କଟକ(ଓଡ଼ିଶା ରିପୋର୍ଟର): ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଫୁଲ୍ ମୁଡ୍ରେ ଚାଲିଥିଲା ପାର୍ଟି। ମଉଜମସ୍ତି ମୁଡ୍ରେ ଥିଲେ ସମସ୍ତେ। ତା’ସହ ଜମିଥିଲା ଖାଇବା ପିଇବାର ବି ଆସର। ଠିକ୍ ଏତିକି ବେଳେ ମାଡିବସିଥିଲା ସିଏମ୍ସି।
କଟକରେ ଏକ ହୋଟେଲ୍ରେ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ରେଡ୍। ସିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ରେଡ୍ କରାଯାଇଥିଲା। ସିଏମ୍ସି ପକ୍ଷରୁ ସଂପୃକ୍ତ ହୋଟେଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ କଟକରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଚେକିଂ କରାଯାଇଥିଲା। ବିଳମ୍ବିତ ରାତିରେ ବୁଲୁଥିବା ବ୍ୟକ୍ତଙ୍କୁ ପୁଲିସ ଅଟକାଇ କାରଣ ପଚାରି ଛଡା ଯାଇଥିଲା।
ପୁଣି ଥରେ ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ଚିନ୍ତା ବଢ଼ିଛି। ରାଜ୍ୟରେ ୮ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ସବୁ ପୁଣି କଡାକଡି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଭିଡ ଓ ସମାବେଶକୁ ଏଡାଇବା ପାଇଁ ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି।
The post ଚାଲିଥିଲା ମଉଜମସ୍ତି, ମାଡି ବସିଲା ସିଏମ୍ସି appeared first on Odisha Reporter.
from Odisha Reporter https://ift.tt/3HtX1Jw
No comments:
Post a Comment