ନୂଆଦିଲ୍ଲୀ: ଚଳିତ ମାସ ୧୭ ତାରିଖରୁ ଭାରତର ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଥିବା ସିରିଜ୍ ଉପରେ ମହାମାରୀ କରୋନାର ଓମିକ୍ରନ ଭାରିଏଣ୍ଟ କଳା ବାଦଲ ଘୋଟେଇ ଆସିଛି। ଏହି ସିରିଜ୍ ଖେଳିବାକୁ ଭାରତୀୟ ଟିମ୍ର ଘୋଷଣା ଆସନ୍ତାକାଲି ହେବାର ଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବ୍ୟାପୁଥିବାରୁ ବିସିସିଆଇ ଗସ୍ତକୁ ଘୁଞ୍ଚାଇବା ପାଇଁ ବିଚାର କରୁଛି।
ମିଳିଥିବା ସୂଚନା ଅନୁସାରେ, ବିସିସିଆଇ ଦକ୍ଷିଣ ଆଫ୍ରିକା ସିରିଜ୍କୁ ସପ୍ତାହେ ଘୁଞ୍ଚାଇବା ସପକ୍ଷରେ ରହିଛି। ହେଲେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ନିଆଯିବ।
ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାରିଏଣ୍ଟ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ରକେଟ ବେଗରେ ମାଡ଼ି ଚାଲିଛି। ଏଯାଏ ୨୪ଟି ଦେଶରେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇ ସାରିଲାଣି। ଏହା ଅଧିକ ମାରାତ୍ମକ ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ଦକ୍ଷିଣ ଆଫ୍ରିକାରେ ସଂକ୍ରମଣ ବଢ଼ୁଥିବାରୁ ଏକାଧିକ ରାଷ୍ଟ୍ର ସେଠାରୁ ଓ ସେଠାକୁ ବିମାନ ସେବା ବନ୍ଦ କରିଛନ୍ତି।
ଏପରି ସ୍ଥିତିରେ ମଧ୍ୟ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଭାରତ ବିପକ୍ଷ ସିରିଜ୍ ପାଇଁ ପ୍ରସ୍ତୁତ ରହିଛି। ଭାରତୀୟ ଖେଳାଳିଙ୍କ ସୁରକ୍ଷା ଗ୍ୟାରେଣ୍ଟି ବୋର୍ଡ ନେବା ସହ ବିସିସିଆଇକୁ ଟିମ ପଠାଇବାକୁ ଅନୁରୋଧ କରିଛି। ବିସିସିଆଇ ଦକ୍ଷିଣ ଆଫ୍ରିକା ବୋର୍ଡକୁ କୌଣସି ପ୍ରତିଶ୍ରୁତି ଦେଇ ନଥିଲେ ମଧ୍ୟ ଆଭ୍ୟନ୍ତରୀଣ ଆଲୋଚନା ପାଇଁ କିଛି ସମୟ ମାଗିଛି।
ଆସନ୍ତାକାଲି ବିସିସିଆଇ କର୍ତ୍ତୃପକ୍ଷ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟେଷ୍ଟ, ୩ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏବେ ଭାରତୀୟ ଏ ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ରହି ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ ଖେଳୁଛି।
ଭାରତର ସିନିୟର ଟିମ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଶେଷ ହେବା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସମ୍ଭବତଃ ୯ କିମ୍ବା ୧୦ ତାରିଖରେ ଏହି ଟୁର ଆରମ୍ଭ ହେବାର ଥିଲା। ଏବେ ଏହା ସପ୍ତାହେ ବିଳମ୍ବରେ ଆରମ୍ଭ ହେବ ବୋଲି କୁହାଯାଉଛି।
The post ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିବ କି ଟିମ ଇଣ୍ଡିଆ? କାଲି ଚୂଡ଼ାନ୍ତ ନିଷ୍ପତ୍ତି appeared first on Odisha Reporter.
from Odisha Reporter https://ift.tt/32G4RAn
No comments:
Post a Comment