ଆଜି ଉଦଘାଟିତ ହେବ ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 12, 2021

ଆଜି ଉଦଘାଟିତ ହେବ ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡର

ନୂଆଦିଲ୍ଲୀ: ବାରାଣସୀରେ ଆଜି ଦଘାଟିତ ହେବ ବହୁ ପ୍ରତିକ୍ଷୀତ କାଶୀ ବିଶ୍ୱନାଥ କରିଡର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ। ଏହା ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ। ଦୀର୍ଘ ଦିନ ହେଲା ଏହାର କାମ ଚାଲିଥିଲା। ଶେଷରେ ଆଜି ମୋଦି ଏହାକୁ ଦେଶବାସୀଙ୍କୁ ସମର୍ପିତ କରିବେ।

ଏହି କରିଡର ପର୍ଯ୍ୟଟକଙ୍କୁ ବାରାଣସୀ ପ୍ରତି ଆକୃଷ୍ଟ କରିବ। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହିଁ ଏହି କାଶୀ ବିଶ୍ୱନାଥ କରିଡରକୁ ଉଦଘାଟନ କରାଯାଉଛି। ମୋଦି ଏହି ପ୍ରକଳ୍ପକୁ ଉଦଘାଟନ କରିବେ ବୋଲି ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଏଥିସହ ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମଧ୍ୟ ସେ କହିଛନ୍ତି।

୧- କରିଡର ପାଇଁ ୯୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କାଶୀ ବିଶ୍ୱନାଥ ମନ୍ଦିର ଓ ପବିତ୍ର ଗଙ୍ଗା ନଦୀକୁ ଏହା ସଂଯୋଗ କରୁଛି।

୨-କରିଡର ବ୍ୟତୀତ ୩୩୯ କୋଟି ଟଙ୍କାରେ ୨୩ଟି ବିଲଡିଂ ମଧ୍ୟ ତିଆରି କରାଯାଇଛି। ଏଗୁଡ଼ିକ ମଧ୍ୟ ଆଜି ଉଦଘାଟିତ ହେବ।

୩-ବିଲଡିଂ ଗୁଡ଼ିକ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବ। ଏଥିରେ ଯାତ୍ରୀ ସୁବିଧା କେନ୍ଦ୍ର, ଫଟୋ ଗ୍ୟାଲେରୀ, ମ୍ୟୁଜିୟମ, ଅଡିଟୋରିୟମ୍, ଭୋଗଶାଳା ଭଳି ବ୍ୟବସ୍ଥା କରାଯାଇଛି।

୪-କରିଡର ପାଇଁ ମୋଦି ୨୦୧୯ରେ ଶିଳାନ୍ୟାସ କରିଥିଲେ। ମୁଖ୍ୟ ମନ୍ଦିର ସହ ଲଳିତ ଘାଟକୁ ମଧ୍ୟ ଏହି କରିଡର ସଂଯୋଗ କରୁଛି।

୫- କରିଡର ପାଇଁ ମନ୍ଦିରର ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୩୦୦ଟି ସ୍ଥାନକୁ ଅଧିଗ୍ରହଣ କରାଯାଇଥିଲା। ପ୍ରାୟ ୧୪ ଶହ ଦୋକାନ, ଘର ଓ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି। ଏଥିପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

୬- ୨୦୧୮ରେ ଯେତେବେଳେ ପ୍ରକଳ୍ପ ପାଇଁ ଉଚ୍ଛେଦ କାମ କରାଯାଉଥିଲା ସେତେବଳେ ପ୍ରାୟ ୪୦ଟି ପୁରୁତାନ ମନ୍ଦିର ଠାବ ହୋଇଥିଲା। ସେଗୁଡ଼ିକୁ ଏବେ ପ୍ରକଳ୍ପ ସହ ଯୋଡ଼ାଯାଇଛି।

୭-ପୂର୍ବରୁ ମନ୍ଦିର ଓ ଏହା ସହ ଜଡ଼ିତ ସ୍ଥାନଗୁଡ଼ିକ ୩ ହଜାର ବର୍ଗ ଫୁଟ ଅଞ୍ଚଳରେ ସୀମିତ ଥିଲା। କିନ୍ତୁ ଏବେ ଏହା ୫ ଲକ୍ଷ ବର୍ଗ ଫୁଟ ଅଞ୍ଚଳକୁ ବୃଦ୍ଧି ପାଇଛି।

୮- ଆଜି ପବିତ୍ର ସୋମବାର। ଏହା ପ୍ରଭୁ ଶିବଙ୍କ ଦିନ। ଏହି ଦିନ ହିଁ ମୋଦି ଏହି କରିଡରକୁ ଉଦଘାଟନ କରିବାକୁ ଯାଉଛନ୍ତି।

୯-ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ବିକଶିତ କରୁଥିବା ବିମଳ ପଟେଲ ହିଁ ଏହି କରିଡରର ଡିଜାଇନ କରିଛନ୍ତି।

୧୦-ଏହି ଉଦଘାଟନ ଉତ୍ସବରେ ଅନେକ ଧର୍ମଗୁରୁ ଯୋଗଦେବେ। ସେହିପରି ତାମିଲନାଡୁର ଅଧୀନାମ, କର୍ଣ୍ଣାଟକାର ଲିଙ୍ଗାୟତ ଓ ବୀରସାହିବା ସଂପ୍ରଦାୟର ଲୋକମାନେ ମଧ୍ୟ ଉପସ୍ଥିତ ରହିବେ।

The post ଆଜି ଉଦଘାଟିତ ହେବ ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ କାଶୀ ବିଶ୍ୱନାଥ କରିଡର appeared first on Odisha Reporter.



from Odisha Reporter https://ift.tt/3DOuMTs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages