ବହିଷ୍କୃତ ପୁଲିସ କର୍ମଚାରୀଙ୍କ ମୋବାଇଲରୁ ହୋଇଥିଲା ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 24, 2021

ବହିଷ୍କୃତ ପୁଲିସ କର୍ମଚାରୀଙ୍କ ମୋବାଇଲରୁ ହୋଇଥିଲା ବିସ୍ଫୋରଣ

ଲୁଧିଆନା: ଲୁଧିଆନା କୋର୍ଟରେ ବିସ୍ଫୋରଣରେ ପ୍ରାଣହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଛି।  ମୃତକ ଜଣକ ଚାକିରିରୁ ବରଖାସ୍ତ ପୁଲିସ କର୍ମଚାରୀ ଗଗନଦୀପ ବୋଲି ଜଣାପଡ଼ିଛି। ବେଆଇନ କାର୍ଯ୍ୟକାଳାପ ଯୋଗୁ  ଗଗନଦୀପଙ୍କୁ ଚାକରିରୁ ବରଖାସ୍ତ କରାଯାଥିବା ପୁଲିସ କହିଛି । ଚାକିରିରୁ ବହିଷ୍କୃତ ପରେ ଘରେ ସ୍ୱାମୀ-ସ୍ତ୍ରଙ୍କ ମଧ୍ୟ ପାରିବାରିକ କଳହ ଲାଗି ରହିଥିଲା।

ଏହା ପରେ ବି ସେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିଲେ। । ସେଦିନ ଘଟଣାସ୍ଥଳରେ ଗଗନଦୀପଙ୍କ ମୋବାଇଲ୍ ଫୋନ୍ ହିଁ  ବିସ୍ଫୋରଣ ହୋଇଥିଲା। କିନ୍ତୁ ଗଗନଦୀପର ଏକ ଡଙ୍ଗଲ ମାଧ୍ୟମରେ ସେ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ। ଗଗନଦୀପ ଏହି ମୋବାଇଲରେ ଅନ୍ୟ କାହାଠାରୁ ତଥ୍ୟ ସଂଗ୍ରହ କରି ସେଥିରେ ବୋମା ସଙ୍ଗଠିତ କରିଥିବା ଏନଆଇଏ ଏବଂ ପଞ୍ଜାବ ପୁଲିସ ସନ୍ଦେହ କରୁଛି । ବିସ୍ଫୋରଣ ଯୋଗୁଁ ତାଙ୍କ ଶବ ଖଣ୍ଡବିଖଣ୍ଡ ହୋଇଯାଇଥିବାରୁ ପରିଚୟ ମିଳିବା କଷ୍ଟକର ହୋପଡ଼ିଥିଲା।

ସିମ୍ କାର୍ଡ଼ ଏବଂ ଡଙ୍ଗଲକୁ ଆଧାରକରି  ଗଗନଦୀପଙ୍କୁ ଚିହ୍ନଟ କରାଯାଇଥିଲା।  ପରେ ପରିବାର ଲୋକେ ତାଙ୍କ ଶରୀରରେ ଟାଟୁ ଅଂଶ ଦେଖି ଚିହ୍ନିଥିଲେ। ଗତ ଡିସେମ୍ବର ୨୩ରେ ପଞ୍ଜାବର ଲୁଧିଆନା ଜିଲ୍ଲା ଏବଂ ସେସନ କୋର୍ଟରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଥିଲେ। ଦିନ ୧୨ଟା୧୨ରେ କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାର ଏକ ୱାଶରୁମରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ପ୍ରଭାବଶାଳୀ ଥିଲା ଯେ, ସମ୍ପୂର୍ଣ୍ଣ ବିଲଡିଂକୁ ଥରାଇ ଦେଇଥିଲା।

ଏହି ବିସ୍ଫୋରଣରେ କୋର୍ଟ ବିଲଡିଂର କାନ୍ଥ ଓ କାଚ ଭାଙ୍ଗିଯିବା ପରେ କୋଠାର ଅନେକ ଅଂଶ ନଷ୍ଟ ହୋଇଯାଇଛି। ପ୍ରାଥମିକ ତଦନ୍ତ ପରେ ଫୋରେନ୍‌ସିକ୍‌ ଟିମ୍‌  ଏବଂ ବମ୍ ଡିଟେକ୍ସନ୍‌ ଆଣ୍ଡ୍‌ ଡିସ୍ପୋଜାଲ୍‌ ସ୍କ୍ୱାର୍ଡ଼ କହିଛି ଯେ, ଅଦାଲତରେ ହୋଇଥିବା ବିସ୍ଫୋରଣରେ ବିପୁଳ ପରିମାଣର ଉନ୍ନତ ମାନର ବିସ୍ଫୋରକ ବ୍ୟବହୃତ ହୋଇଥିଲା।

The post ବହିଷ୍କୃତ ପୁଲିସ କର୍ମଚାରୀଙ୍କ ମୋବାଇଲରୁ ହୋଇଥିଲା ବିସ୍ଫୋରଣ appeared first on Odisha Reporter.



from Odisha Reporter https://ift.tt/3FrlMFm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages