ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବେଶ୍ ଚତୁର। ସେ ଅନେକ ବଡ ବଡ ଲୋକଙ୍କୁ ନିଜ ଜାଲରେ ଫଶାଇଛି। ଏପରିକି ନିଜକୁ ପିଏମ୍ଓ ଅଫିସରର ପରିଚୟ ଦେଇ ସେ ପୁଳା ପୁଳା ଟଙ୍କା ଠକି ନେଇଥିବା ଅଭିଯୋଗ ଆସିଛି।
ସୂଚନା ମୁତାବକ, ରାନ୍ବ୍ୟାକ୍ସି କମ୍ପାନୀର ମାଲିକ ଶିବେନ୍ଦ୍ର ସିଂଙ୍କ ପତ୍ନୀ ଆଦିତି ସିଂଙ୍କୁ ମଧ୍ୟ ନିଜ ଜାଲରେ ଫସାଇଛନ୍ତି। ସୁକେଶ ସ୍ୱର ବଦଳାଇ ଟଙ୍କା ଲୁଟିବା ପାଇଁ ଆଦିତି ସିଂଙ୍କ ସହ କଥା ହୋଇଥିଲେ। ଏହି ମାମଲାର ଖୁଲାସା ପରେ ସୁକେଶ ଚନ୍ଦ୍ରଶେଖର ଏବଂ ଆଦିତି ସିଂଙ୍କୁ ଇଡି ପ୍ରଶ୍ନ କରିଛି। ଦୁର୍ଦ୍ଦାନ୍ତ ସୁକେଶ କହିଥିଲା, ସେ ପିଏମଓରେ କାମ କରୁଥିଲେ। ସେ ଆଦିତିଙ୍କୁ ଟେଲିଗ୍ରାମରେ କଥା ହେବାକୁ କହିଥିଲେ। କିନ୍ତୁ ହ୍ୱାଟସ୍ ଆପ୍ ଜରିଆରେ ସେ ଆଦିତିଙ୍କ ଭଉଣୀ ସହ କଥା ହୋଇଥିବା ନେଇ ଇଡି ଖୁଲାସା କରିଛି।
ସୁକେଶ ଚନ୍ଦ୍ରଶେଖର ଆଦିତି ସିଂଙ୍କ ସହ ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ ସ୍ୱରରେ ଅନେକ ଥର କଥା ହୋଇଛନ୍ତି। ଶୁକ୍ରବାର ଦିନ, ଇଡି ଏହି ବିଷୟରେ ଉଭୟଙ୍କୁ ସାମ୍ନାସାମ୍ନି ପ୍ରଶ୍ନ କରିଥିଲା। ଏଥିରୁ ଜଣାପଡିଥିଲା ଯେ, ଜୁନ୍ ୨୦୨୦ରୁ ୨୦୨୧ ଜୁଲାଇ ୭ ତାରିଖ ଯାଏଁ ଅଦିତିଙ୍କ ସହ ସୁକେଶ କଥାବାର୍ତ୍ତା କରିଛି। ନିଜକୁ ଗୃହସଚିବ ଅଜୟ କୁମାର ଭଲ୍ଲାଙ୍କ ପରିଚୟ ଦେଇ ସୁକେଶ କଥା ହେଉଥିଲା। କେବଳ ସେତିକି ନୁହେଁ ଶାସନ ସଚିବ ଅନୁପ କୁମାରଙ୍କ ରୂପେ ନିଜ ସ୍ୱର ବଦଳାଇ ସୁକେଶ କଥା ହୋଇଥିଲା। ସେ ଅଦିତିଙ୍କୁ ପିଏମ୍ଓ ଅଫିସରେ କାମ କରୁଥିବା କହିଥିଲା।
ଅନ୍ୟପଟେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲ୍ ମଧ୍ୟ କିଛି କମ୍ ନୁହନ୍ତି। ସେ ମଧ୍ୟ ଏହି ଠିକେଇ ମାମଲାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡିଛି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାଖଲ କରିଥିବା ନିଜ ଚାର୍ଜସିଟ୍ରେ କହିଛି। ଏଏନ୍ଆଇର ରିପୋର୍ଟ ମୁତାବକ, ପ୍ରମାଣ ସାମ୍ନାକୁ ଆସିବା ପରେ ମଧ୍ୟ ପାଲ୍ ଏହି କାରବାରକୁ ଅସ୍ୱୀକାର କରିଛନ୍ତି ଏବଂ ଚନ୍ଦ୍ରଶେଖରଙ୍କ ଗିରଫଦାରୀ ବିଷୟରେ ଜାଣିବା ପରେ ସେ କରିଥିବା ସମସ୍ତ ପ୍ରମାଣ ନଷ୍ଟ କରିଦେଇଛନ୍ତି ବୋଲି ଚାର୍ଜସିଟ୍ରେ କୁହାଯାଇଛି। ଚାର୍ଜସିଟରେ ଦର୍ଶାଯାଇଛି ଯେ ସହ-ଅଭିଯୁକ୍ତ ଅରୁଣ ମୁଥୁ, ଆନନ୍ଦ ମୂର୍ତ୍ତି ଏବଂ ଜଗଦିଶଙ୍କୁ ଲୀନା ପାଲ କଥିତ ରୂପେ ଧମକ ଦେଇଥିବା ନେଇ ଇଡି ଅଧିକାରୀଙ୍କୁ ସେ କହିଛନ୍ତି।
ଶୁକ୍ରବାର ଦିନ ସୁକେଶ ଚନ୍ଦ୍ରଶେଖର ତାଙ୍କ ସହଯୋଗୀ ପିଙ୍କି ଇରାନୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ପିଙ୍କି ତାଙ୍କୁ ତିହାର ଜେଲରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ପରିଚିତ କରିଥିବା ଅଭିଯୋଗ ହୋଇଛି। ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ନୋରା ଫତେହି ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କଠାରୁ ଲଗ୍ଜୁରୀ କାର, ଫୋନ୍ ଏବଂ ଅନ୍ୟାନ୍ୟ ମହଙ୍ଗା ଗିଫ୍ଟ ନେଇଥିବା ଚାର୍ଜସିଟରେ ଇଡି ଦାବି କରିଛି।
୨୦୦ କୋଟି ଟଙ୍କା ବଟି ଆଦାୟ ମାମଲାରେ ଇଡି ସୁକେଶ ଚନ୍ଦ୍ରଶେଖରଙ୍କୁ ପଚରା ଉଚରା କରୁଛି । ଏହି ମାମଲାରେ ଅନେକ ବଲିଉଡ ସେଲେବ୍ରିଟି ଫସିପାରନ୍ତି ବୋଲି ଆଶଙ୍କା ରହିଛି। ଜ୍ୟାକ୍ଲିନ୍ଙ୍କ ଠାରୁ ଆରମ୍ଭ କରି ନୋରା, ଶ୍ରଦ୍ଧା ଏବଂ ଶିଳ୍ପା ଅନେକ ବଡ ବଡ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଏହାବ୍ୟତୀତ ଯେଉଁ କଏଦୀମାନଙ୍କୁ ସୁକେଶ ସହଯୋଗ କରିଛି ସେମାନେ ମଧ୍ୟ ଇଡି ରାଡାରରେ ଅଛନ୍ତି। ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ।
The post ନିଜକୁ PMO ଅଫିସରର ପରିଚୟ ଦେଇଥିଲା ମହାଠକ ସୁକେଶ, ସ୍ତ୍ରୀ ବି କମ୍ ନୁହନ୍ତି appeared first on Odisha Reporter.
from Odisha Reporter https://ift.tt/3J4u1JA
No comments:
Post a Comment