ଶ୍ରୀନଗର: ଜମ୍ମୁକଶ୍ମୀର ଶ୍ରୀନରଗରର ହରବାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଲସ୍କର-ଏ-ତୋଇବାର ଜଣେ ଆତଙ୍କବାଦୀ ନିହତ ହୋଇଛି। ଏନେଇ ସେନା ପକ୍ଷରୁ ସୂଚନା ମିଳିଛି।
ଆଜି ଭୋରୁ ପୁଲିସ ଏବଂ ସିଆର୍ପିଏମ୍ର ଏକ ମିଳିତ ଟିମ୍ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ହରନାବ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାର ଜବାରରେ ସୁରକ୍ଷାକର୍ମୀମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଏଥିରେ ଆତଙ୍କବାଦୀ ନିହତ ହୋଇଛି। ଘଟଣାସ୍ଥଳରେ ଏବେ ମଧ୍ୟ ତଲାସ ଅଭିଯାନ ଜାରି ରହିଛି ବୋଲି ରାତି ୪.୦୯ରେ ଟୁଇଟ୍ କରି କଶ୍ମୀର ଜୋନ୍ ପୁଲିସ ସୂଚନା ଦେଇଛି।
ରିପୋର୍ଟ ଅନୁସାରେ, ନିହତ ଆତଙ୍କବାଦୀ ଜଣକ ବିଦେଶୀ ବୋଲି ଜଣାପଡୁଛି। ଏହି ଆତଙ୍କବାଦୀ ଜଣକ ଲସ୍କର-ଏ-ତୋଇବାର ବୋଲି କୁହାଯାଉଛି, କିନ୍ତୁ ତାଙ୍କର ପ୍ରକୃତ ପରିଚୟ ଜାଣିବା ଲାଗି ଉଦ୍ୟମ ଜାରି ରହିଛି। କାଶ୍ମୀର ଜୋନ୍ ପୋଲିସ ଟୁଇଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଏ ସପ୍ତାହର ପ୍ରାରମ୍ଭରେ ଦକ୍ଷିଣ ଶ୍ରୀନଗରର ରଙ୍ଗରେଥ୍ ଅଞ୍ଚଳରେ ମଧ୍ୟ ଏନ୍କାଉଣ୍ଟର୍ରେ ଦୁଇଜଣ ‘ଲସ୍କର୍-ଏ-ତୋଇବା’ର ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଦୁଇଟି ମାଗାଜିନ୍ , ୭ଟି ଗୁଳି, ଗୋଟିଏ ଗ୍ରେନେଡ୍ ଏବଂ ଅନ୍ୟ କିଛି ଆପତ୍ତିଜନକ ଜିନିଷ ଜବତ ହୋଇଥିଲା। ଏହି ଦୁଇ ଆତଙ୍କବାଦୀ ପୁଲିସ ଉପରେ ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଭଳି ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ।
An encounter broke out between security forces and terrorists in Harwan area of Srinagar, early this morning; 1 unidentified terrorist neutralized.
(Visuals deferred by unspecified time) pic.twitter.com/wuf1OuNJLv
— ANI (@ANI) December 19, 2021
The post ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର-ଏ-ତୋଇବାର ଜଣେ ଆତଙ୍କୀ ସଫା appeared first on Odisha Reporter.
from Odisha Reporter https://ift.tt/3yEDFxX
No comments:
Post a Comment