ୱାଶିଂଟନ୍: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଆମେରିକାର ମୁଖ୍ୟ ବୈଜ୍ଞାନିକ। ସାରା ବିଶ୍ୱରେ ଓମିକ୍ରନର ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତା ଆନ୍ଥୋନୀ ଫୌସି ଓମିକ୍ରନ୍ ସେତେ ଘାତକ ନୁହେଁ ବୋଲି କହିଛନ୍ତି।
ଓମିକ୍ରନ୍ ଭାରିଏଣ୍ଟ ଡେଲ୍ଟା ଅପେକ୍ଷା ଅଧିକ ସଂକ୍ରାମକ ହୋଇଥିଲେ ମଧ୍ୟ ସେତେଟା ଘାତକ ନୁହେଁ। ଡେଲ୍ଟା ଅପେକ୍ଷା ଓମିକ୍ରନ୍ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ କମ୍। ଓମିକ୍ରନ୍ ଆକ୍ରାନ୍ତଙ୍କ ଠାରେ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଉଛି ବୋଲି ଆନ୍ଥୋନୀ ଫୌସି କହିଛନ୍ତି। ତେବେ ଓମିକ୍ରନ୍ ଭାରିଏଣ୍ଟ ବିରୋଧରେ ଟିକା କାମ କରୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଆମେରିକାର ମୁଖ୍ୟ ମହାମାରୀ ପରାମର୍ଶଦାତା।
ଡେଲଟା ଭଳି ଓମିକ୍ରନ୍ ମଧ୍ୟ ଅଧିକ ସଂକ୍ରାମକ। ଏହାଦ୍ୱାରା ପୁଣି କରୋନାରେ ସଂକ୍ରମିତ ହେବା ବିପଦ ଅଧିକ ରହିଥିବା ବିଶ୍ୱର ବିଭିନ୍ନ ସ୍ଥାନରୁ ଏପିଡେମୋଲୋଜିକାଲ୍ ତଥ୍ୟ ସଂଗ୍ରହରୁ ଏହା ଜଣାପଡିଛି ବୋଲି କହିଛନ୍ତି ଫୌସି।
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଏବଂ ସଂକ୍ରାମକ ରୋଗ (NIAID)ର ନିର୍ଦ୍ଦେଶକ ଫୌସିଙ୍କ କହିବା ମୁତାବକ, ଓମିକ୍ରନ୍ ବିରୁଦ୍ଧରେ ଥିବା ଟିକାରୁ ମିଳୁଥିବା ଆଣ୍ଟିବଡି କେତେ ପ୍ରଭାବଶାଳୀ ତାକୁ ନେଇ ପରୀକ୍ଷା ଚାଲିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ପରୀକ୍ଷଣର ଫଳାଫଳ ଆସିଯିବ। ଓମିକ୍ରନ୍ ଡେଲ୍ଟା ଠାରୁ ଅଧିକ ଘାତକ ନୁହେଁ, କିନ୍ତୁ ଆଗକୁ ଏହା ଘାତକ ହେବ ନା ନାହିଁ ତାହା ଉପରେ ନଜର ରହିଛି।
ବର୍ତ୍ତମାନ ବିଶ୍ୱର ୩୮ଟି ଦେଶକୁ ବ୍ୟାପି ସାରିଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। କିନ୍ତୁ ଏପର୍ଯ୍ୟନ୍ତ ଓମିକ୍ରନ୍ରେ ସଂକ୍ରମିତ କୌଣସି ବ୍ୟକ୍ତି ମୃତ୍ୟୁ ହୋଇନାହିଁ। ତେବେ ଓମିକ୍ରନର ସ୍ପାଇକ୍ ପ୍ରୋଟିନ୍ ଉପରେ ୩୦ ଥର ହେଉଥିବା ମ୍ୟୁଟେସନ୍କୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି।
The post ଆମେରିକା ମୁଖ୍ୟ ବୈଜ୍ଞାନିକଙ୍କ ଦାବି- ଘାତକ ନୁହେଁ ଓମିକ୍ରନ୍ appeared first on Odisha Reporter.
from Odisha Reporter https://ift.tt/3IzDAQS
No comments:
Post a Comment