ଜେନେଭା: ଭାରତରେ ତିଆରି ହୋଇଥିବା କୋଭାଭାକ୍ସ ଟିକାକୁ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଭାରତର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହି ଟିକାକୁ ତିଆରି କରିଛି। ଏଥିପାଇଁ ଆମେରିକା ସ୍ଥିତ ନୋଭାଭାକ୍ସ ଠାରୁ ସେରମ ଲାଇସେନ୍ସ ପାଇଥିଲା। ଏହାର ନାଁ ନୋଭାଭାକ୍ସ ଥିଲେ ହେଁ ଭାରତରେ ଏହା କୋଭାଭାକ୍ସ ନାଁରେ ଉତ୍ପାଦନ ହେବ।
ଏବେ ସେରମ କୋଭାଭାକ୍ସକୁ ଉତ୍ପାଦନ କରିବ ଓ ଏହାକୁ ବିଶ୍ୱସ୍ତରରେ ଟିକା ବଣ୍ଟନ ପାଇଁ ତିଆରି ହୋଇଥିବା କୋଭାକ୍ସ ଜରିଆରେ ବିଭିନ୍ନ ରାଷ୍ଟ୍ରକୁ ପଠାଯିବ। ଗରିବ ରାଷ୍ଟ୍ରଗୁଡ଼ିକୁ ଟିକା ପ୍ରଦାନ ପାଇଁ ଚାଲିଥିବା ଉଦ୍ୟମରେ କୋଭାଭାକ୍ସ ବୁଷ୍ଟର ଭାବେ କାମ କରିବ ବୋଲି ହୁ’ କହିଛି।
ହୁ’ କହିଛି ଯେ ବିର୍ତ୍ତମାନ କରୋନାର ନୂଆ ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସ୍ଥିତିରେ ଟିକା ହିଁ ଏକମାତ୍ର ପ୍ରଭାବୀ ଅସ୍ତ୍ର। ସାର୍ସକୋଭ-୨ ଜିନିତ ମୃତ୍ୟୁରୁ ମଧ୍ୟ ଟିକା ହିଁ ରକ୍ଷା କରିପାରିବ। ଗରିବ ରାଷ୍ଟ୍ରମାନଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ କୋଭାଭାକ୍ସକୁ ଅନୁମତି ମିଳିଛି।
କାରଣ ଏବେ ବି ୪୧ଟି ଦେଶରେ ୧୦% ଲୋକ ବି ଟିକାର ପ୍ରଥମ ଡୋଜ୍ ନେବାକୁ ସକ୍ଷମ ହୋଇନାହାନ୍ତି। ସେହିପରି ୯୮ଟି ରାଷ୍ଟ୍ର ନିଜର ୪୦% ଲୋକଙ୍କୁ ମଧ୍ୟ ଏଟାଏ ଟିକା ଦେଇପାରିନାହାନ୍ତି। କୋଭାଭାକ୍ସକୁ ଅନୁମତି ମିଳିଥିବାରୁ ଏବେ କୋଭାକ୍ସ ଜରିଆରେ ଏହି ସବୁ ରାଷ୍ଟ୍ରକୁ ଟିକା ପଠାଯାଇପାରିବ ବୋଲି ହୁ’ ପକ୍ଷରୁ କୁହାଯାଇଛି।
ଜଣେ ବ୍ୟକ୍ତିଙ୍କୁ କୋଭାଭାକ୍ସର ଦୁଇଟି ଡୋଜ୍ ନେବାକୁ ପଡ଼ିବ। ଏହି ଟିକାକୁ ୨ରୁ ୮ ଡିଗ୍ରୀ ସେଲସିୟସ ମଧ୍ୟରେ ସଂରକ୍ଷିତ କରି ରଖାଯାଇ ପାରିବ।
The post ସେରମର କୋଭାଭାକ୍ସ ଟିକାକୁ ହୁ’ର ମାନ୍ୟତା appeared first on Odisha Reporter.
from Odisha Reporter https://ift.tt/3yD4NNO
No comments:
Post a Comment