ଭିନ୍ନକ୍ଷମ କୋଟାରେ ନାଁ ବାହାରିଲା, ହେଲେ ଫାଇନାଲ ଲିଷ୍ଟରୁ କଟିଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 18, 2021

ଭିନ୍ନକ୍ଷମ କୋଟାରେ ନାଁ ବାହାରିଲା, ହେଲେ ଫାଇନାଲ ଲିଷ୍ଟରୁ କଟିଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭାଗୀୟ ଅବହେଳା ହେଲା କାଳ। ଭିନ୍ନକ୍ଷମ କୋଟାରେ ମେରିଷ୍ଟ ଲିଷ୍ଟରେ ନାଁ ବାହାରିଲା । ମାତ୍ର ଫାଇନାଲ ଲିଷ୍ଟରୁ ନାଁ କଟିଗଲା। ଏପରି ଅଭିଯୋଗ ଆଣିଛନ୍ତି ଦୁଇ ଦିବ୍ୟାଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀ କୃଷ୍ଣ ଚନ୍ଦ୍ର ମହାରଣା ଓ ଦିବ୍ୟାଙ୍ଗ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ୧୬ ତାରିଖରେ ୬ ହଜାର ୧୩୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ କାଗଜପତ୍ର ଥାଇ ମଧ୍ୟ ଏ ଦୁଇଜଣ ନିଯୁକ୍ତିରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । କାଗଜପତ୍ର ପୁନଃ ଯାଞ୍ଚ କରି ସରକାର ତୁରନ୍ତ ନିଯୁକ୍ତି ଦେବେ ବୋଲି ଉଭୟ ଆଶା ରଖିଛନ୍ତି  । ତେବେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ  ଶିକ୍ଷକ ପଦବୀ ପାଇଁ ଆଶାୟୀ ଥିବା ପୁଷ୍ପାଞ୍ଚଳି ରାଉତ କହିଛନ୍ତି, ପୂର୍ବରୁ ୩ ଜଣଙ୍କୁ ସିଲେକ୍ଟ କରିଛନ୍ତି। ହେଲେ ଆମ ୨ ଜଣଙ୍କୁ କ’ଣ ପାଇଁ ଚୟନ କଲେନି ତାହା ଆମେ ଜାଣିନୁ। ଅପରପକ୍ଷେ, ଏନେଇ

ଦିବ୍ୟାଙ୍ଗ ଆଶାୟୀ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି, ସବୁ କିଛି ଡକ୍ୟୁମେଣ୍ଟ ଭେରିଫାଏ କରିବା ପରେ କହୁଛନ୍ତି ତମର କ’ଣ ପାଇଁ କଟିଲା ଆମେ ଜାଣିନୁ। ନିଜେ ଯଦି ସିଲେକସନ୍‌ କରୁଛନ୍ତି, ତେବେ କିପରି କହିପାରୁଛନ୍ତି କିପରି ନାଁ କଟିଲା ଆମେ ଜାଣିନୁ। ତା’ ହେଲେ ଆମେ କାହା ପାଖକୁ ଯିବୁ।

The post ଭିନ୍ନକ୍ଷମ କୋଟାରେ ନାଁ ବାହାରିଲା, ହେଲେ ଫାଇନାଲ ଲିଷ୍ଟରୁ କଟିଗଲା appeared first on Odisha Reporter.



from Odisha Reporter https://ift.tt/3sgfbdh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages