ଜଗା ଦର୍ଶନ କରି ଫେରିଲା ବେଳେ ପର୍ଯ୍ୟଟକଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 11, 2021

ଜଗା ଦର୍ଶନ କରି ଫେରିଲା ବେଳେ ପର୍ଯ୍ୟଟକଙ୍କୁ ଆକ୍ରମଣ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରକୁ ଜଗା ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କୁ ଦାଦାବଟି  ନ ଦେବାରୁ ଆକ୍ରମଣ କରାଯାଇଥିବା ପର୍ଯ୍ୟଟକମାନେ ଥାନାରେ ଅଭିଯୋଗ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା  ଦୁଇ ପର୍ଯ୍ୟଟକ ହେଲେ କୁଲୁ ଦାସ ଓ ଜଗୁ ରେଡ୍ଡି। ସେମାନଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାଯାଇଛି।

ଅଭିଯୋଗ ଅନୁସାରେ, କୁଲୁ ଜଗୁ  ଓ ତାଙ୍କ ସାଙ୍ଗମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରୁଥିଲେ। ଏହି ସମୟରେ ନରେନ୍ଦ୍ର କୋଣ ଠାରେ କିଛି ଦୁର୍ବତ୍ତ ତାଙ୍କ ଗାଡ଼ିକୁ ଅଟକାଇବା ସହ ଦାଦାବଟି ମାଗିଥିଲେ। ଦାଦାବଟି ନ ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରି ଦେଖାଇ ଭୟଭୀତ କରାଇବା ସହ ମାଡ ମାରି ଫେରାର ହୋଇଯାଇଥିଲେ। ଏନେଇ ସେମାନେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିଥିବା ସୂଚନା ମିଳିନାହିଁ।

ଆହତ ପର୍ଯ୍ୟଟକ କହିଛନ୍ତି, ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲୁ।ଜଗା ଦର୍ଶନ କରି ଫେରିଲା ବେଳକୁ  ଦୁର୍ବୃତ୍ତମାନେ ରାସ୍ତା  ଉପରେ ଗାଡିକୁ ଅଟକାଇଥିଲେ। ତା’ପରେ ଗାଳିଗୁଲଜ କରିବା ସହ ଦୁର୍ବୃତ୍ତମାନେ ମୋତେ ଓ ଭାଇକୁ ଗାଡି ଭିତରୁ ଟାଣି ଆଣି ମାଡ଼ ମାରିଥିଲେ।ସେମାନେ ନିଶାସକ୍ତ ଅବସ୍ଥାରେ ଥିଲେ।

 

 

The post ଜଗା ଦର୍ଶନ କରି ଫେରିଲା ବେଳେ ପର୍ଯ୍ୟଟକଙ୍କୁ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/3rWjt9n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages