ମୁଁ ବିଗ୍‌ ବି’ଙ୍କ ଝିଅ…କହି ଥାନାରେ ପହଞ୍ଚିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

ମୁଁ ବିଗ୍‌ ବି’ଙ୍କ ଝିଅ…କହି ଥାନାରେ ପହଞ୍ଚିଲେ ମହିଳା

ପାଟନା: ‘ମୁଁ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ। ହରିବଂଶ ରାୟ ବଚ୍ଚନ ମୋ ଜେଜେ ବାପା।’ ଏଭଳି କିଛି ଅଜବ ଦାବି କରି କାନ୍ଦି କାନ୍ଦି ଥାନାରେ ପହଞ୍ଚିଛନ୍ତି ଜଣେ ମହିଳା। ମହିଳାଙ୍କ ଏଭଳି କଥା ଶୁଣି ଚକିତ ହୋଇପଡିଛନ୍ତି ପୁଲିସ ଅଧିକାରୀ। ବିହାରର ଭୋଜପୁର ଜିଲ୍ଲାରୁ ଆସିଛି ଏଭଳି କିଛି ଆଶ୍ଚର୍ଯ୍ୟ କଲା ଭଳି ମାମଲା।

ଏଠାକାର ଜଣେ ମହିଳା କାନ୍ଦି କାନ୍ଦି ଆର୍‌ କେ ଟାଉନ ଥାନା ପୁଲିସ ଷ୍ଟେସନରେ ପହଞ୍ଚି ନିଜକୁ ଫିଲ୍ମଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ବୋଲି ଦାବି କରିଛନ୍ତି। ଏତିକି ବେଳେ ଡ୍ୟୁଟ୍‌ରେ ଥିବା ପୁଲିସ କର୍ମଚାରୀ ବିଶ୍ୱାସ ନକରି ମହିଳାଙ୍କୁ ଅମିତାଭ ବଚ୍ଚନ କିଏ ବୋଲି ପଚାରିଥିଲେ।

ଏହାର ଉତ୍ତରରେ ସେ କହିଥିଲେ, ବଲିଉଡର ବିଗ୍‌ ବି ତଥା ମହାନାୟକ ଅମିତାଭ ବଚ୍ଚନ ହେଉଛନ୍ତି ତାଙ୍କ ବାପା। ହରିବଂଶ ରାୟ ବଚ୍ଚନ ହେଉଛନ୍ତି ତାଙ୍କ ଜେଜେ ବାପା। ମହିଳାଙ୍କ ଏହି କଥା ଶୁଣିବା ପରେ ସମସ୍ତ ପୁଲିସ ଅଧିକାରୀ ତାଜୁବ ହୋଇଯାଇଥିଲେ।

କେବଳ ସେତିକି ନୁହେଁ ମହିଳା ଜଣକ ଆହୁରି କହିଥିଲେ, ତାଙ୍କ ପାଁ ମୋନି। ତାଙ୍କ ଜେଜେମା ତାଙ୍କ ନାମ ଆରାଧ୍ୟା ଏବଂ ମୋନି ରଖିଥିଲେ।ଏହା ଶୁଣି ପୁଲିସ ତାଙ୍କୁ ସେ କେଉଁଠି ରୁହନ୍ତି ବୋଲି ପଚାରିଥିଲେ। ଏଥିରେ ପାକିସ୍ତାନରେ ରୁହନ୍ତି ବୋଲି ମହିଳା ଜଣକ ଉତ୍ତର ଦେଇଥିଲେ। ଏହାଶୁଣି ସମସ୍ତ ପୁଲିସ ଅଧିକାରୀ ଚୁପ୍‌ ହୋଇଯାଇଥିଲେ।

ପୁଲିସ ଷ୍ଟେସନରେ ପହଞ୍ଚିଥିବା ଉକ୍ତ ମହିଳା ଜଣକ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଏପରି ଅଜବଗଜବ ଦାବି କରିବା ସହ ହଙ୍ଗାମା ଜାରି ରଖିଥିଲେ। ମହିଳା ଜଣକ ବେଳେବେଳେ ଲାଲୁ ଯାଦବଙ୍କ ନାମ ମଧ୍ୟ ନେଉଥିଲେ। ଏହା ପରେ ପୁଲିସ୍ ବୁଝିଯାଇଥିଲା ଯେ ତାଙ୍କ ମାନସିକ ଅବସ୍ଥା ଭଲ ନାହିଁ। ପରେ କୌଣସି ପ୍ରକାରେ ତାଙ୍କୁ ବୁଝାଇ ଘରକୁ ପଠାଇଥିଲା ପୁଲିସ ।

The post ମୁଁ ବିଗ୍‌ ବି’ଙ୍କ ଝିଅ…କହି ଥାନାରେ ପହଞ୍ଚିଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3DBJTiM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages