ବଦଳିବ ଭାରତୀୟ ସେନାର ୟୁନିଫର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 2, 2021

ବଦଳିବ ଭାରତୀୟ ସେନାର ୟୁନିଫର୍ମ

ନୂଆଦିଲ୍ଲୀ: ନୂଆ ୟୁନିଫର୍ମରେ ନଜର ଆସିବେ ଭାରତୀୟ ସେନା ଯବାନ। ଅପେକ୍ଷାକୃତ ହାଲୁକା ଓ ପରିବେଶକୁ ସୁହାଇଲା ଭଳି ୟୁନିଫର୍ମ ଯବାନଙ୍କ ପାଇଁ ତିଆରି କରିବାକୁ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଜାନୁଆାରୀ ୧୫ ସେନା ଦିବସ ପରେଡ୍ ଅବସରରେ ଯବାନମାନେ ନୂଆ ୟୁନିଫର୍ମ ସହ ନଜର ଆସିବେ ବୋଲି ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ନୂଆ ଡିଜିଟାଲ କାମୋଫ୍ଲାଜ୍ ପ୍ୟାଟର୍ନରେ ୟୁନିଫର୍ମକୁ ପ୍ରସ୍ତୁତ କରାଯିବ। ୟୁନିଫର୍ମର ଢାଞ୍ଚା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଏକାଧିକ ବୈଠକ ହୋଇଥିଲା। ବୈଠକ ବେଳେ ବିଭିନ୍ନ ଦେଶର ଯବାନମାନେ ପିନ୍ଧୁଥିବା ୟୁନିଫର୍ମ ଉପରେ ଆଲୋଚନା ହୋଇଥିଲା।

ଶେଷରେ ଉଭୟ ଖରା ଓ ଶୀତକୁ ସହ୍ୟ କରୁଥିବା ଅତ୍ୟାଧୁନିକ ୟୁନିଫର୍ମ ପ୍ରସ୍ତୁତ ହୋଇଛି। ବିଶେଷ କରି ଲଢ଼େଇ ବେଳେ ଶତ୍ରୁପକ୍ଷକୁ ମାତ ଦେବା ପାଇଁ ମଧ୍ୟ ୟୁନିଫର୍ମରେ ବ୍ୟବସ୍ଥା କରାଯିବ। ଏହି ୟୁନିଫର୍ମରେ ଯବାନମାନେ ଅଧିକ ତେଜସ୍ୱୀ, ପରାକ୍ରମୀ ଓ ସ୍ମାର୍ଟ ଦେଖାଯିବେ। ଭାରତୀୟ ସେନା ଯବାନ ଅପରେସନ ବେଳେ ପିନ୍ଧୁଥିବା ୟୁନିଫର୍ମରେ ଡିଜିଟାଲ କାମୋଫ୍ଲାଜ୍ ପ୍ୟାଟର୍ନ ରହିବ। ଆମେରିକା ଭଳି ବହୁ ଶକ୍ତିଶାଳୀ ଦେଶର ସେନା ଏପରି ଡିଜିଟାଲ ପ୍ୟାଟର୍ନ ୟୁନିଫର୍ମ ପିନ୍ଧୁଛନ୍ତି।

ଏହି ପୋଷାକ ଚତୁପାର୍ଶ୍ୱର ଭୌଗଳିକ ସ୍ଥିତି ସହ ମେଳ ଖାଇଥାଏ। ପର୍ବତାଞ୍ଚଳ, ଜଙ୍ଗଲ ଓ ମରୁଭୂମିର ପାରିପାର୍ଶ୍ୱିକ ସ୍ଥିତି ଅନୁସାରେ ଯବାନଙ୍କ ୟୁନିଫର୍ମ ତିଆରି ହୋଇଛି। ଏକାଧିକ ରଙ୍ଗ ୟୁନିଫର୍ମରେ ରହିବ। ବିଶେଷ କରି ଅଲିଭ ଓ ଆର୍ଥନ ରଙ୍ଗକୁ ଗୁରୁତ୍ୱ ଦିଆଯାଇଛି। ଯବାନମାନେ ମୁତୟନ ହେଉଥିବା ସ୍ଥାନ ଓ ସେଠାକାର ପାଣିପାଗକୁ ଦୃଷ୍ଟିରେ ରଖି ହିଁ ୟୁନିଫର୍ମକୁ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଟେକ୍ନୋଲୋଜି ସହାୟତାରେ ଭାରତୀୟ ଯବାନଙ୍କ ୟୁନିଫର୍ମ ଡିଜାଇନକୁ ଚୂଡ଼ାନ୍ତ କରାଯାଇଛି। ଏହା ହାଲୁକା ହୋଇଥିଲେ ମଧ୍ୟ ମଜବୁତ କପଡ଼ାରେ ତିଆରି ହେବ। ଯୁଦ୍ଧ ଓ ଫରୱାର୍ଡ ପୋଜିସନ ବେଳେ ଯବାନମାନେ ପରିଧାନ କରୁଥିବା ୟୁନିଫର୍ମକୁ ଅଧିକ ପାରଦର୍ଶୀ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ଏବେ ୟୁନିଫର୍ମରେ ପରିବର୍ତ୍ତନ କରାଯାଇଛି।

ତେବେ ଭାରତୀୟ ସୈନ୍ୟଙ୍କ ନୂଆ ୟୁନିଫର୍ମରେ ବ୍ରିଟିଶ ସେନାର ଛାପ ଥିବା କୁହାଯାଉଛି। ଆସନ୍ତା ଜାନୁଆାରୀ ୧୫ ସେନା ଦିବସ ଅବସରରେ ଭାରତୀୟ ଯବାନ ଏହି ୟୁନିଫର୍ମ ପରିଧାନ କରିବେ। ଅଗଷ୍ଟ ମାସ ସୁଦ୍ଧା ସବୁ ଯବାନମାନଙ୍କୁ ଏହି ୟୁନିଫର୍ମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।

The post ବଦଳିବ ଭାରତୀୟ ସେନାର ୟୁନିଫର୍ମ appeared first on Odisha Reporter.



from Odisha Reporter https://ift.tt/3xSXPDV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages