ଟ୍ରକ୍‌ରୁ ତେଲ ଓ ବ୍ୟାଟେରି ଚୋରି କରୁଥିଲେ, ନିର୍ଧୂମ ଛେଚା ଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 18, 2021

ଟ୍ରକ୍‌ରୁ ତେଲ ଓ ବ୍ୟାଟେରି ଚୋରି କରୁଥିଲେ, ନିର୍ଧୂମ ଛେଚା ଖାଇଲେ

ନୀଳଗିରି(ବିଶ୍ୱମ୍ବର ଦାସ): ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍‌ ଗୁଡ଼ିକରୁ ତେଲ ଓ ବ୍ୟାଟେରି ଚୋରି କରୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଦୁଇ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେବା ସହ ଅଟକ ରଖିଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ମଛୁଆ ନିକଟରେ। ଯୁବକ ଦୁଇ ଜଣଙ୍କ ଘର ରେମୁଣା ଅଞ୍ଚଳର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା  ଅନୁସାରେ, ଗତକାଲି ରାତିରେ ମଛୁଆ ନିକଟରେ ଖାଦାନ ମାନଙ୍କରେ କାମରେ ଲାଗିଥିବା ଟ୍ରକ୍‌ ଗୁଡ଼ିକ ରାସ୍ତା କଡ଼ରେ ଠିଆ ହୋଇଥିଲା। ଏହି ଦୁଇଜଣ ଯୁବକ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରକ୍‌ ଗୁଡ଼ିକରୁ କୌଶଳକ୍ରମେ ତେଲ ଓ ବ୍ୟାଟେରି ଚୋରି କରୁଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଦୁଇ ଜଣଙ୍କୁ ନିର୍ଧୂମ ମାଡ଼ ମାରିବା ସହ ଅଟକ ରଖିଥିଲେ। ଗତକାଲି ରାତିରୁ ଦୁଇ ଜଣ ଯୁବକଙ୍କୁ  ସ୍ଥାନୀୟ ଲୋକେ ଅଟକ ରଖିଥିବା ଜଣାଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚିନାହିଁ।

The post ଟ୍ରକ୍‌ରୁ ତେଲ ଓ ବ୍ୟାଟେରି ଚୋରି କରୁଥିଲେ, ନିର୍ଧୂମ ଛେଚା ଖାଇଲେ appeared first on Odisha Reporter.



from Odisha Reporter https://ift.tt/3F5xG7L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages