ୱାଶିଂଟନ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଏବେ ମାତ ଖାଇବ। ଏହାକୁ ମାତ୍ ଦେଇ ଲୋକଙ୍କୁ ମୃତ୍ୟୁ ମୁଖର ବଞ୍ଚାଇବା ପାଇଁ ଆମେରିକୀୟ କମ୍ପାନୀ ଫାଇଜର ବିକଶିତ କରିଛି ବଟିକା। ଫାଇଜର ଏମିତି ଏକ ବଟିକା ପ୍ରସ୍ତୁତ କରିଛି, ଯାହା କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟ ସମେତ ଅନ୍ୟ ଗୁରୁତର ରୋଗରୁ ସୁରକ୍ଷା ଯୋଗାଇ ପାରିବ।
କମ୍ପାନୀ ପାକ୍ସଲୋଭିଡ ନାଁରେ ବଟିକା ପ୍ରସ୍ତୁତ କରିଛି। ଏହି ବଟିକା କରୋନା ଟିକାକୁ ମାତ ଦେଇ ପାରୁଥିବା ଓମିକ୍ରନ ବିରୋଧରେ ଲଢ଼େଇ କରିବ। କରୋନା ଲକ୍ଷଣର ଦେଖାଯିବାର ୩ ଦିନ ମଧ୍ୟରେ ଯଦି ପାକ୍ସଲୋଭିଡ ଦିଆଯାଏ, ତା’ହେଲେ ଜଣେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାର ଆଶଙ୍କା ୮୯% ଦୂର ହୋଇ ଯିବ। ସେହିପରି ଓମିକ୍ରନ ଜନିତ ମୃତ୍ୟୁରୁ ମଧ୍ୟ ଏହି ବଟିକା ୮୯%ରୁ ଅଧିକ ସୁରକ୍ଷା ଦେଉଥିବା କମ୍ପାନୀ ଦାବି କରିଛି। କମ୍ପାନୀ ପକ୍ଷରୁ ବଟିକାର ପରୀକ୍ଷଣ କରାଯାଇଥିଲା। ଏହାପରେ ଏମିତି ରେଜଲ୍ଟ ସାମ୍ନାକୁ ଆସିଛି।
କମ୍ପାନୀ ଗୋଟିଏ ବିବୃତିରେ କହିଛି ଯେ ଏହି ଆଣ୍ଟିଭାଇରାଲ୍ ବଟିକାକୁ ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଓମିକ୍ରନ ବିରୋଧରେ ଏହା ଲଢ଼େଇ କରିବାକୁ ସକ୍ଷମ ହେଉଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ୟୁରୋପ, ଦକ୍ଷିଣ ଆଫ୍ରିକା, ଆମେରିକା ସମେତ ବିଭିନ୍ନ ପ୍ରାନ୍ତରେ ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଛି। ଏହାକୁ ରୋକିବାରେ ପାକ୍ସଲୋଭିଡ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କମ୍ପାନୀ ଦାବି କରିଛି।
ଫାଇଜର ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି, ଆମେ ନିଶ୍ଚିତ ଯେ ପାକ୍ସଲୋଭିଡକୁ ଅନୁମତି ମିଳିବ। ପାକ୍ସଲୋଭିଡ ଓମିକ୍ରନ ଯୋଗୁ ସ୍ୱାସ୍ଥ୍ୟ ସେବା ଉପରେ ସୃଷ୍ଟି ହୋଇଥିବା ଚାପକୁ ହ୍ରାସ କରିବ। ଗତ ମାସରେ ଫାଇଜର ବଟିକାର ପରୀକ୍ଷାମୂଳକ ବ୍ୟବହାର ପାଇଁ ଏଫଡିଏକୁ ଅନୁମୋଦନ ମଗାଯାଇଥିଲା ବୋଲି ସେ କହିଛନ୍ତି।
ଲକ୍ଷଣ ଦେଖାଯିବାରୁ ତିନି ଦିନ ମଧ୍ୟରେ ପାକ୍ସଲୋଭିଡ ବଟିକା ଦିଆଗଲେ ଡାକ୍ତରଖାନାରେ ଭର୍ତ୍ତି ହେବା ଓ ମୃତ୍ୟୁର ଆଶଙ୍କା ୮୯% ହ୍ରାସ ପାଇବ। ସେହିପରି ସଂକ୍ରମଣର ପାଞ୍ଚ ଦିନ ମଧ୍ୟରେ ଯଦି ବଟିକା ଦିଆଯାଏ, ତେବେ ବିପଦ ପ୍ରାୟ ୮୮% ହ୍ରାସ ପାଉଛି। ଟିକା ନେଇଥିବା ୨୨୪୬ ଜଣ ଲୋକଙ୍କ ଉପରେ ବଟିକାର ଟ୍ରାଏଲ କରାଯାଇଥିଲା।
ପାକ୍ସଲୋଭିଡ ନେଇଥିବା ମାତ୍ର ୦.୭% ଲୋକଙ୍କୁ ୨୮ ଦିନ ପରେ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। କିନ୍ତୁ କାହାର ମୃତ୍ୟୁ ଘଟି ନାହିଁ। ଟ୍ରାଏଲ ବେଳେ ପ୍ଲେସବୋ ନେଇଥିବା ୧୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି କମ୍ପାନୀ କହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆମେରିକା ସରକାର ଏବେ ଫାଇଜର ବଟିକାର ବ୍ୟବହାର କରିବାକୁ ମଧ୍ୟ ଯୋଜନା ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ୧୦ ମିଲିୟନ ଲୋକଙ୍କୁ ବଟିକା ଦ୍ୱାରା ଚିକିତ୍ସା କରାଯିବ। ଏହାପରେ ଏହାକୁ ବିଧିବଦ୍ଧ ଭାବେ ବ୍ୟବହାର କରିବାକୁ ଅନୁମତି ଦିଆଯିବ। ୧୦ ମିଲିୟନ ବଟିକା ପାଇଁ ସରକାର ୫.୨୯ ବିଲିୟନ ଡଲାର ଦିଆଯାଇଛି ବୋଲି ସରକାର କହିଛନ୍ତି।
ବ୍ୟବହାର ପାଇଁ ଅନୁମତି ମିଳିଲେ ଫାଇଜର ଚଳିତ ବର୍ଷ ୧୮୦,୦୦୦ ଚିକିତ୍ସା କୋର୍ସ ସପ୍ଲାଏ କରିପାରିବ। ସେହିପରି ୨୦୨୨ ବେଳକୁ ଏହା ୮୦ ମିଲିୟନକୁ ବୃଦ୍ଧି ପାଇବ ।
The post ଭଲ ଖବର: ଓମିକ୍ରନକୁ ମାତ୍ ଦେବ ଫାଇଜର ବଟିକା! appeared first on Odisha Reporter.
from Odisha Reporter https://ift.tt/3EXhDcd
No comments:
Post a Comment