ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ୍‌ ପୂର୍ବର ଦୃଶ୍ୟ, ସାମ୍ନାକୁ ଆସିଲା ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 9, 2021

ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ୍‌ ପୂର୍ବର ଦୃଶ୍ୟ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ତାମିଲନାଡୁର ନୀଳଗିରି ନିକଟରେ ଗତକାଲି ସେନାର ଏକ Mi 17 V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।  ବିପିନ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଆକାଶରେ ହେଲିକପ୍ଟର ଉଡୁଥିବା ଏବଂ କୁହୁଡ଼ିରେ ଗାଏବ ହୋଇଯାଉଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ମିଳିଥିବା ଉକ୍ତ ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥା ‘ଏଏନ୍‌ଆଇ’ ଟୁଇଟ୍‌ କରିଛି। ଭାରତୀୟ ବାୟୁସେନାର ଏହି ‘Mi 17 V5’ ହେଲିକପ୍ଟର୍‌ଟି ଗତକାଲି ମଧ୍ୟାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡ଼ିବାର ଠିକ୍‌ ପୂର୍ବରୁ ଉକ୍ତ ଭିଡିଓଟିକୁ ଶୁଟ୍‌ କରାଯାଇଥିବା ଭଳି ମନେ ହେଉଛି। ତେବେ ବାୟୁସେନା ତରଫରୁ କିଛି ଏହି ଭିଡିଓକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଭିଡିଓରେ ହେଲିକପ୍ଟରଟି ପାହାଡ଼ ଉପରେ ଉଡୁଥିବା ଦେଖିବାକୁ ମିଳିଛି। ତା’ପରେ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡୁଥିବା ମଧ୍ୟ ନଜର ଆସିଛି। ଏହାପରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି- କ’ଣ ହେଲା? ହେଲିକପ୍ଟରଟି କ୍ରାଶ ହୋଇଗଲା କି? ଅନ୍ୟ ଜଣେ କହୁଛନ୍ତି ହଁ।।

ସେପଟେ ସେନା ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣା ଘଟିଲା, ତାହାର ତଦନ୍ତ ଚାଲିଥିବା ବେଳେ ଆଜି ଏୟାର୍‌ ଚିଫ୍‌ ମାର୍ସାଲ୍‌ ଭି.ଆର୍‌. ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସୁଲୁରରୁ ୱେଲିଙ୍ଗଟନକୁ ବିମାନଯାତ୍ରା ସମୟ ଅବଧି ମାତ୍ର ୨୦ ରୁ ୨୫ ମିନିଟ୍‌। ଏତେ ସ୍ୱଳ୍ପ ସମୟ ମଧ୍ୟରେ କି ତ୍ରୁଟି ହେଲା, ତାହା ନିର୍ଦ୍ଧାରଣ କରିବା କଷ୍ଟକର ବ୍ୟାପାର ବୋଲି ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ଏୟାର୍‌ ଚିଫ୍ ମାର୍ସାଲ୍‌ ଫଲି ଏଚ୍‌. ମେଜର୍‌ କହିଛନ୍ତି।

ଗତକାଲି ଜେନେରାଲ ରାୱତ ହେଲିକପ୍ଟର ଯୋଗେ କୋଏମ୍ବାଟୁରର ସୁଲୁର ଏୟାରବେସରୁ ୱେଲିଂଟନରେ ଥିବା ଡିଫେନ୍ସ ଷ୍ଟାଫ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ସେମାନେ ଯାଉଥିବା ହେଲିକପ୍ଟର ଓଟ୍ଟୀ ନିକଟରେ କ୍ରାଶ କରିଯାଇଥିଲା। ହେଲିକପ୍ଟର୍‌ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଭାରତୀୟ ବାୟୁସେନା ଟ୍ୱିଟ ଯୋଗେ ସୂଚନା ଦେଇଛି।

The post ବିପିନ ରାୱତଙ୍କ ହେଲିକପ୍ଟର କ୍ରାଶ୍‌ ପୂର୍ବର ଦୃଶ୍ୟ, ସାମ୍ନାକୁ ଆସିଲା ଭିଡିଓ appeared first on Odisha Reporter.



from Odisha Reporter https://ift.tt/3oBhyoz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages