ସମ୍ବଲପୁର (ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ସମବାୟ ଲ୍ୟାମ୍ପର ଏମଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଫଣିନ୍ଦ୍ରଙ୍କ ଜମନକିରା ଅଫିସ୍ ଓ ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।
ଫଣିନ୍ଦ୍ରଙ୍କ ଘରୁ ନଗଦ ୨ଲକ୍ଷ ୩୪ ହଜାର ଟଙ୍କା ଓ ବହୁ ପରିମାଣର ସୁନା ଅଳଙ୍କାର ଜବତ କରାଯାଇଛି। ଏହାସହ କେତେକ ବୀମାକାଗଜ ପତ୍ର ଭିଜିଲାନ୍ସ ଜବତ କରିଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଠାବ ହୋଇଛି, ତାର ଆକଳନ ହୋଇନାହିଁ।
ବହୁତ ଦିନ ପୂର୍ବରୁ ଫଣିନ୍ଦ୍ର ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅଭିଯୋଗ ରହିଥିଲା । ଆଜି ଭିଜିଲାନ୍ସ ଫଣିନ୍ଦ୍ରଙ୍କ ଜମନକିରା ଅଫିସ୍ ଓ ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।
ଫଣିନ୍ଦ୍ର ସାହୁ କହିଛନ୍ତି, ମୋର ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ବ୍ୟକ୍ତିଗତ ଆକ୍ରୋଶ ରଖି ମୋ ନାଁରେ କିଏ ଗୋଟେ ଅଭିଯୋଗ କରିଛି।
The post ସକାଳୁ ସକାଳୁ ସମବାୟ ଲ୍ୟାମ୍ପ ଏମଡିଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/3EoTUBi
No comments:
Post a Comment