ବଜରଙ୍ଗ ବାଲିଙ୍କ ସୁନାର ଆଖି ତାଡ଼ି ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 23, 2021

ବଜରଙ୍ଗ ବାଲିଙ୍କ ସୁନାର ଆଖି ତାଡ଼ି ନେଲେ

ପିପିଲି/ ଭଦ୍ରକ( ଓଡ଼ିଶା ରିପୋର୍ଟର): ଠାକୁରଙ୍କୁ ବି ଛାଡିଲେ ନାହିଁ ଚୋର। ମନ୍ଦିରରରେ ପଶି କଳାକନା ବୁଲାଇ ସହ ଠାକୁରଙ୍କ ଆଖି ତାଡ଼ି ନେଲେ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଳିସ ଠାରେ ଥିବା ହନୁମାନ ମନ୍ଦିରରେ।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ହନୁମାନ ମନ୍ଦିରରେ ପଶି ପ୍ରଭୁଙ୍କର ସୁନାର ଆଖି ତାଡ଼ି ନେବା ସହିତ ରୁପାର ପାଞ୍ଚ କିଲୋ ଓଜନର କିରିଟି ଓ ଗଦା ନେଇଯାଇଥିଲେ।ଏହାସହ ହୁଣ୍ଡି ତାଡ଼ି ସେଥିରେ ଥିବା ତିନି ଲକ୍ଷରୁ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କର ରୁପା ଅଳଙ୍କାର, ବାସନକୁସନ ଓ ହୁଣ୍ଡିବାକ୍ସ ଲୁଟିନେଲେ

ସେହିପରି ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସମ୍ମୁଖରେ ଥିବା ଜଗନ୍ନାଥ ମନ୍ଦିରରୁ ଠାକୁରଙ୍କର ରୁପା ଅଳଙ୍କାର, ବାସନକୁସନ ଓ ହୁଣ୍ଡିବାକ୍ସ  ଚୋରି ହୋଇଥିବା ଅଭିଯୋଗ ହୋଇଛି।  ‌ଆଜି ସକାଳେ ପୂଜକ ମନ୍ଦିରକୁ ଆସି ମନ୍ଦିରରେ ଚୋରି ହୋଇଥିବା ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକ ଓ ପୁଲିସକୁ ଜଣାଇଥିଲେ। ଏନେଇ ଟାଉନଥାନାରେ ଅଭିଯୋଗ କରାଯାଇଛି।  ପୁଲିସ ଘଟଣାର ତଦନ୍ତ କରୁଛି।

The post ବଜରଙ୍ଗ ବାଲିଙ୍କ ସୁନାର ଆଖି ତାଡ଼ି ନେଲେ appeared first on Odisha Reporter.



from Odisha Reporter https://ift.tt/3JfmuI4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages