ରାଞ୍ଚି: ଝାଡ଼ଖଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ପୁଅକୁ ନୃଶଂସଭାବେ ହତ୍ୟା କରାଯାଇଛି। ନାବାଳକ ଜଣକର ଗଳା,ହାତ, ଗୋଡ଼ କଟାଯାଇ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ପରେ ମୃତ ଦେହକୁ ଅଖାରେ ଭର୍ତ୍ତିକରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ନାବାଳକର ବନ୍ଧୁମାନେ ଏମିତି ଅମାନବୀୟକାଣ୍ଡ ଘଟାଇଥିବା ପରିବାର ଳୋକେ ଅଭିଯୋଗ କରିଛନ୍ତି।
ଝାଡ଼ଖଣ୍ଡର ଦେଉ ଜିଲ୍ଲାରେ ଏହି ଘଟଣା ଘଟିଛି। ନାବାଳକର ଶବକୁ ଜଙ୍ଗଲରୁ ଉଦ୍ଧାର କରଯାଇଛି। ବୁଧବାର ପରିବାର ଲୋକେ ଥାନାରେ ଏ ବିଷୟରେ ଅଭିଯୋଗ କରିଛନ୍ତି। ଏତଲା ଅନୁଯାୟୀ, ମଙ୍ଗଳବାର ରାତିରେ ନାବାଳକ ଜଣକ ରହସ୍ୟଜନଭାରବେ ନିଖୋଜ ହୋଯାଇଥିଲା। ସ୍ଥାନୀୟ ଏସଡିପିଓ ପୱନ କୁମାର ଏହା କହିଛନ୍ତି । ତେବେ ତଦନ୍ତପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମୃତ ନାବାଳକର ବନ୍ଧୁ କୁମାର ନାମକ ଯୁବକକୁ ପୁଲିସ ଅଟକ ରଖଛି।
ସେ ପୁଲିସକୁ କହିଛନ୍ତି ଯେ, ଜସିଡିହ ପୁଲିସ ଷ୍ଟେସନ ଅନ୍ତର୍ଗତ ରୋହିଣୀ ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ୮ଟା୩୦ ରେ ସମ୍ପୃକ୍ତ ନାବଳିକଙ୍କୁ ଭେଟିଥିଲେ। ପରେ ସେମାନେ କୁମ୍ରାବାଦ ଷ୍ଟେସନ ରୋଡ଼କୁ ଯାଇଥିଲେ। ପରେ ସେମାନଙ୍କ ସହ ଅନ୍ୟ ଜଣେ ବନ୍ଧୁ ଅବିନାଶ ଯୋଗ ଦେଇଥିଲେ । ପରେ ସମ୍ପୃକ୍ତ ୩ ଜଣ ମିଶି ପାଳଙ୍ଗ ପାହାଡ଼ ଜଙ୍ଗଲକୁ ଯାଇଥିଲେ। ସେଠାରେ ଅବିନାଶ ଏବଂ ମୃତ ନାବାଳକ ମଧ୍ୟରେ ଝଗଡ଼ା ହୋଇ ବଚସାର ରୂପ ନେଇଥିଲା।
ଏଥିରେ ଅବିନାଶ ଉତ୍ତ୍ୟକ୍ତ ହୋଇ ପାଖରେ ରଖିଥିବା ଏକ ଛୁରୀ ବାହାର କରି ଆକ୍ରମଣ କରିଥିଲା । ପରେ ସେହି ଛୁରୀରେ ସେ ତାର ଗଳା ଓ ଅନ୍ୟାନ୍ୟ ଅଙ୍ଗ କାଟିଥିଲା। ପରେ ଶରୀରର ଅଙ୍ଗଗୁଡ଼ିକୁ ତିନୋଟି ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗିଦେଥିଲେ ବୋଲି କୁମାର କହିଛି। ପୁଲିସ ମୃତଦେହ ଉଦ୍ଧାର କରି ଅବିନାଶଙ୍କୁ ଗିରଫ କରିଛି । ଅବିନାଶ ମଧ୍ୟ ଏହି ଅପରାଧକୁ ସ୍ୱୀକାର କରିଛି। ଏଥିସହ ପୁଲିସ ଏକ ରକ୍ତ ଜୁଡୁବୁଡୁ ଛୁରୀ ଏବଂ ମୃତ ନାବାଳକର ମୋବାଇଲ୍ ଫୋନ୍ ଜବତ କରିଛି
The post ସାଙ୍ଗକୁ ଡାକି ନେଇ ଗଳା,ହାତ ଓ ଗୋଡ଼ କାଟି ବୀଭତ୍ସ ହତ୍ୟା appeared first on Odisha Reporter.
from Odisha Reporter https://ift.tt/3JbProq
No comments:
Post a Comment