ମଦୁରାଇ: ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ଼ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ପରୋକ୍ଷରେ ବାଧ୍ୟତାମୂଳକ କରାଯାଇଛି। ନିୟମ ଅନୁସାରେ, ଟିକା ନେଇ ନଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ ଅନୁମତି ମିଳିବନି।
ଆସନ୍ତା ସପ୍ତାହରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ। ପ୍ରଶାସନ କଟକଣା ଲଗାଇବା ପୂର୍ବରୁ ଲୋକଙ୍କୁ ଗୋଟିଏ ସପ୍ତାହର ସମୟ ଦେଇଛି। ଏହି ସପ୍ତାହକ ମଧ୍ୟରେ ଲୋକମାନଙ୍କୁ ଅତିକମରେ ଟିକାର ଗୋଟିଏ ଡୋଜ୍ ନେବାକୁ ପଡ଼ିବ। ଯଦି କେହି ଏହି ସପ୍ତାହକ ସମୟ ମଧ୍ୟରେ ଟିକା ନ ନେଲେ, ତା’ହେଲେ ସେମାନଙ୍କୁ ହୋଟେଲ, ମଲ ଭଳି ସର୍ବସାଧାରଣ ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ କହିଛି।
ମଦୁରାଇରେ ଏଯାଏ ପ୍ରାୟ ୩ ଲକ୍ଷ ଲୋକ ଏଯାଏ ଟିକାର ଗୋଟିଏ ହେଲେ ବି ଡୋଜ୍ ନେଇ ନଥିବା ଜଣାପଡ଼ିଛି। ମଦୁରାଇ ଜିଲ୍ଲାପାଳ ଅନୀଶ ଶେଖର କହିଛନ୍ତି, ମଦୁରାଇରେ ଏଯାଏ ୭୧.୬% ଲୋକ ଟିକାର ଗୋଟିଏ ଡୋଜ୍ ନେଇଥିବା ବେଳେ ୩୨.୮% ଲୋକ ଦୁଇଟି ଡୋଜ୍ ନେଇଛନ୍ତି।ୟ
ଦ୍ୱିତୀୟ ଡେଡ ଲାଇନ ପରେ ମଧ୍ୟ ପ୍ରାୟ ୩ ଲକ୍ଷ ଲୋକ ଟିକାର ଗୋଟିଏ ହେଲେ ବି ଡୋଜ୍ ନେଇନାହାନ୍ତି। ତେଣୁ ସେମାନଙ୍କ ଟିକାକରଣ ଜରୁରୀ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କର୍ଣ୍ଣାଟକାର ବେଙ୍ଗାଲୁରୁରେ ୨ ଜଣ ବ୍ୟକ୍ତି ଓମିକ୍ରନ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ଭାରତର ବିଭିନ୍ନ ପ୍ରାନ୍ତକୁ ବିଦେଶରୁ ଲୋକ ଫେରିଥିବାରୁ ମାରାତ୍ମକ ଓମିକ୍ରନ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ମଦୁରାଇ ପ୍ରଶାସନ ଟିକାକରଣକୁ ଜୋରଦାର କରିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।
The post ଟିକା ନ ନେଲେ ମଲ୍ ଓ ହୋଟେଲ ମନା appeared first on Odisha Reporter.
from Odisha Reporter https://ift.tt/31rslsr
No comments:
Post a Comment