ଏହି କ୍ରିକେଟରଙ୍କ ନାଁରେ ଆସିଲା ଅପହରଣ ଓ ନିର୍ଯାତନା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 20, 2021

ଏହି କ୍ରିକେଟରଙ୍କ ନାଁରେ ଆସିଲା ଅପହରଣ ଓ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ: ଜଣେ ଯୁବତୀଙ୍କୁ ଅପହରଣ, ନିର୍ଯାତନା ଏବଂ ଧମକ ଦେବା ଅଭିଯୋଗରେ ପାକିସ୍ତାନ ଟେଷ୍ଟ ଲେଗ ସ୍ପିନର ୟାସିର ଶାହା ଏବଂ ତାଙ୍କ ବନ୍ଧୁଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଯୁବତୀଙ୍କ ଅଭିଯୋଗ ପରେ ଲାହୋର ଶାଲିମାର  ପୁଲିସ ଷ୍ଟେସନରେ ମାମଲା ପଞ୍ଜିକୃତ ହୋଇଛି। ହେଲେ ୟାସିର  ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଅଭିଯୋଗ ଅନୁଯାୟୀ, ୟାସିରଙ୍କ ବନ୍ଧୁ ଫରହାନ୍ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରି ଦୁଷ୍କର୍ମ କରିଥିଲେ। ଏହାର ଭିଡିଓ ମଧ୍ୟ କରିଥିଲେ । ପରେ ସେ ତାଙ୍କୁ ଧମକ ଦେଇଥିଲେ। ଏଥିରେ ଫରହାନଙ୍କୁ ୟାସିର ଶାହା ସହଯୋଗ କରିଥିଲେ। ପରେ ଫରହାନ ତାଙ୍କୁ ଧମକ ଦେଇଥିଲେ। ଯଦି ଘଟଣା ବିଷୟରେ ପ୍ରଘଟ କରନ୍ତି ତେବେ  ସେମାନେ ତାଙ୍କ ଭିଡିଓ ଛାଡ଼ିଦେବେ ବୋଲି ବ୍ଲାକମେଲିଂ କରିଥିଲେ। ନାବାଳିକା ଜଣକ ଆହୁରି ଅଭିଯୋଗ କରିଛନ୍ତି ଯେ, ପୁଲିସକୁ ଜଣାବାକୁ କହିବାରୁ ମାମଲା ରଫାଦଫା ପାଇଁ ଉଦ୍ୟମ କରିଥିଲେ।

ୟାସିର ଉକ୍ତ ନାବାଳିକାଙ୍କୁ ଧମକ ଦେବା ସହ ଚୁପ୍ ରହିବାକୁ କହିଥିଲେ। ଏପରିକି ବନ୍ଧୁ ଫରହାନଙ୍କୁ ବିବାହ କରିବାକୁ ମଧ୍ୟ ଚାପ ପକାଇଥିଲେ।  ଏହି ମାମଲାକୁ ରଫାଦଫା କରିବାକୁ ନାବାଳିକାଙ୍କୁ ଏକ ଫ୍ଲାଟ ସହ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରଲୋଭନ ଦେଇଥିଲେ ୟାସିର। ୟାସିର ଶାହଙ୍କ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ନାଁରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ହୋଇଥିଲା।

The post ଏହି କ୍ରିକେଟରଙ୍କ ନାଁରେ ଆସିଲା ଅପହରଣ ଓ ନିର୍ଯାତନା ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3mm9gQ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages