ଧର୍ମାନ୍ତୀକରଣ କଲେ ୧୦ ବର୍ଷ ଜେଲ, ଲକ୍ଷେ ଫାଇନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 18, 2021

ଧର୍ମାନ୍ତୀକରଣ କଲେ ୧୦ ବର୍ଷ ଜେଲ, ଲକ୍ଷେ ଫାଇନ!

ବେଙ୍ଗାଲୁରୁ: ଲଭ୍ ଜିହାଦକୁ ନେଇ ବିବାଦ ଚାଲିଥିବା ବେଳେ ବଳପୂର୍ବକ ଧର୍ମାନ୍ତୀକରଣ ଉପରେ ରୋକ ଲଗାଇବାକୁ କର୍ଣ୍ଣାଟକା ସରକାର ଆଇନ ପ୍ରଣୟନ କରିବେ। ଏଥିପାଇଁ ଗୋଟିଏ ବିଲ୍ ସରକାର ପ୍ରସ୍ତୁତ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ଢାଞ୍ଚାରେ କର୍ଣ୍ଣାଟକା ସରକାର ଧର୍ମାନ୍ତୀକରଣ ବିଲକୁ ଡ୍ରାଫ୍ଟ କରିଛନ୍ତି।

ବିଲରେ ଧର୍ମାନ୍ତୀକରଣ ରୋକିବାକୁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଇଛି। ଯଦି କେହି ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିବ, ତା’ହେଲେ ସେମାନଙ୍କୁ ୧୦ ବର୍ଷ ଲେଖାଏ ଜେଲ ଓ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। କର୍ଣ୍ଣାଟକାରେ କ୍ଷମତାସୀନ ବିଜେପି ସରକାର ଚଳିତ ବିଧାନସଭା ଅଧିବେଶନରେ ଏହି ବିଲକୁ ଗୃହରେ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ଡ୍ରାଫ୍ଟ ବିଲ୍‌ରେ ଆହୁରି କୁହାଯାଇଛି ଯେ ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକମାନଙ୍କୁ ମାସକ ପୂର୍ବରୁ ନୋଟିସ ଦେବାକୁ ପଡ଼ିବ। ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଆଡିସନାଲ ମାଜିଷ୍ଟ୍ରେଟ ରାଙ୍କର ଅଫିସରଙ୍କୁ ହିଁ ଏପରି ନୋଟିସ ଦିଆଯାଇ ପାରିବ। ଅଧିକାରୀ ଜଣଙ୍କ ପୁଲିସ୍ ଦ୍ୱାରା ଏହାର ଯାଞ୍ଚ କରିବେ। ଏହାପରେ ଧର୍ମ ପରିବର୍ତ୍ତନ ପାଇଁ ଅନୁମତି ଦେଇପାରିବେ।

ସେହିପରି କେବଳ ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ ହୋଇଥିବା ବିବାହକୁ ମଧ୍ୟ ଅବୈଧ ଘୋଷଣା କରାଯିବ ବୋଲି The Karnataka Protection of Right to Freedom of Religion Bill-2021ରେ ଉଲ୍ଲେଖ କରାଯାଇଛି। ତେବେ ବିଲ୍‌ର ସେକସନରେ ୩ରେ କୁହାଯାଇଛି ଯେ ଯଦି କେହି ନିଜ ଧର୍ମକୁ ଫେରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଏହି ନିୟମ ଲାଗୁ ହେବନି। ଏହାକୁ ଧର୍ମାନ୍ତୀକରଣ ଭାବେ ବିବେଚନା କରାଯିବନି।

ପ୍ରସ୍ତାବିତ ଆଇନରେ ନାବାଳିକା/ନବାଳକ, ମହିଳା କିମ୍ବା ଅନୁସୂଚିତ ଜାତି/ଜନଜାତିର ଲୋକମାନଙ୍କୁ ଯଦି କେହି ଧର୍ମାନ୍ତୀକରଣ କରିବାକୁ ପ୍ରବର୍ତ୍ତାଇବ, ତା’ହେଲେ ସେମାନଙ୍କୁ ଅତିକମରେ ୩ ବର୍ଷ ଜେଲ ଦଣ୍ଡ ମିଳିବ। ଏହାକୁ ୧୦ ବର୍ଷ ଯାଏ ବୃଦ୍ଧି ମଧ୍ୟ କରାଯାଇପାରିବ। ଏହି କ୍ଷେତ୍ରରେ ଜୋରିମାନା ଅର୍ଥ ୫୦ ହଜାର ଟଙ୍କାର କମ ହେବନି ବୋଲି କୁହାଯାଇଛି।

ସାମୂହିକ ଧର୍ମାନ୍ତୀକରଣ କରୁଥିବା ଲୋକଙ୍କୁ ୩ରୁ ୧୦ ବର୍ଷ ଯାଏ ଜେଲ ଦଣ୍ଡ ଓ ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରାଯିବ। ଫାଇନ ବ୍ୟତୀତ ପୀଡ଼ିତ/ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଯାଏ କ୍ଷତିପୂରଣ ମଧ୍ୟ ଦିଆଯିବ। କୌଣସି ପ୍ରତିଷ୍ଠାନ କିମ୍ବା ସଂସ୍ଥା ଧର୍ମାନ୍ତୀକରଣ କାର୍ଯ୍ୟ କରୁଥିବା ଜଣାପଡ଼ିଲେ ସେମାନଙ୍କ ଲାଇସେନ୍ସକୁ ବାତିଲ କରାଯିବ।

The post ଧର୍ମାନ୍ତୀକରଣ କଲେ ୧୦ ବର୍ଷ ଜେଲ, ଲକ୍ଷେ ଫାଇନ! appeared first on Odisha Reporter.



from Odisha Reporter https://ift.tt/3q9bNOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages