ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେଶନ୍‌, ସୋଶାଲ ମିଡିଆରେ ଅଭିନନ୍ଦନର ସୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେଶନ୍‌, ସୋଶାଲ ମିଡିଆରେ ଅଭିନନ୍ଦନର ସୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଆଶା, ନୂଆ ବିଶ୍ୱାସ ଓ ନୂଆ ସମ୍ଭାବନା ନେଇ ଆସିଛି ନୂଆବର୍ଷ ୨୦୨୨  । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ଖୁବ୍‌ ଉତ୍ସାହିତ ଥିବା ବେଳେ  କରୋନା କଟକଣା ଯୋଗୁଁ ଏହା ଫିକା ପଡିଯାଇଛି ।

ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ।  ଏଥିସହ ସୋଶାଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।

ନିରାଡମ୍ବରରେ ଧରାବତରଣ କରିଥିବା ୨୦୨୧ ନେଇଛି ନିରବ ମେଲାଣି । କରୋନା ଭୟରେ ଭାରାକ୍ରାନ୍ତ ବିଶ୍ୱବାସୀ ୨୦୨୨ରେ ଖୋଜୁଛନ୍ତି ଆଶ୍ୱସ୍ତିର ରାହା ।  ନୂଆବର୍ଷକୁ ପରିବାର, ସାଙ୍ଗସାଥୀଙ୍କ ସହ  ସ୍ୱାଗତ କରିବା ପାଇଁ ଲୋକମାନେ ପୂର୍ବରୁ ପ୍ରସ୍ତୁତି କରିଥିବା ବେଳେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟରେ କଡା କଟକଣା ଲଗାଯାଇଛି  ।

ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ସହ ବେଳାଭୂମିରେ ବୁଲିବାର ମଜା ନେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପୁରୀରେ ହୋଇଛି ଅସମ୍ଭବ ଗହଳି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି  । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜୟ ଜଗନ୍ନାଥ ଏବଂ ୨୦୨୨ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେଶ୍‌ ଆକର୍ଷଣୀୟ ହୋଇଛି ।

The post ଫିକା ପଡ଼ିଲା ନୂଆ ବର୍ଷ ସେଲିବ୍ରେଶନ୍‌, ସୋଶାଲ ମିଡିଆରେ ଅଭିନନ୍ଦନର ସୁଅ appeared first on Odisha Reporter.



from Odisha Reporter https://ift.tt/3HqFTnP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages