ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି।
ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।
ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (BSKY)କୁ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ । ଯଦି ବିଏସକେୱାଇ କାର୍ଡ ନ ଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ(SFSS) କୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ।
ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ ଘୋଷଣା ବୋଲି ଜଣାଯାଇଛି। ଏହା ସହ ଆଗାମୀ ୭ ଦିନ ମଧ୍ୟରେ ଏହାକୁ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ପଞ୍ଚାୟତ ନିବାଚନରେ ପୁଣି ଥରେ ବାଜି ମାରିବାକୁ ଏହା ରାଜ୍ୟ ସରକାରଙ୍କ ଚାଲ ବୋଲି ଆଲୋଚନା ହେଉଛି।
The post ପୁଣି ଥରେ ରାଜ୍ୟ ସରକାର ଦେବେ କୋଭିଡ ସହାୟତା, NFSA, SFSS ହିତାଧିକାରୀ ପାଇବେ ହଜାରେ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3pfY49v
No comments:
Post a Comment