ଚଣ୍ଡିଗଡ: ବିଜେପିରେ ମିଶିବେନି କିନ୍ତୁ ବିଜେପି ହାତ ଛାଡିବେନି। ଏବେ ବିଜେପି ସହ କାନ୍ଧରେ କାନ୍ଧ ମିଶାଇ କଂଗ୍ରେସ ଉପରେ କରିବେ ହଲ୍ଲାବୋଲ୍। ଆଜି ଏଭଳି କିଛି ଇସାରା କରିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପ୍ରମୁଖ କ୍ୟାପଟେନ ଅମରିନ୍ଦର ସିଂହ। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନକୁ ନେଇ ସେ କରିଛନ୍ତି ବଡ ଘୋଷଣା। ସତ୍ତାକୁ ଫେରିବା ପାଇଁ କ୍ୟାପଟେନ୍ କରିଛନ୍ତି ନୂଆ ରଣନୀତି। ବିଜେପି ଓ ସୁଖଦେବ ସିଂହ ଢ଼ିଣ୍ଡସାଙ୍କ ଅକାଳୀ ଦଳ ସହ ମିଶି ସେ ଆଗାମୀ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି କ୍ୟାପଟେନ୍।
ଚଣ୍ଡିଗଡରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଆଜି କହିଛନ୍ତି, ବିଜେପି ସହିତ ତାଙ୍କର ଆଲୋଚନା ହୋଇଛି ଏବଂ ଖୁବ ଶୀଘ୍ର ସିଟ୍ ସେୟାର୍ ଫର୍ମୁଲା ଉପରେ ମଧ୍ୟ ଚିତ୍ର ସ୍ପଷ୍ଟ ହେବ। ଏଥିସହ ଦୁଇ ଦଳ ସହ ମିଶି ସିଟ୍ ଆରେଞ୍ଜମେଣ୍ଟ ଉପରେ ଆଲୋଚନା କରାଯାଉଛି। ପଞ୍ଜାବ ଲୋକ କଂଗ୍ରେସ ଦଳର ସଦସ୍ୟତା ଡ୍ରାଇଭ୍ ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଜିଲ୍ଲା ତଥା ସବ୍ ଡିଭିଜନରେ ମଧ୍ୟ ଦଳର ସଂଗଠନ ଆରମ୍ଭ ହେବ ବୋଲି କ୍ୟାପଟେନ୍ ଅମରିନ୍ଦର କହିଛନ୍ତି।
ସୂଚନାଯୋଗ୍ୟ ଯେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ବର୍ତ୍ତମାନ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ବିଜେପି ସହ ମିଶି ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ, ଦଳ ସ୍ତରରେ କୌଣସି ଆଲୋଚନା ହୋଇନଥିଲେ ମଧ୍ୟ ସେ ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅମରିନ୍ଦର ସିଂହ ଗତ ୨୫ ବର୍ଷ ଧରି ଯେଉଁ ବିଜେପିକୁ ଟାର୍ଗେଟ୍ କରୁଥିଲେ, ଆଜି ସେହି ଦଳ ସହ ମିଶି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
କିଛି ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ସହ ଦଳରୁ ମଧ୍ୟ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏଥିସହ ନୂଆ ଦଳ ସହ ସେ ବିଧାନସଭାରେ ପ୍ରବେଶ କରିବା ନେଇ କ୍ୟାପଟେନ୍ କହିଥିଲେ।
The post ବିଜେପିରେ ମିଶିବେନି କି ବିଜେପି ହାତ ଛାଡ଼ିବେନି କ୍ୟାପଟେନ୍ appeared first on Odisha Reporter.
from Odisha Reporter https://ift.tt/2ZW9MMA
No comments:
Post a Comment