ପୁରୀ(ଓଡ଼ିଶା ରିପୋର୍ଟର): ଗୋଟିଏ ବ୍ଲୁ ଫ୍ଲାଗ୍ ବିଚ୍ ହେବାରୁ ଶତାଧିକ ଦୋକାନୀ ନିଜ ବେଉସା ହରାଇଲେ। ଏବେ ଆଉ ଏକ କଲେ ଆମେ ସର୍ବସ୍ୱାନ୍ତ ହୋଇଯିବୁ। ଏପରି କହି ପୁରୀ ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ୍ ବିଚ୍କୁ ତୀବ୍ର ବିରୋଧ କରିଛନ୍ତି କ୍ଷୁଦ୍ର ଏବଂ ଉଠା ବ୍ୟବସାୟୀ । ଏପରିକି ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ହେଲେ ଏହା ଜୀବିକା ଛଡ଼ାଇବା ପାଇଁ ନୁହେଁ ସେମାନଙ୍କ ଉନ୍ନତି ପାଇଁ କରାଯାଉଥିବା ସ୍ପଷ୍ଟ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା।
ସୂଚନାଯୋଗ୍ୟ, ପୁରୀ ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ୍ ବିଚ୍କୁ ତୀବ୍ର ବିରୋଧ କରୁଛନ୍ତି । କ୍ଷୁଦ୍ର ଏବଂ ଉଠା ବ୍ୟବସାୟୀ । ଏପରିକି ବାଲି ସମାନ୍ତରାଳ ପାଇଁ ଆସିଥିବା ଜେସିବି ମେସିନ ଆଗରେ ବସି କାର୍ଯ୍ୟ ବନ୍ଦ କରିଛନ୍ତି ଶତାଧିକ ଆନ୍ଦୋଳନକାରୀ । ତୁରନ୍ତ ବ୍ଲୁ ଫ୍ଲାଗ୍ ବିଚ୍ କାମ ବାତିଲ କରିବାକୁ ଦାବି କରିଛି ସଂଘ ।
ସଂଘ ଅଭିଯୋଗ କରିଛି ଯେ, ପୂର୍ବରୁ ଗୋଟିଏ ବ୍ଲୁ ଫ୍ଲାଗ୍ ବିଚ୍ କରାଯାଇଥିବା ବେଳେ ଏହାଦ୍ୱାରା ଶତାଧିକ ଦୋକାନୀ ନିଜ ବେଉସା ହରାଇଛନ୍ତି । ଏବେ ଚକ୍ରତୀର୍ଥ ବେଳାଭୂମିରେ ଆଉ ଏକ ବ୍ଲୁ ଫ୍ଲାଗ୍ ବିଚ୍ ହେଲେ ବେଳାଭୂମିରେ ଦୀର୍ଘବର୍ଷ ଧରି ଛୋଟ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ସର୍ବସ୍ୱାନ୍ତ ହୋଇଯିବେ ।
ହେଲେ ଆନ୍ଦୋଳନକାରୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଏଥିସହ କହିଛନ୍ତି, ଏବେ ଆରମ୍ଭ ହୋଇଥିବା ଉନ୍ନୟନ କାମ ବ୍ଲୁ ଫ୍ଲାଗ୍ ବିଚ୍ ପାଇଁ ନୁହେଁ, ବରଂ ପର୍ଯ୍ୟଟକ, ଉଠା ଦୋକାନୀଙ୍କ ପାଇଁ କରାଯାଉଛି। ଯେଉଁମାନେ ଉକ୍ତ ବିଚ୍ ଉପରେ ନିର୍ଭର କରୁଛନ୍ତି ସେମାନଙ୍କ ଉନ୍ନତି ପାଇଁ କରାଯାଉଛି। ସମସ୍ତଙ୍କ ପାଇଁ ଷ୍ଟ୍ରିଟ ଲାଇଟ୍, ଫୁଟପାଥ, ଚେଞ୍ଜିଙ୍ଗ ରୁମ୍, ଟଏଲେଟ ତିଆରି କରାଯାଉଛି। ଆନ୍ଦୋଳନକାରୀଙ୍କୁ ବୁଝାଯାଇ କାମ ଆରମ୍ଭ ହେବ ।
The post ‘ଆଉ କରନି ବ୍ଲୁ ଫ୍ଲାଗ୍ ବିଚ୍, ଆମେ ସର୍ବସ୍ୱାନ୍ତ ହୋଇଯିବୁ’ appeared first on Odisha Reporter.
from Odisha Reporter https://ift.tt/3IVKm3z
No comments:
Post a Comment