ଜାନୁଆରୀ ୧ରୁ କଡ଼ାକଡ଼ି ହେବ ନିୟମ, ରାଜଧାନୀରେ ଗଡ଼ିବନି ପୁରୁଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 16, 2021

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ନିୟମ, ରାଜଧାନୀରେ ଗଡ଼ିବନି ପୁରୁଣା ଗାଡ଼ି

ନୂଆଦିଲ୍ଲୀ: ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ୨୦୨୨ ମସିହା ଜାନୁଆରୀ ୧ ଠାରୁ ରାଜଧାନୀର ରାଜରାସ୍ତାରେ କୌଣସି ପ୍ରକାରର ପୁରୁଣା ଗାଡ଼ି ଚାଲି ପାରିବ ନାହିଁ। କାରଣ ସରକାର ଦିଲ୍ଲୀରେ ଥିବା ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଡିଜେଲ ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରିବେ।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଅନୁସାରେ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ପରିବହନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ମାଲିକଙ୍କୁ ନୋ-ଅବଜେକସନ ପ୍ରମାଣପତ୍ର ଦିଆଯିବ। ଏହାଦ୍ୱାରା ସେମାନେ ଅନ୍ୟ ସ୍ଥାନରେ ନିଜ ଗାଡ଼ିର ପୁନଃ ପଞ୍ଜୀକରଣ କରିପାରିବେ। କିନ୍ତୁ ୧୫ ବର୍ଷ କିମ୍ବା ତା’ ଠାରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକ ପାଇଁ କୌଣସି ପ୍ରକାରର ଏନଓସି ଦିଆଯିବନି।

୨୦୧୮ ମସିହା ଅକ୍ଟୋବର ୨୯ରେ ସୁପ୍ରିମକୋର୍ଟ ଜାତୀୟ ରାଜଧାନୀରେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଓ ୧୦ ବର୍ଷରୁ ଅଧିକ ଡିଜେଲ ଗାଡ଼ି ଉପରେ ବ୍ୟାନ ଲଗାଇଥିଲେ। ଏହାପୂର୍ବରୁ ୨୦୧୪ରେ ଏନଜିଟି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସର୍ବସାଧାଣରେ ପାର୍କିଂ ପାଇଁ ମଧ୍ୟ ମନା କରିଥିଲେ।

ଏବେ ଦିଲ୍ଲୀ ସରକାର କହିଛନ୍ତି, “ଆମେ ପୁରୁଣା ଡିଜେଲ ଗାଡ଼ିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଇତି ମଧ୍ୟରେ ପ୍ରାୟ ୧ ଲକ୍ଷ ପୁରୁଣା ଗାଡ଼ିର ପଞ୍ଜୀକରଣ ବାତିଲ କରାଯାଇଛି। ୨୦୨୨ ଜାନୁଆରୀ ୧ରୁ ସମସ୍ତ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯିବ।

ଜାନୁଆରୀ ୧ରୁ ଦିଲ୍ଲୀରେ ଥିବା ପ୍ରାୟ ୨ ଲକ୍ଷ ପୁରୁଣା ଡିଜେଲ ଗାଡ଼ିର ପଞ୍ଜୀକରଣ ବାତିଲ ହେବ। ଲୋକମାନଙ୍କୁ ବାରମ୍ବାର ନୋଟିସ ଦ୍ୱାରା ପୁରୁଣା ଗାଡ଼ିଗୁଡ଼ିକର ଆଇନଗତ ଦିଗ ଉପରେ ଅବଗତ କରାଯାଇଛି। ସ୍କ୍ରାପିଂ ନୀତି ଅନୁସାରେ ଡିଜେଲ ଗାଡ଼ିଗୁଡ଼ିକ ୧୦ ବର୍ଷ ଓ ପେଟ୍ରୋଲ ଗାଡ଼ିଗୁଡ଼ିକ ୧୫ ବର୍ଷ ପୁରୁଣା ହୋଇଥିଲେ ରାସ୍ତାରେ ଗଡ଼ି ପାରିବ ନାହିଁ। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ।”

ସରକାରୀ ତଥ୍ୟ ଅନୁସାରେ, ଦିଲ୍ଲୀରେ ପ୍ରାୟ ୩୮ ଲକ୍ଷ ପୁରୁଣା ଗାଡ଼ି ରହିଛି। ଏହା ମଧ୍ୟରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡ଼ିର ସଂଖ୍ୟା ୩ ଲକ୍ଷ ଥିବା ବେଳେ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ସଂଖ୍ୟା ୩୫ ଲକ୍ଷ।

The post ଜାନୁଆରୀ ୧ରୁ କଡ଼ାକଡ଼ି ହେବ ନିୟମ, ରାଜଧାନୀରେ ଗଡ଼ିବନି ପୁରୁଣା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/3FjCZkh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages