ଆମେରିକାରେ ଡେଲଟା ରୂପ ନେଇପାରେ ଓମିକ୍ରନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 20, 2021

ଆମେରିକାରେ ଡେଲଟା ରୂପ ନେଇପାରେ ଓମିକ୍ରନ୍

ନୂଆଦିଲ୍ଲୀ: ଆମେରିକାରେ ଦ୍ରୁତଗତିରେ ବଢ଼ୁଛି ଓମିକ୍ରନ ମାମଲା। ଗତ ସପ୍ତାହ ମଧ୍ୟରେ ଏହି ମାମଲା ୩ ପ୍ରତିଶତ ବୃଦ୍ଧି ପାଇଁ ବର୍ତ୍ତମାନ ୭୩ ପ୍ରତିଶତ ଛୁଇଁଛି। ସମଗ୍ର ଦେଶରେ ଅତ୍ୟଧିକ ପରିମାଣରେ ମ୍ୟୁଟେଟେଡ୍ କରୋନା ଭାଇରସ୍ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଗତ ସପ୍ତାହରେ ଆମେରିକାରେ କୋଭିଡ୍ ଭାଇରସର ଡେଲଟା ଭ୍ୟାରିଆଣ୍ଟ ତୀବ୍ର ରୂପ ଧାରଣ କରିଥିବା ବେଳେ ଏହା ଏବେ ୨୭ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଅନ୍ୟପଟେ ଓମିକ୍ରନର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।

ଯାହା ଆମେରିକାରେ ଆଉ ଏକ ଲହରୀର ସଙ୍କେତ ଦେଉଥିବା ଅନୁମାନ କରାଯାଉଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଡେଲଟା ଭାରିଆଣ୍ଟ ଆମେରିକାରେ ଯେଉଁଭଳି ଭାବରେ ଆତଙ୍କ ସୃଷ୍ଟି କରିଥିଲା ଓମିକ୍ରନ୍ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି କରିପାରେ । ଏହି ପ୍ରକାରର ସଂକ୍ରମଣର ବିସ୍ତାର ଅନ୍ୟ ପ୍ରକାର ତୁଳନାରେ ଅନେକ ଗୁଣ ଅଧିକ। ଏହା ହେଉଛି ଏକମାତ୍ର କାରଣ ଯାହା ଏହାକୁ ଅଧିକ ବିପଜ୍ଜନକ କରିଥାଏ। ଆମେରିକାର ଦ୍ୱିତୀୟ ଲହରୀ ବେଳେ ଗୋଟିଏ ଦିନରେ ୨ ଲକ୍ଷ ମୃତ୍ୟୁହାର ରେକର୍ଡ ମଧ୍ୟ ହୋଇଛି। କିନ୍ତୁ  ରିସ୍କ ଦୃଷ୍ଟିରୁ ଦେଖିଲେ ଓମିକ୍ରନ୍ ଭ୍ୟାରିଆଣ୍ଟ ଡେଲଟା ଭଳି ଜୀବନ ଘାତକ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ କୋଭିଡର ବୁଷ୍ଟର୍ ଡୋଜ୍‌ ନେବାକୁ ଅନୁରୋଧ କରାଯାଇଛି। ସଠିକାର ଟିକା କମ୍ପାନୀ  ମୋଡର୍ନା କହିଛି ଯେ, ଓମିକ୍ରମନ ବିରୋଧରେ ତୃତୀୟ ଡୋଜ୍‌ ଲଢ଼ିବାରେ ଯଥେଷ୍ଟ କ୍ଷମତା ରହୁଛି। ଆଣ୍ଟିବଡି ସ୍ତର  ମଧ୍ୟ ଅଧିକ ରହୁଛି। ଯାହା ଓମିକ୍ରମନ ଭ୍ୟାରିଆଣ୍ଟକୁ ମୁକାବିଲା କରିବାରେ ଯଥେଷ୍ଟ ସକ୍ଷମ। ତୃତୀୟ ଡୋଜ୍କୁ ନେଇ ଅନ୍ୟ ଟିକା କମ୍ପାନୀ  ଫାଇଜର ଏବଂ BioNTech ମଧ୍ୟ ନିଜ ସପକ୍ଷରେ ସମାନ ଯୁକ୍ତି ରଖିଛନ୍ତି।

The post ଆମେରିକାରେ ଡେଲଟା ରୂପ ନେଇପାରେ ଓମିକ୍ରନ୍ appeared first on Odisha Reporter.



from Odisha Reporter https://ift.tt/3H2iXuY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages