ନୂଆବର୍ଷରେ ଅଘଟଣ: ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ଚାଲିଗଲା ୧୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 31, 2021

ନୂଆବର୍ଷରେ ଅଘଟଣ: ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ଚାଲିଗଲା ୧୨ ଜୀବନ

ଶ୍ରୀନଗର: ନୂଆବର୍ଷ ଅର୍ଥାତ ୨୦୨୨ର ପ୍ରଥମ ଦିନରେ ବହୁତ ବଡ଼ ଅଘଟଣ ଘଟିଛି। ଗୋଟିଏ ପଟେ ଲୋକମାନେ ନବବର୍ଷକୁ ସ୍ୱାଗତ କରୁଥିବା ବେଳେ ଅନ୍ୟପଟେ ଜମ୍ମୁ-କଶ୍ମୀରର ରେଆସି ଜିଲ୍ଲା ଅନ୍ତର୍ଗତ କାତ୍ରାରେ ଥିବା ବୈଷ୍ଣୋ ଦେବୀ ଭବନରେ ଘଟିଛି ଦଳା ଚକଟା। ଏହି ଅଘଟଣରେ ଏବେ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ମୃତକମାନେ ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ଜମ୍ମୁ-କଶ୍ମୀରର ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ନବବର୍ଷ ଉପଲକ୍ଷେ ଶହଶହ ଶ୍ରଦ୍ଧାଳୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆସିଥିଲେ। ଏହି ସମୟରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ଼ କରି କାତ୍ରା ମାତା ବୈଷ୍ଣୋ ଦେବୀ ଭବନରେ ପ୍ରବେଶ କରିଥିଲେ। ଭବନ ଭିତରେ ପ୍ରବେଶ ପାଇଁ ଅନେକଙ୍କ ପାଖରେ ଅନୁମତି ରସିଦ ନଥିଲା। ତଥାପି ସେମାନେ ଠେଲାପେଲା କରି ଭବନରେ ପ୍ରବେଶ କରିଥିଲେ।


ରାତି ପ୍ରାୟ ୨.୪୫ରେ ଏହି ଠେଲାପେଲାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ମାରପିଟ୍‌ ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଇତି ମଧ୍ୟରେ କିଛି ଲୋକ ତଳେ ପଡ଼ିଯିବାରୁ ଦଳା ଚକଟା ଆରମ୍ଭ ହୋଇଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପୂର୍ବରୁ ୧୨ ଜଣ ପ୍ରାଣ ହରାଇ ସାରିଥିଲେ।

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା ଗୋପାଲ ଦତ୍ତ କହିଛନ୍ତି, ମୃତାହତମାନେ ଦିଲ୍ଲୀ, ହରିଆଣା, ପଞ୍ଜାବ ଓ ଜଣେ ଜମ୍ମୁ-କଶ୍ମୀରର। ଆହତମାନଙ୍କୁ ମାତା ବୈଷ୍ଣୋଦେବୀ ନାରାୟଣ ସୁପରସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ହସ୍ପିଟାଲରେ ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କହିଛନ୍ତି। ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସେ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି। ଏହି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ଫଣ୍ଡରୁ ପ୍ରଦାନ କରାଯିବ।

ସେହିପରି ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଟ୍ୱିଟ କରି ମୃତକଙ୍କ ପରିବାର ବର୍ଗଙ୍କୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି। ଏଥିସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ଧର୍ମ ପୀଠର ବୋର୍ଡ ପ୍ରଦାନ କରିବ। ଘଟଣା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସବୁ ପ୍ରକାରର ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସିହ୍ନା ଟ୍ୱିଟ କରି ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜେ ପୂରା ଘଟଣାର ମନିଟରିଂ କରୁଛନ୍ତି। ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଧର୍ମପୀଠର ବରିଷ୍ଠ ସଦସ୍ୟ ଓ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରୁଥିବା ସେ ସୂଚନା ଦେଇଛନ୍ତି।

The post ନୂଆବର୍ଷରେ ଅଘଟଣ: ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ଚାଲିଗଲା ୧୨ ଜୀବନ appeared first on Odisha Reporter.



from Odisha Reporter https://ift.tt/3mNaTX3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages