ବଢ଼ିଲା ଚିନ୍ତା, ସ୍କୁଲ ଭିତରୁ ୯୪ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 6, 2021

ବଢ଼ିଲା ଚିନ୍ତା, ସ୍କୁଲ ଭିତରୁ ୯୪ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ବେଙ୍ଗାଳୁରୁ: ଗୋଟିଏ ପଟେ ଦେଶକୁ ଓମିକ୍ରନ୍‌ ଭୟ ଘାରିଥିବା ବେଳେ ଆଉ ଗୋଟିଏ ପଟେ ସ୍କୁଲ ଖୋଲିବା ପରେ କରୋନା ସଂକ୍ରମିତଙ୍କୁ ନେଇ ବଢ଼ିଛି ଚିନ୍ତା। ଏବେ ପୁଣିଥରେ ଏକ ସ୍କୁଲ ଭିତରେ ୯୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ସମସ୍ତଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି।

କର୍ଣ୍ଣାଟକର ନରସିଂମ୍‌ହାରାଜପୁରରେ ଥିବା ଏକ ଆବାସିକ ସ୍କୁଲରୁ ୯୪ ଜଣ ଛାତ୍ରଛାତ୍ରୀ ଓ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କ ଡାକ୍ତରୀଟିମ୍‌ଙ୍କ ଦେଖାରେଖାରେ ଚିକିତ୍ସା ଚାଲିଛି। ଉକ୍ତ ସ୍କୁଲରେ ମୋଟ ୪୫୭ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ୯୪ଟି ପଜିଟିଭ ଆସିଛି। ସଂକ୍ରମିତଙ୍କ ମଧ୍ୟରେ ୧୦ ଜଣ ଶିକ୍ଷକ ଅଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ଉକ୍ତ ସ୍କୁଲ ଏବଂ ହଷ୍ଟେଲକୁ ପ୍ରଶାସନ ସିଲ୍‌ କରିଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ସରକାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସ୍କୁଲ ଖୋଲିବା ପରେ ଏବେ ଚାରିଆଡୁ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେଉଥିବା ମାମଲା ସାମ୍ନାକୁ ଆସୁଛି। ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ସକାଳୁ ମଧ୍ୟ ତେଲାଙ୍ଗାନାର ଏକ ମେଡିକାଲ କଲେଜରୁ ୪୩ ଜଣ ଛାତ୍ରଛାତ୍ରୀ ପଜିଟିଭ ବାହାରିଥିଲେ। ଫଳରେ ସେଠାରେ ମଧ୍ୟ ହଷ୍ଟେଲଗୁଡିକୁ ସିଲ୍‌ କରାଯାଇଛି। ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

The post ବଢ଼ିଲା ଚିନ୍ତା, ସ୍କୁଲ ଭିତରୁ ୯୪ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3IzzVm7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages