ରାଜ୍ୟପାଳ ଖାଇକି ଯିବା ପରେ ଗରିବ ବୁଦ୍ଧରାମଙ୍କୁ ଧରାଇ ଦିଆଗଲା ୧୪ ହଜାର ଟଙ୍କାର ବିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 26, 2021

ରାଜ୍ୟପାଳ ଖାଇକି ଯିବା ପରେ ଗରିବ ବୁଦ୍ଧରାମଙ୍କୁ ଧରାଇ ଦିଆଗଲା ୧୪ ହଜାର ଟଙ୍କାର ବିଲ୍‌

ଭୋପାଲ: ଶୀର୍ଷ ପଢ଼ି ଆପଣ ସାମାନ୍ୟ ଆଶ୍ଚର୍ଯ୍ୟ ହେଉଥିବେ। ଯଦି ରାଜ୍ୟପାଳ ନିଜ ଆଡ଼ୁ ଜଣେ ଗରିବ ଲୋକଙ୍କ ଘରେ ଖାଦ୍ୟ ଖାଇ ଫଟୋ ଉଠାଇଲେ, ତା’ହେଲେ ପ୍ରଶାସନ କାହିଁକି ଉକ୍ତ ବ୍ୟକ୍ତିଙ୍କୁ ୧୪ ହଜାର ଟଙ୍କାର ବିଲ୍‌ ପୈଠ କରିବାକୁ କହିଛି? କ’ଣ ଏହା ପଛରେ ଆଉ କିଛି ଷଡ଼ଯନ୍ତ୍ର ଅଛି କି? ଏମିତି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ମଧ୍ୟପ୍ରଦେଶର ବିଦିଶାରେ ରହୁଥିବା ଗରିବ ବୁଦ୍ଧରାମ ଆଦିବାସୀଙ୍କ ସହ ଘଟିଛି।

ବୁଦ୍ଧରାମ ଗାଁରେ ଗୋଟିଏ ଛୋଟିଆ କୁଡ଼ିଆ କରି ରହୁଥିଲେ। ତେବେ ଚଳିତ ବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତାଙ୍କୁ ଗୋଟିଏ ଅର୍ଦ୍ଧନିର୍ମିତ ପକ୍କା ଘରର ଚାବି ମିଳିଥିଲା। ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ ହିଁ ବୁଦ୍ଧରାମଙ୍କୁ ଚାବି ଦେବା ସହ ତାଙ୍କ ସହ ଖାଦ୍ୟ ମଧ୍ୟ ଖାଇଥିଲେ।

ରାଜ୍ୟପାଳ ନିଜେ ବୁଦ୍ଧରାମଙ୍କ ସହ ଖାଦ୍ୟ ଖାଇବାରୁ ତାଙ୍କ ଖୁସି ସେତେବେଳେ ବେଶ ଉପରି ପହଞ୍ଚି ଯାଇଥିଲା। କିନ୍ତୁ ସେ ଜାଣି ନଥିଲେ ଯେ ରାଜ୍ୟପାଳଙ୍କ ପାଇଁ ଖାଦ୍ୟ ଖାଇବା ତାଙ୍କୁ ମହଙ୍ଗା ପଡ଼ିବ। ଅଗଷ୍ଟ ୨୪ରେ ରାଜ୍ୟପାଳ ମଙ୍ଗୁଭାଇ ଗାଁକୁ ଆସିବା ସହ ଗୃହପ୍ରବେଶ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଏହି ସମୟରେ ତାଙ୍କ ଅଫିସ ତରଫରୁ ବୁଦ୍ଧରାମଙ୍କୁ ଯୋଗାଯୋଗ କରାଯାଇଥିଲା। ରାଜ୍ୟପାଳ କାର୍ଯ୍ୟକ୍ରମ ପରେ ବୁଦ୍ଧରାମଙ୍କ ସହ ମିଲ ଖାଇବେ ବୋଲି କୁହାଯାଇଥିଲା। ଏଥିପାଇଁ ବୁଦ୍ଧରାମ ମଧ୍ୟ ନିଜ ସମ୍ବଳ ଅନୁସାରେ ସବୁ କିଛି କରିଥିଲେ।

ରାଜ୍ୟପାଳଙ୍କ ଗସ୍ତ ଥିବାରୁ ଗାଁ ଓ ରାଜ୍ୟ ପ୍ରଶାସନ ପକ୍ଷରୁ ବୁଦ୍ଧିରାମଙ୍କ ପକ୍କା ଘର ସାମ୍ନାରେ ଅତ୍ୟାଧୁନିକ ଗେଟ୍ ଲଗାଇବା ସହ ଉକ୍ତ ଘରେ ଫ୍ୟାନ ଝୁଲାଇ ଥିଲା। ରାଜ୍ୟପାଳ ବେଶ ଆରାମରେ ଆସି ବୁଦ୍ଧରାମ ଓ ତାଙ୍କ ପରିବାର ଲୋକଙ୍କ ସହ ଖାଦ୍ୟ ଖାଇଥିଲେ। ଫଟୋ ଉଠା କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଏହାପରେ ସେ ବୁଦ୍ଧରାମଙ୍କୁ ଧନ୍ୟବାଦ ଦେଇ ଚାଲି ଯାଇଥିଲେ।

ହେଲେ ରାଜ୍ୟପାଳ ଯିବାର ଗୋଟିଏ ଦିନ ପରେ ପଞ୍ଚାୟତ ସଦସ୍ୟମାନେ ବୁଦ୍ଧରାମଙ୍କ ଘରେ ଲାଗିଥିବା ଫ୍ୟାନକୁ କାଢ଼ି ନେଇ ଯାଇଥିଲେ। ଏଥିସହ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହୋଇଥିବା ୧୪ ହଜାର ଟଙ୍କାର ବିଲ୍ ଧରାଇ ଦେଇଥିଲେ। ଏହାକୁ ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ସେ କହିଛନ୍ତି, “ଜଣେ ସରକାରୀ ବାବୁ ଆମ ପାଖକୁ ଆସିଥିଲେ। ରାଜ୍ୟପାଳ ଆମ ଘରେ ଲଞ୍ଚ କରିବେ ବୋଲି କହିଥିଲେ। ସେମାନେ ନିଜ ଆଡ଼ୁ ନୂଆ ଗେଟ୍‌ ଲଗାଇଥିଲେ। ଏହାର ଦାମ ୧୪ ହଜାର ଟଙ୍କାରୁ ଅଧିକ। ଏବେ ସେମାନେ ମୋତେ ୧୪ ହଜାର ଟଙ୍କା ଦେବାକୁ କହୁଛନ୍ତି। ଯଦି ଗେଟ୍ ବାବଦରେ ଟଙ୍କା ଦେବାକୁ ପଡ଼ିବ ବୋଲି ଜାଣିଥାଆନ୍ତି, ତା’ହେଲେ ମୁଁ କେବେ ଏହାକୁ ଏଠାରେ ଲଗାଇ ନଥାଆନ୍ତି। ୧୪ ହଜାର ଟଙ୍କା ଦେବାକୁ ମୁଁ ଅକ୍ଷମ।”

ବୁଦ୍ଧରାମଙ୍କୁ ରନ୍ଧନ ଗ୍ୟାସର ସଂଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏହାକୁ ୬ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଗ୍ୟାସ ମିଳିନି। ସେହିପରି ତାଙ୍କ ଘରର ନିର୍ମାଣ କାମ ମଧ୍ୟ ଶେଷ ହୋଇନି। ପୂର୍ବଭଳି ଏହି ପକ୍କା ଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି।

ଏ ସମ୍ପର୍କରେ ସହାରାଞ୍ଚଳ ବିକାଶ ମନ୍ତ୍ରୀ ଭୂପେନ୍ଦ୍ର ସିଂହ କହିଛନ୍ତି, “ଏମିତି କେବେ ଘଟିବା କଥା ନୁହେଁ। ଅବହେଳା କରିଥିବା ଅଧିକାରୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ। ଆମର ପରମ୍ପରା ଓ ପ୍ରୋଟକଲ ଅନୁଯାୟୀ, ଅତିଥିମାନେ ଯାଉଥିବା ଘରକୁ ପ୍ରଶାସନ ସଜେଇ ଥାଏ। କିନ୍ତୁ ଏବେ ଯେଉଁ ଖବର ମିଳିଛି, ତା’ହା ରାଜ୍ୟପାଳଙ୍କ ପାଇଁ ଅପମାନବୋଧ। ତେଣୁ ୧୪ ହଜାର ଟଙ୍କାର ବିଲ୍‌ ଜାରି କରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ମନ୍ତ୍ରୀଙ୍କ ଏପରି ବୟାନ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ଅବସ୍ଥାରେ ୨ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

The post ରାଜ୍ୟପାଳ ଖାଇକି ଯିବା ପରେ ଗରିବ ବୁଦ୍ଧରାମଙ୍କୁ ଧରାଇ ଦିଆଗଲା ୧୪ ହଜାର ଟଙ୍କାର ବିଲ୍‌ appeared first on Odisha Reporter.



from Odisha Reporter https://ift.tt/3EzsCHE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages