ନୂଆଦିଲ୍ଲୀ: ବିଶ୍ୱରେ ମାଡ଼ୁଛି ଓମିକ୍ରନ୍। ଏବେ ସୁଦ୍ଧା ୮୯ଟି ଦେଶରେ ପ୍ରବେଶ କରିସାରିଲାଣି ଏହି ନୂଆ ଭାରିଏଣ୍ଟ। ସବୁଠୁ ବଡ଼ କଥା ହେଉଛି ଗତକାଲି ୟୁକେରେ ଦିନକରେ ୧୦ ହଜାରରୁ ଅଧିକ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ମେଜର ଇନସି଼ଡେଂଟ୍ ଘୋଷଣା କରିଛି ଲଣ୍ଡନ୍। ସେପଟେ ନେଦରଲାଣ୍ଡରେ ଆଜିଠାରୁ ଖ୍ରୀଷ୍ଟମାସ ଲକଡାଉନ୍ ଘୋଷଣା କରାଯାଇଛି। ଏପଟେ ଭାରତରେ ବି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।
ମହାରାଷ୍ଟ୍ରରେ ୮ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ତେଲେଙ୍ଗାନାରେ ଦିନକରେ ଓମିକ୍ରନର ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି କର୍ଣ୍ଣାଟକରେ ୬ ନୂଆ ସଂକ୍ରମିତ ଓ କେରଳରେ ୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି।
ସେପଟେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଗତକାଲି ଦିନକରେ ୮୬ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହା ୫ ମାସ ଭିତରେ ସର୍ବାଧିକ। ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇରେ କଟକଣା ଆରମ୍ଭ ହୋଇଯାଇଛି। ବନ୍ଦ ସ୍ଥାନରେ କ୍ଷମତାର ୫୦ ପ୍ରତିଶତ ଲୋକ ହିଁ ଏକାଠି ହୋଇପାରିବେ।
ଅନ୍ୟପଟେ ଏମ୍ସ କମ୍ୟୁନିଟି ମେଡିସିନ୍ ବିଭାଗ ପ୍ରଫେସର କହିଛନ୍ତି ଓମିକ୍ରନ ଭାରିଏଣ୍ଟ ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ହୋଇଥିଲେ ବି ଡେଲ୍ଟା ଭଳି ମାରାତ୍ମକ ନୁହେଁ। ସଂକ୍ରମଣ ଅଧିକ ହେଉଥିବାରୁ ଅଧିକ ଲୋକ ଆକ୍ରାନ୍ତ ହେବା ଆଶଙ୍କା ଥିବା ସେ କହିଛନ୍ତି। ତେବେ ଆସନ୍ତା ବର୍ଷ କୋଭିଡ୍ର ତୃତୀୟ ଲହର ଆସିବ ଓ ଫେବ୍ରୁଆରୀରେ ଏହା ପିକ୍ରେ ପହଞ୍ଚିବ ବୋଲି ଆଶଙ୍କା କରିଛନ୍ତି ନ୍ୟାସନାଲ କୋଭିଡ୍-୧୯ ସୁପର ମଡେଲ କମିଟି।
ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକମାନେ ବାରମ୍ବାର ଓମିକ୍ରନ୍କୁ ନେଇ ସତକୟ କରାଉଛନ୍ତି। ଏହା ଡେଲ୍ଟା ଭାରିଏଣ୍ଟ ଠାରୁ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଥିବା ନେଇ ହୁ’ କହିଛି। ବିଶ୍ୱରେ ଦେଢ଼ରୁ ୩ ଦିନ ଭିତରେ ଓମିକ୍ରନ୍ ମାମଲା ଦୁଇ ଗୁଣା ବଢ଼ୁଛି। ତେଣୁ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି WHO କହିଛି।
The post ମାଡୁଛି ଓମିକ୍ରନ୍, ଲାଗୁ ହେଲା ଖ୍ରୀଷ୍ଟମାସ ଲକଡାଉନ୍ appeared first on Odisha Reporter.
from Odisha Reporter https://ift.tt/3Fc7UPk
No comments:
Post a Comment