ନୂଆଦିଲ୍ଲୀ: ଗତକାଲି ତାମିଲନାଡ଼ୁରେ ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ଜୀବିତ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଥିଲେ ମଧ୍ୟ ସ୍ଥିର ରହିଛି। ତାଙ୍କ ଶରୀର ୪୫ ପ୍ରତିଶତ ପୋଡ଼ିଯାଇଥିବା ରିପୋର୍ଟ ଆସିଛି। ୱେଲିଂଟନ୍ ସେନା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି।
ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ମଧ୍ୟ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି। ସେ କହିଛନ୍ତି, ବରୁଣଙ୍କୁ ଏବେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି।
ବରୁଣଙ୍କ ଘର ଉତ୍ତରପ୍ରଦେଶର ଦେଉରିଆରେ। ତାଙ୍କ ବାପା ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ। ବରୁଣ ଗତ ଅଗଷ୍ଟ ମାସରେ ନିଜର ସାହସିକତା ପାଇଁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ମିଡ୍ ଏୟାର ଇମାର୍ଜେନ୍ସି ସତ୍ତ୍ୱେ ଗତ ବର୍ଷ ସେ ତେଜସ୍ ଫାଇଟର ଜେଟ୍କୁ ସୁରକ୍ଷିତ ଭାବେ ଅବତରଣ କରି ଦୁର୍ଘଟଣାକୁ ଏଡ଼ାଇ ପାରିଥିଲେ।
ଗତକାଲି ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ ସୁଲୁର ଏୟାର ବେସ୍ରେ ସିଡିଏସ୍ ଜେନେରାଲ ବିପିନ୍ ରାୱତଙ୍କୁ ସ୍ୱାଗତ କରିବାକୁ ଯାଇଥିଲେ ଏବଂ ତାଙ୍କୁ ୱେଲିଂଟନ ସ୍ଥିତ ସେନା କଲେଜକୁ ପାଛୋଟି ଆଣୁଥିଲେ। ୱେଲିଂଟନ୍ଠାରେ ଥିବା ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ସେଠାରେ ଲ୍ୟାଣ୍ଡିଂ କରିବାର ୭ ମିନିଟ୍ ପୂର୍ବରୁ ତାଙ୍କ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା।
The post ହେଲିକପ୍ଟର କ୍ରାଶରୁ ବଞ୍ଚିଯାଇଥିବା ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଂହ କେମିତି ଅଛନ୍ତି appeared first on Odisha Reporter.
from Odisha Reporter https://ift.tt/3pIzjlg
No comments:
Post a Comment