ପଞ୍ଜାବର ବଦଲା ଦିଲ୍ଲୀରେ : କେଜ୍ରିୱାଲଙ୍କୁ ସମାନ ତୀର ମାରିଲେ ସିଦ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 5, 2021

ପଞ୍ଜାବର ବଦଲା ଦିଲ୍ଲୀରେ : କେଜ୍ରିୱାଲଙ୍କୁ ସମାନ ତୀର ମାରିଲେ ସିଦ୍ଧୁ

ନୂଆଦିଲ୍ଲୀ: ସ୍ଥାୟୀ ଚାକିରି ନେଇ ଶିକ୍ଷକମାନଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଥିବା ବେଳେ  କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସେମାନଙ୍କ ସହ ସାମିଲ ହୋଇଛନ୍ତି। ଦିଲ୍ଲୀରେ ଶିକ୍ଷାଦାନ କରୁଥିବା ଅତିଥି ଶିକ୍ଷକମାନେ ସେମାନଙ୍କୁ ସ୍ଥାୟୀ ଚାକିରି ପାଇଁ ଦାବି କରି ରବିବାର ଆନ୍ଦୋଳନ କରିଥିଲେ। ଗତ ନଭେମ୍ବର ୨୭ ତାରିଖରେ ପଞ୍ଜାବରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହେବା ପରେ ଏହାର ପ୍ରତିକ୍ରିୟା ଦିଲ୍ଲୀରେ ଦେଖିବାକୁ ମିଲିଛି।

ଦିଲ୍ଲୀରେ ହୋଇଥିବା ଶିକ୍ଷକଙ୍କ ଆନ୍ଦୋଳନରେ ଯୋଗ ଦେଇ ସିଦ୍ଧୁ କହିଛନ୍ତି ଯେ, ଡିୟର କେଜ୍ରିୱାଲ ଆପଣ ପଞ୍ଜାବ ଯାଇ ସେଠାରେ ଭାଷଣବାଜି ମାରୁଛନ୍ତି। କିନ୍ତୁ ଏଠିକାର ନିଜର ସମସ୍ୟାକୁ ଲୁଚାଇ ଦେଇଛନ୍ତି। ପଞ୍ଜବାରେ ଶିକ୍ଷକ ଆନ୍ଦୋଳନ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ କେଜ୍ରିୱାଲ। ଯଦି ପଞ୍ଜାବରେ ଆମ ଆଦମି ପାର୍ଟି ଆସେ ତେବେ ଶିକ୍ଷକଙ୍କ ସମସ୍ୟା ସମାଧାନ ହେବ ବୋଲି କହିଥିଲେ କେଜ୍ରିୱାଲ। ଏପରିକି ସେଠିକାର ଶିକ୍ଷକ ଆନ୍ଦୋଳନରେ କେଜ୍ରିୱାଲ ନିଜକୁ ସେମାନଙ୍କର ସାନ ଭାଇ ବୋଲି ସମ୍ବୋଧନ କରିଥିଲେ।

ଏମିତି କି କେଜ୍ରିୱାଲ ନିଜେ ଜଣେ ଶିକ୍ଷକଙ୍କ ପୁଅ ବୋଲି କହିଥିଲେ।  ସିନ୍ଧୁ କହିଛନ୍ତି କେଜ୍ରିୱାଲଙ୍କର ପଞ୍ଜାବ ଶିକ୍ଷକଙ୍କ ପ୍ରତି ଦରଦ ଅଛି ହେଲେ ନିଜ ଇଲାକାର ଶିକ୍ଷକଙ୍କ ସମସ୍ୟା ସମାଧାନ କରିପାରୁ ନାହାନ୍ତି।

The post ପଞ୍ଜାବର ବଦଲା ଦିଲ୍ଲୀରେ : କେଜ୍ରିୱାଲଙ୍କୁ ସମାନ ତୀର ମାରିଲେ ସିଦ୍ଧୁ appeared first on Odisha Reporter.



from Odisha Reporter https://ift.tt/3oqhAQa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages