ନୂଆଦିଲ୍ଲୀ: ୮୬ ବର୍ଷ ବୟସରେ ଆଖି ବୁଜିଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଗିରିଶ ଠାକୁରଲାଲ ନାନାବତୀ । ୧୯୮୪ ମସିହାରେ ସଂଘଟିତ ହୋଇଥିବା ବହୁ ଚର୍ଚ୍ଚିତ ଶିଖ ବିରୋଧୀ ଦଙ୍ଗା ଓ ୨୦୦୨ ମସିହାରେ ଘଟିଥିବା ଗୋଧ୍ରା ଦଙ୍ଗାର ଯାଞ୍ଚ କରି ଲାଇମ୍ଲାଇଟ୍କୁ ଆସିଥିଲେ ଜଷ୍ଟିସ ଗିରିଶ ଠାକୁରଲାଲ ନାନାବତୀ ।
ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତର ଶିକାର ହୋଇ ଗୁଜରାଟ ଅହମଦାବାଦସ୍ଥିତ ବାସଭବନରେ ଆଖି ବୁଜିଥିଲେ ଜଷ୍ଟିସ ନାନାବତୀ । ଏହାପରେ ଶନିବାର ସନ୍ଧ୍ୟାରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ ।
ନାନାବତୀଙ୍କ ଜନ୍ମ ୧୯୩୫ ମସିହାରେ ଫେବୃଆରୀ ୧୭ରେ ହୋଇଥିଲେ। ୧୯୫୮ ଫେବୃୟାରୀ ୧୧ ରେ ବମ୍ବେ ହାଇକୋର୍ଟରେ ଓକିଲ ଭାବେ ସେ ନାମ ପଞ୍ଚୀକୃତ କଲେ। ଏହାପର ୧୯୭୯ ମସିହାରେ ଗୁଜରାଟ ହାଇକୋର୍ଟରେ ସ୍ଥାୟୀ ଜଜ ଭାବେ ନିଯୁକ୍ତି ପାଇଲେ। ଏହାପରେ ୧୯୯୩ ଡିସେମ୍ବର ୧୪ ରେ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିଲେ। ୧୯୯୪ ଜାନୁଆରୀ ୩୧ ତାରିଖରେ ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ। ଏହାପରେ ୧୯୯୪ ସେପ୍ଟେମ୍ବର ୨୮ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ଜଜ ଭାବେ ବଦଳି ହେଲେ। ଏହାପରେ ୧୯୯୫ ମାର୍ଚ୍ଚ ୬ରେ ସୁପ୍ରିମ କୋର୍ଟରେ ଜଷ୍ଟିସ ହେଲେ ଓ ୨୦୦୦ ମସିହା ୧୬ ଫେବୃୟାରୀରେ ଅବସର ଗ୍ରହଣ କଲେ।
ଗୋଧ୍ରା ରେଳଷ୍ଟେଶନ ନିକଟରେ ସାବରମତି ଏକ୍ସପ୍ରେସ ଟ୍ରେନର ୨ ବଗିରେ ନିଆଁ ଲଗା ଯାଇଥିଲା। ଗୋଧ୍ରା ଦଙ୍ଗାରେ ହଜାରେରୁ ଅଧିକ ଲୋକ ମରି ଯାଇଥିଲେ ଯେଉଁମାନଙ୍କ ମଧ୍ୟରୁ ଅଧିକ ଲୋକ ଅଳ୍ପସଂଖ୍ୟକ ଥିଲେ। ଗୁଜରାଟର ତତ୍କାଳ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୨ ମସିହାରେ ଏହାର ତଦନ୍ତ ନିମନ୍ତେ ଏକ ଆୟୋଗ ଗଠନ କରିଥିଲେ। ଜଷ୍ଟିସ ନାନାବତୀ ଓ ଜଷ୍ଟିସ ଅକ୍ଷୟ ମେହେତା ଏହି ଦଙ୍ଗା ଘଟଣାର ତଦନ୍ତ କରି ୨୦୧୪ ମସିହାରେ ଗୁଜରାଟର ତତ୍କାଳ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କୁ ରିପୋର୍ଟ ହସ୍ତାନ୍ତର କରିଥିଲେ।
ସେହିପରି ରାଷ୍ଟ୍ରୀୟ ଜନତାନ୍ତ୍ରୀକ ଗଠବନ୍ଧନ ସରକାର ୧୯୮୪ ମସିହାରେ ଶିଖ ବିରୋଧି ଦଙ୍ଗର ଯାଞ୍ଚ ପାଇଁ ନାନାବତୀ ଆୟୋଗ ଗଠନ କରିଥିଲେ। ଜଷ୍ଟିସ ନାନାବତୀ ଏହାର ଏକମାତ୍ର ସଦସ୍ୟ ଥିଲେ।
The post ଜଷ୍ଟିସ ନାନାବତୀଙ୍କ ପରଲୋକ, ଗୋଧ୍ରା ମାମଲାର କରିଥିଲେ ଯାଞ୍ଚ appeared first on Odisha Reporter.
from Odisha Reporter https://ift.tt/33xqYcI
No comments:
Post a Comment