ବିମୁଦ୍ରାକରଣ ବେଳେ ଦୁର୍ନୀତି, ଆର୍ମି କ୍ୟାପ୍ଟେନ ଦଣ୍ଡିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 26, 2021

ବିମୁଦ୍ରାକରଣ ବେଳେ ଦୁର୍ନୀତି, ଆର୍ମି କ୍ୟାପ୍ଟେନ ଦଣ୍ଡିତ

ନୂଆଦିଲ୍ଲୀ: ୨୦୧୬ ମସିହାରେ ଦେଶରେ ଲାଗୁ ହୋଇଥିବା ବିମୁଦ୍ରାକରଣ ବେଳେ ବେଆଇନ କାମ କରି ଫାଇଦା ହାସଲ କରିଥିବା ଜଣେ ଆର୍ମି କ୍ୟାପ୍ଟେନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦୁର୍ନୀତିରେ ସେ ସାମିଲ ଥିବାରୁ ତାଙ୍କୁ ଜେନେରାଲ କୋର୍ଟ ମାର୍ଶଲର ସାମ୍ନା କରିବାକୁ ପଡ଼ିବ।

ତାଙ୍କ ବିରୋଧରେ ୧୨ଟି ଭିନ୍ନଭିନ୍ନ ଦୁର୍ନୀତି ଓ ବେଆଇନ କାମ କରିବାର ଚାର୍ଜ ଲାଗିଛି। ଏହି ଜେନାରାଲ କୋର୍ଟ ମାର୍ଶଲ ଅବଧି ୨୦୨୨ ଜାନୁଆରୀ ୧୦ରୁ ଆରମ୍ଭ ହେବ। ଏଥିସହ ୱେଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟରେ ଏହାର ତଦନ୍ତ ମଧ୍ୟ ଜାରି ରହିବ।

୨୦୧୬ ନଭେମ୍ବର ମାସରେ ଦେଶରେ ବିମୁଦ୍ରାକରଣ ଲାଗୁ ହୋଇଥିଲା। ଏହି ସମୟରେ ଏହି ଅଧିକାରୀ ଜଣଙ୍କ ଦିଲ୍ଲୀରେ ଥବା ଆର୍ମି ପୋଷ୍ଟାଲ ସର୍ଭିସରେ କାମ କରୁଥିଲେ। ଏହି ସମୟରେ ସେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଟଙ୍କା ଅଦଳବଦଳ କରିବାର ଅନୁମତି ନଥିଲେ ମଧ୍ୟ ଅଧିକାରୀ ଜଣଙ୍କ ବେଆଇନ ଭାବେ ଏହା କରିଥିଲେ।

ଅନେକ ଥରେ ସେ ପୁରୁଣା ନୋଟ ବଦଳରେ ନୂଆ ନୋଟ ଟ୍ରାଞ୍ଜାକସନ କରିଥିଲେ। ଏଥିସହ ଆର୍ମି ସେଣ୍ଟାଲ ବେସ୍‌ ପୋଷ୍ଟ ଅଫିସରେ ଥିବା ଟଙ୍କାକୁ ସେ ଉଠାଇ ଥିଲେ ମଧ୍ୟ ଏହାର ତଥ୍ୟକୁ ରେକର୍ଡ ବୁକରେ ଉଲ୍ଲେଖ କରି ନଥିଲେ। ଏହି ଅଧିକାରୀ ଜଣଙ୍କ ଆଉ ଜଣେ ଅଭିଯୁକ୍ତଙ୍କ ସହ ମିଶି ପ୍ରାୟ ୫ ହଜାର ନକଲି ଫର୍ମ ଜରିଆରେ ନୂଆ ନୋଟ୍‌ ଉଠାଇଥିଲେ।

ଏହା ଜଣାପଡ଼ିବା ପରେ ତଦନ୍ତ ହୋଇଥିଲା ଓ ଏବେ ଅଧିକାରୀଙ୍କୁ ଜେନରାଲ କୋର୍ଟ ମାର୍ଶଲର ସମ୍ମୁଖୀନ ହେବାକୁ ପଡ଼ିଛି।

ଏହାପୂର୍ବରୁ ସେନା ପକ୍ଷରୁ ବିମୁଦ୍ରାକରଣ ବେଳେ ନୂଆ ନୋଟ୍‌ ପାଇଁ ବେଆଇନ ଭାବେ ପୁରୁଣା ନୋଟ୍‌ର ଅଦଳବଦଳ କରିଥିବା ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ମଧ୍ୟ କୋର୍ଟ ମାର୍ଶଲ କରାଯାଇଥିଲା।

The post ବିମୁଦ୍ରାକରଣ ବେଳେ ଦୁର୍ନୀତି, ଆର୍ମି କ୍ୟାପ୍ଟେନ ଦଣ୍ଡିତ appeared first on Odisha Reporter.



from Odisha Reporter https://ift.tt/3quOmiK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages