ଗୁରୁଗ୍ରନ୍ଥ ସାହିବଙ୍କ ଅପମାନ, ଯୁବଙ୍କୁ ପିଟି ପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 18, 2021

ଗୁରୁଗ୍ରନ୍ଥ ସାହିବଙ୍କ ଅପମାନ, ଯୁବଙ୍କୁ ପିଟି ପିଟି ମାରିଦେଲେ

ଚଣ୍ଡିଗଡ: ପଞ୍ଜାବ ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିରରେ ଅଘଟଣ।  ଗୁରୁଗ୍ରନ୍ଥ ସାହିବର ଅପମାନ କରିବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସ୍ୱର୍ଣ୍ଣ ମନ୍ଦିର ଭିତରେ ଜଣେ ଅଜ୍ଞାତ ବ୍ୟକ୍ତି ରେଲିଂ ପାର୍‌ କରି ଗୁରୁଗ୍ରନ୍ଥ ସାହିବଙ୍କ ଅପମାନ କରିବାକୁ ଚେଷ୍ଟା କରୁଥିଲେ। ମନ୍ଦିର ଭିତରେ ପୁରାଣ ପାଠ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।

ଉକ୍ତ ବ୍ୟକ୍ତି ଜଣକ ଗୁରୁଗ୍ରନ୍ଥ ସାହିବଙ୍କ ଆଗରେ ରଖାଯାଇଥିବା ଖଣ୍ଡାକୁ ମଧ୍ୟ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ସେବାୟତ ଯୁବକଙ୍କୁ କାବୁ କରିନେଇଥିଲେ। ସେବାୟତ ଯୁବକକୁ ତୁରନ୍ତ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (SGPC)କୁ ହସ୍ତାନ୍ତର କରିଥିଲେ। ଏନେଇ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା।

ପୁଲିସ ସୂଚନା ମୁତାବକ, ଗୁରୁ ଗ୍ରନ୍ଥ ସାହିବଙ୍କ ଅପମାନ କରିବାକୁ ଚେଷ୍ଟା କରିଥିବା ଯୁବକଙ୍କୁ ଲୋକେ କାବୁ କରିବା ପରେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଯୁବକ ଜଣକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

ଅମୃତସର ଡେପୁଟି ପୁଲିସ କମିଶନରଙ୍କ କହିବା ମୁତାବକ, ସ୍ୱର୍ଣ୍ଣ ମନ୍ଦିରରେ ସଚଖଣ୍ଡ ସାହିବ ଭିତରେ ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ରହରସ (ସନ୍ଧ୍ୟା ସମୟରେ କରାଯାଉଥିବା ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ପାଠ) ଚାଲିଥିଲା। ପ୍ରତିଦିନ ଭଳି ଲୋକେ ଧାଡି ବାନ୍ଧି ଏଠାକୁ ପ୍ରାର୍ଥନା କରିବାକୁ ଆସୁଥିଲେ। ସଚଖଣ୍ଡ ସାହିବ ଆଗରେ ସୁରକ୍ଷା ପାଇଁ ଗ୍ରିଲ୍‌ ତିଆରି କରାଯାଇଛି। ପାଠକ ତା ଭିତରେ ବସି ପାଠ କରନ୍ତି। ଧାଡିରେ ଛିଡା ହୋଇଥିବା ଯୁବକ ନିଜ ପାଳି ଆସିବାରୁ ସଚଖଣ୍ଡ ସାହିବ ଭିତରେ ପହଞ୍ଚିଥିଲେ। ତେବେ ହଠାତ ସୁରକ୍ଷା ପାଇଁ ଲଗାଯାଇଥିବା ଗ୍ରିଲ ପାର କରି ଗୁରୁ ଗ୍ରନ୍ଥ ସାହିବ ଆଡକୁ ମାଡି ଆସିଥିଲା ଜଣେ ଯୁବକ।

ଯୁବକଙ୍କ ଏହି କାରନାମା ଦେଖି ସେଠାରେ ହଇଚଇ ସୃଷ୍ଟି ହୋଇଥିଲା ଓ ସେବାୟତ ତୁରନ୍ତ ତାଙ୍କୁ କାବୁ କରିନେଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଛନ୍ତି ଯେ ଯୁବକ ଗୁରୁ ଗ୍ରନ୍ଥ ସାହିବ ଆଗରେ ରଖାଯାଇଥିବା ଖଣ୍ଡା ଉଠାଇବାକୁ ଚେଷ୍ଟା କରିଥିଲା। ଆଉ କିଛି ଲୋକେ କହିଛନ୍ତି ଯେ ଯୁବକ ଫୁଲ ଉଠାଇବାକୁ ଚେଷ୍ଟା କରୁଥିଲା। ସେବାୟତ ଯୁବକକୁ ଧରି ସ୍ୱର୍ଣ୍ଣ ମନ୍ଦିରରେ ନିୟୋଜିତ ଏସଜିପିସି ଟାସ୍କ ଫୋର୍ସକୁ ହସ୍ତାନ୍ତର କରିଥିଲେ। ସେମାନେ ଯୁବକକୁ ବାହାରକୁ ନେଇଯାଇଥିଲେ। ଏହାପରେ ଉକ୍ତ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି।

ଏହି ଘଟଣାକୁ ନେଇ ପଞ୍ଜାବ ଗୃହମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ସେପଟେ ବିଜେପି ଏହି ଘଟଣାକୁ ନିନ୍ଦା କରିଛି। ବିଜେପି ନେତା ମନଜିନ୍ଦର ସିଂହ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏହି ଘଟଣା ସମ୍ପର୍କରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି। ତଦନ୍ତ ନିଶ୍ଚିତ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି।

ଅନ୍ୟପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି କହିଛନ୍ତି, ‘ଶ୍ରୀ ହରିମାନ୍ଦିର ସାହିବଙ୍କ ଗର୍ଭଗୃହରେ ଶ୍ରୀ ରେହରାସ ସାହିବଙ୍କ ପାଠ ସମୟରେ ଗୁରୁ ଗ୍ରନ୍ଥ ସାହିବଙ୍କୁ ଅପମାନିତ କରିବା ଭଳି ଦୁର୍ଭାଗ୍ୟଜନକ ତଥା ଘୃଣ୍ୟ କାର୍ଯ୍ୟକୁ ମୁଁ ନିନ୍ଦା କରୁଛି। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।’

The post ଗୁରୁଗ୍ରନ୍ଥ ସାହିବଙ୍କ ଅପମାନ, ଯୁବଙ୍କୁ ପିଟି ପିଟି ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/3yHGFtC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages