.
from Odisha Reporter https://ift.tt/3E6FnJI
No comments:
Post a Comment