ବାରହା ମାଂସ ହେଉଥିଲା ଭାଗବଣ୍ଟା, ବନ କର୍ମଚାରୀ ପହଞ୍ଚି ହେଲେ ହଟହଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 17, 2021

ବାରହା ମାଂସ ହେଉଥିଲା ଭାଗବଣ୍ଟା, ବନ କର୍ମଚାରୀ ପହଞ୍ଚି ହେଲେ ହଟହଟା

ଆସିକା(ମନୋଜ ମୁନି): ବାରାହା ମାଂସ  ପାଇଁ ଲୋକମାନଙ୍କ ମଧ୍ୟରେ ଚାଲିଥିଲା ଭାଗବଣ୍ଟା। ଏହି ସମୟରେ ବନ ବିଭାଗ କର୍ମଚାରୀ ମାଂସ ଜବତ ପାଇଁ ପହଞ୍ଚି ହଟହଟା ହୋଇଛନ୍ତି। ବନ ବିଭାଗ କର୍ମଚାରୀଙ୍କୁ ଲୋକେ  ଆକ୍ରମଣ କରିବା ସହ ସେମାନଙ୍କ ଗାଡି ଭଙ୍ଗାରୁଜା କରିଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବନାଞ୍ଚଳର  କୁଶପଲ୍ଲୀ ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି କୁଶପଲ୍ଲୀ ଗାଁରେ ବାର଼ହାକୁ ମାରି ମାଂସ ବିକ୍ରି କରୁଥିବା ଖବର ପାଇ ବନ ବିଭାଗ କର୍ମଚାରୀ ଏକ ଅଟୋ ଧରି ଉକ୍ତ ସ୍ଥାନରେ ପହଞ୍ଚିଥିଲେ।ବାରହା ମାଂସ ବିକ୍ରି ପାଇଁ ଲୋକଙ୍କ ମଧ୍ୟରେ ଭାଗ ଵଣ୍ଟା ଚାଲିଥିବା ବେଳେ ଵନ ବିଭାଗ କର୍ମଚାରୀ ଏହାକୁ ରୋକିଥିଲେ ଓ ମାଂସ ଜବତ କରିଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁର ପ୍ରାୟ ୪୦  ଜଣ ଲୋକ  ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ।ଏହା ସହିତ ବନ କର୍ମଚାରୀ ନେଇଥିବା ଅଟୋକୁ ଭଙ୍ଗା ରୁଜା କରିଥିଲେ। ଏହାସହ

ଗାଡି ଡ୍ରାଇଭରକୁ ମଧ୍ୟ ଗ୍ରାମବାସୀ ଆକ୍ରମଣ କରିଥିଲେ।  ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ବନ ବିଭାଗ କର୍ମଚାରୀ ସେଠାରୁ ପଳାଇ ଆସିଥିଲେ।ପରେ  ଗ୍ରାମବାସୀ  ଅଟୋଟି ଭଙ୍ଗାରୁଜା କରିବା ସହ ବନ କର୍ମଚାରୀ ଜବତ କରିଥିବା ମାଂସକୁ ଛଡ଼ାଇ ନେଇଥିଲେ।

 

The post ବାରହା ମାଂସ ହେଉଥିଲା ଭାଗବଣ୍ଟା, ବନ କର୍ମଚାରୀ ପହଞ୍ଚି ହେଲେ ହଟହଟା appeared first on Odisha Reporter.



from Odisha Reporter https://ift.tt/3yCG0JG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages