ବିରୁଷ୍କାଙ୍କ ପଡ଼ୋଶୀ ସାଜିବେ ଭିକଟ୍ରିନା, ଭଡ଼ାରେ ରହିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 9, 2021

ବିରୁଷ୍କାଙ୍କ ପଡ଼ୋଶୀ ସାଜିବେ ଭିକଟ୍ରିନା, ଭଡ଼ାରେ ରହିବେ

ବମ୍ବେ: ଆଜି ଉରି ଷ୍ଟାର ଭିକି କୌଶଲଙ୍କ କନିଆଁ ସାଜିବେ କ୍ୟାଟ୍ରିନା। ଭିକିଙ୍କ ହାତ ଧରି ମିସ୍‌ କୈଫ ପାଲଟିଯିବେ ମିସେସ କୌଶଲ । ଏହାପରେ ମୁମ୍ବାଇ ଉଡ଼ି ଆସିବେ ଏହି ପାୱାର କପଲ। ତେବେ ନିଜ ନବବିବାହିତା ପତ୍ନୀଙ୍କୁ ଧରି ଭଡ଼ା ଘରେ ରହିବେ ଭିକି। ଏପରିକି ଖୁବ୍‌ ଶୀଘ୍ର ସେମାନେ ଅନୁଷ୍କା ଶର୍ମା -ବିରାଟ କୋହଲିଙ୍କ ପଡ଼ୋଶୀ ହେବେ ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ବଲିଉଡର ଶିଲା ଓ ଭିକିଙ୍କ ମଧ୍ୟରେ ଲୁଚାଛପା ପ୍ରେମ ଚାଲିଥିବା ବେଳେ ଉଭୟ ଏହାକୁ ଆଜି ଯାଏ ଅଫିସିଆଲ କରି ନାହାନ୍ତି। ହେଲେ ପାପାରାଜିଙ୍କ ଆଢ଼ୁଆଳରେ ବିବାହର ବହୁ ପୂର୍ବରୁ ଆଲିସାନ ଘର ଭଡ଼ା ନେଇ ସାରିଛନ୍ତି।

ଭିକି କୌଶଲ, କ୍ୟାଟ୍ରିନା କୈଫ ।

ମୁମ୍ବାଇର ସେଲିବ୍ରିଟି ଏରିଆ ଜୁହୁରେ ଥିବା ୮ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରାଜ ମହଲରେ ନିଜ ଘର ବସାଇବେ ଏହି ପ୍ରେମ ପକ୍ଷୀ। ଏଥିନିମନ୍ତେ ଭିକି ଗତ ଜୁଲାଇ ମାସରୁ ସି-ଫେସିଂ ଏକ ଫ୍ଲାଟ୍‌ ଭଡ଼ା ନେଇଛନ୍ତି। ଏପରିକି ମାସକୁ ଭଡ଼ା ୮ ଲକ୍ଷ ବି ଗଣୁଛନ୍ତି।

୩୩ ବର୍ଷୀୟ ଭିକି ମୁମ୍ବାଇର ଅନ୍ଧେରୀରେ ନିଜ ପରିବାର ସହ ରହୁଥିବା ବେଳେ ବିବାହ ପରେ କିନ୍ତୁ ବଦଳିଯିବ ତାଙ୍କ ଠିକଣା। ପତ୍ନୀଙ୍କ ସହ  ରାଜ ମହଲରେ ଗଢ଼ିବେ ନୂଆ ସଂସାର। ପୂର୍ବରୁ  ବିରୁଷ୍କା ଏହି ଆପାର୍ଟମେଣ୍ଟର ବାସିନ୍ଦା  ହୋଇ ସାରିଥିବା ବେଳେ ଏବେ ସେମାନଙ୍କ ପଡ଼ିଶା ସାଜିବେ ଭିକଟ୍ରିନା।  ଅନୁଷ୍କା  ଓ ବିରାଟଙ୍କର ଉକ୍ତ ଆପାର୍ଟମେଣ୍ଟରେ ୨ଟି ଫ୍ଲାଟ ରହିଛି ଯାହାକି ସି-ଫେସିଂ ହେବା ସହ ସେଥିରେ  ପ୍ରାଇଭେଟ ବିଚ୍‌ ଓ ସୁଇମିଂ ପୁଲ ସୁବିଧା ବି ଅଛି।

ବିରାଟ କୋହଲି ଓ ଅନୁଷ୍କା ଶର୍ମ ।

ସୂଚନାଯୋଗ୍ୟ, ଆଜି ଭିକିଙ୍କ ଦୁଲହନିଆ ସାଜିବେ ଚିକନି ଚମେଲି। ନିଜ ମନର ମଣିଷ ସହ ନେବେ ସାତଫେରା। ଏଥିପାଇଁ  ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଫୋର୍ଟ। ଷ୍ଟାରମାନଙ୍କ ଭିଡ଼ ବି ଜମିବା ଆରମ୍ଭ ହେଲାଣି। ଭିକି-କ୍ୟାଟଙ୍କ ବିବାହକୁ ଗୁପ୍ତ ରଖିବାକୁ ଯଥାସାଧ୍ୟ ଚେଷ୍ଟା କରାଯାଉଛି। ଏପରିକି ଏଥିପାଇଁ ଏସ୍‌ଓପି ବି ଜାରି କରାଯାଇଛି। ଏଥିପାଇଁ ଯୋଗ ଦେବାକୁ ଯାଉଥିବା ହାଇ ପ୍ରୋପାଇଲ ଷ୍ଟାରଙ୍କୁ ନିଜ ଫୋନ୍‌ରୁ ଭିଡିଓ ଲିକ୍‌ କରିବାକୁ ବାରଣ କରାଯାଉଛି।

ଏହି ରୟାଲ ୱେଡିଂ ସେରିମନିରେ ବଲିଉଡର ବହୁ ବଡ଼ ବଡ଼ ଷ୍ଟାର ଯେପରି ଶାହରୁଖ ଖାନ, ସଲମାନ ଖାନ, ରୋହିତ ସେଟ୍ଟି ପ୍ରମୁଖ ଯୋଗ ଦେଇପାରିବେନି ବୋଲି ଜଣାଯାଇଛି। ସଲମାନଙ୍କ ପରିବାର ସଦସ୍ୟଙ୍କ ସହ କ୍ୟାଟ୍ରିନାଙ୍କର ଭଲ ବଣ୍ଡିଂ ଥିବା ସତ୍ତ୍ୱେ ଖାନ ପରିବାରର କେହିବି ସଦସ୍ୟ ଏହି ବିବାହ ଉତ୍ସବରେ ସାମିଲ ହେବେନି ବୋଲି ଜଣାଯାଇଛି।  ଅପରପକ୍ଷେ, ୱେଡିଂ ଭେନ୍ୟୁରେ ନେହା ଧୁପିଆ ସ୍ୱାମୀଙ୍କ ସହ ପହଞ୍ଚି ସାରିଥିବା ବେଳେ ବିରୁଷ୍କା ବି ଯୋଗ ଦେବେ ବୋଲି ଜଣାଯାଇଛି। ତେବେ କରୋନା ଲହର ହେତୁ ସେମାନେ ନିଜ ଝିଅ ଭାମିକାକୁ ଏହି ବିବାହ ଉତ୍ସବକୁ ନେବେନି ବୋଲି ଜଣାଯାଇଛି।

The post ବିରୁଷ୍କାଙ୍କ ପଡ଼ୋଶୀ ସାଜିବେ ଭିକଟ୍ରିନା, ଭଡ଼ାରେ ରହିବେ appeared first on Odisha Reporter.



from Odisha Reporter https://ift.tt/3rPVrgj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages