ମାସ୍କ ପିନ୍ଧିବାକୁ କହିବାରୁ ଗୁଳି ଫୁଟାଇଲେ, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

ମାସ୍କ ପିନ୍ଧିବାକୁ କହିବାରୁ ଗୁଳି ଫୁଟାଇଲେ, ୨ ମୃତ

ମସ୍କୋ: ଚାରିଆଡେ କରୋନାର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା ବଢ଼ିଛି। ଏଥିପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମାସ୍କ ପରିଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାରି ଭିତରେ ଜଣେ ବ୍ୟକ୍ତି ମାସ୍କ ନ ପିନ୍ଧି ବୁଲୁଥିଲେ। ତାଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଥିଲା। ଏଥିରେ ରାଗି ଯାଇ ଉକ୍ତ ବ୍ୟକ୍ତି ଜଣକ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଛନ୍ତି।

ଋଷର ରାଜଧାନୀ ମସ୍କୋରେ ଘଟିଛି ଏଭଳି କିଛି ଗୁଳୁକାଣ୍ଡ। ଏକ ସରକାରୀ ସେବା କେନ୍ଦ୍ରରେ ଜଣେ ବ୍ୟକ୍ତି ମାସ୍କ ପିନ୍ଧିବାକୁ କହିବାରୁ ରାଗି ଯାଇ ଗୁଳି ଫୁଟାଇଛି। ଗୁଳିମାଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ରୁଷର ଗଣମାଧ୍ୟମରୁ ଏହି ସୂଚନା ମିଳିଛି।

ସେପଟେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ମସ୍କୋ ମେୟର ସରୋଜ ସୋବିୟାନିନ ଟ୍ୱିଟରରେ କହିଛନ୍ତି। ଆକ୍ରମଣକାରୀ କିମ୍ବା ତାଙ୍କର ସମ୍ଭାବ୍ୟ ଉଦ୍ଦେଶ୍ୟ ବିଷୟରେ କୌଣସି ତଥ୍ୟ ନଦେଇ ସୋବିୟାନିନ କହିଛନ୍ତି ଯେ ଏହି ଘଟଣା ସହରର ଦକ୍ଷିଣ ପୂର୍ବରେ ଘଟିଛି।

ମେୟର କହିଛନ୍ତି, ଡାକ୍ତରମାନେ ଆହତମାନଙ୍କୁ ଚିକିତ୍ସା କରୁଛନ୍ତି। ଆହତଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳିକା ମଧ୍ୟ ଅଛନ୍ତି। ଡେପୁଟି ମେୟର ଆନାସ୍ତାସିଆ ରାକୋଭା କହିଛନ୍ତି, ଗୁଳି ବିନିମୟରେ ୪ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ବ୍ୟକ୍ତିଙ୍କ ମାସ୍କ ପିନ୍ଧିବାକୁ ନେଇ ସୁରକ୍ଷାକର୍ମୀଙ୍କ ସହ ଯୁକ୍ତିତର୍କ ହେବା ପରେ ଆକ୍ରମଣକାରୀ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା ବୋଲି ଜଣେ ଅଜ୍ଞାତ ସୁରକ୍ଷା ଅଧିକାରୀ ସୂତ୍ରରୁ ଜଣାପଡିଛି।

ସେପଟେ ଗୁଳିକାଣ୍ଡ ଘଟିଥିବା ସ୍ଥାନରୁ ଏକ ହ୍ୟାଣ୍ଡଗନ୍‌ ମିଳିଛି। ରୁଷରେ ସାଧାରଣ ଲୋକ ହ୍ୟାଣ୍ଡଗନ ଏବଂ ଅନ୍ୟ ହତିଆର ରଖିବା ଗୁରୁତର ଅପରାଧ। କେବଳ ପେସାଦାର କ୍ରୀଡା ସୁଟରମାନଙ୍କୁ ହିଁ ବନ୍ଧୁକ ରଖିବା ଅନୁମତି ଦିଆଯାଇଛି। ରୁଷର ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ନିୟମାବଳୀ ଅନୁଯାୟୀ, ଗ୍ରାହକ ସେବା କେନ୍ଦ୍ର ପରି ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

The post ମାସ୍କ ପିନ୍ଧିବାକୁ କହିବାରୁ ଗୁଳି ଫୁଟାଇଲେ, ୨ ମୃତ appeared first on Odisha Reporter.



from Odisha Reporter https://ift.tt/3dyrjxM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages