ସିବିଆଇ ଏବଂ ଇଡି ମୁଖ୍ୟଙ୍କୁ ନେଇ ଆଜି ସଂସଦ କମ୍ପିବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 8, 2021

ସିବିଆଇ ଏବଂ ଇଡି ମୁଖ୍ୟଙ୍କୁ ନେଇ ଆଜି ସଂସଦ କମ୍ପିବ !

ନୂଆଦିଲ୍ଲୀ: ଆଜି ସଂସଦର ଝଡ଼ ସୃଷ୍ଟି ହୋଇପାରେ। କାରଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)ର ନିର୍ଦ୍ଦେଶକ ଏବଂ ସିବିଆଇ ନିର୍ଦ୍ଦଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ବିଲ ସଂକ୍ରାନ୍ତରେ ଆଜି ଲୋକସଭାରେ ଆଲୋଚନା ହୋଇପାରେ । ସେପଟେ  ରାଜ୍ୟ ସଭାରୁ ୧୨ ଜଣ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି ଆଜି ବିରୋଧୀମାନେ ଦିନସାରା ଆନ୍ଦୋଳନ କରିପାରନ୍ତି।  ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ  ଜିତେନ୍ଦ୍ର ସିଂ  କେନ୍ଦ୍ର ଭିଜିଲାନ୍ସ କମିଶନ ଆମେଣ୍ଡମେଣ୍ଟ ବିଲ୍‌ ୨୦୨୧ ଏବଂ  ଦିଲ୍ଲୀ ସ୍ପେସିଆଲ ପୁଲିସ ଏଷ୍ଟାବ୍ଲିସ୍ ଆମେଣ୍ଡମେଣ୍ଟ ବିଲ ୨୦୨୧ ଉପସ୍ଥାପନ କରିଥିଲେ।

ଏହି ଦୁଇଟି  ଗୁରତ୍ୱପୂର୍ଣ୍ଣ ବିଲ ଉପରେ ଆଜି ସାଂସଦରେ ତର୍ଜମା ହୋଇପାରେ। ଏହି ଦୁଇଟି ଆଇନର ସଂଶୋଧନ ଅଗଣାତାନ୍ତ୍ରିକ ବୋଲି ପୂର୍ବରୁ ବିରୋଧୀମାନେ ଅଭିଯୋଗ କରିସାରିଛନ୍ତି। ଏହି ଦୁଇଟି ବିଲର ସଂଶୋଧନ ପଛରେ କେନ୍ଦ୍ର ସରକାରଙ୍କ ନ୍ୟସ୍ତ ସ୍ୱାର୍ଥ ରହିଛି ବୋଲି ଟିମଏମସି ପକ୍ଷରୁ କୁହାଯାଛି। ଏହି ବିଲ ବିରୋଧରେ ପୂର୍ବରୁ  ୨୪ ଜଣ ବିରୋଧୀ ଏମପି ଏକ ବୈଧାନକି ପ୍ରସ୍ତାବ ଆଣିସାରିଛନ୍ତି। ସେହିପରି ଉକ୍ତ ବିଲକୁ ନେଇ କଂଗ୍ରେସର ରଣଦୀପ ସୁରଜେୱଲା ସୁପ୍ରିମକୋର୍ଟକୁ ଯାଇଛନ୍ତି। କେନ୍ଦ୍ର ସରକାର  ସିବିଆଇ ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ଦୁଇ ବର୍ଷ ପର୍ଯ୍ୟନ୍ତ ଇଡି ଏବଂ ସିବିଆଇର ମୁଖ୍ୟମାନଙ୍କୁ ନିଯୁକ୍ତ କରାଯାଉଥିଲା। ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସଂଶୋଧନ) ୨୦୨୧ ନାମକ ଏହି ନିୟମକୁ କେନ୍ଦ୍ର ସରକାର ଆଣିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଧ୍ୟାଦେଶକୁ ମଞ୍ଜୁର କରିଛନ୍ତି ।

ଏହାକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ସଂସଦରେ ଏକ ଆଇନ ପ୍ରଣୟନ କରିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଅନୁସନ୍ଧାନକାରୀ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଦୁଇ ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧରି ନିଯୁକ୍ତ କରାଯାଇଥାଏ । ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କୁ ହଟାଇ ଦିଆଯାଇପାରିବନାହିଁ। ସରକାର ଚାହିଁଲେ ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢାଇପାରିବେ ।

The post ସିବିଆଇ ଏବଂ ଇଡି ମୁଖ୍ୟଙ୍କୁ ନେଇ ଆଜି ସଂସଦ କମ୍ପିବ ! appeared first on Odisha Reporter.



from Odisha Reporter https://ift.tt/3rMseCM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages